Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ଏସ୍‌ବିଆଇର ଧନ୍‌ତେରସ ଅଫର୍‌-ସୁନା କିଣିଲେ ୩୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି !

22/10/2019 at 3:02 PM

ନୂଆଦିଲ୍ଲୀ – ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ଏବେ ପାର୍ବଣ ଋତୁ ପାଇଁ ସୁନା କିଣିଲେ ୩୨ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦେବ ବୋଲି ଘୋଷଣା କରିଛି । ୩୦ ଅକ୍ଟୋବର ପର୍ଯ୍ୟନ୍ତ ସୁନା କିଣିଲେ ଏହି ରିହାତି ଦିଆଯିବ । ଏସ୍‌ବିଆଇର SBI YONO ରେ ଏହି ସୁନା କିଣିପାରିବେ ।

ଏବେ ଏସ୍‌ବିଆଇର ୟୋନୋରେ ବିଭିନ୍ନ ବ୍ରାଣ୍ଡର ସୁନା କିଣିଲେ ଅଲଗା ଅଲଗା ରିହାତି ମିଳୁଛି । ତାନିସ୍କର ଗୋଲ୍ଡ ଜୁଏଲେରୀ ବା ସୁନା ଗହଣା କିଣିଲେ ୧୫ଶହ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି ।
CANDERE କିମ୍ବା କଲ୍ୟାଣ ଜୁଏଲରୀର ସୁନା କିଣିଲେ SBI YONO ରେ ପେମେଣ୍ଟ କଲେ ବା ଟଙ୍କା ପ୍ରଦାନ କଲେ ୨୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । PCJରୁ ସୁନା କିଣିଲେ ୩୨ ପ୍ରତିଶତ ପର୍ଯ୍ୟନ୍ତ ରିହିତି ମିଳିବ ।

ଏସ୍‌ବିଆଇର ଏହି ଲାଭ ଉଠାଇବା ପାଇଁ ଆପଣଙ୍କୁ SBI ର YONO ଆପ୍‌ ବ୍ୟବହାର କରିବାକୁ ପଡିବ । ଏଥିରେ ଥିବା ସପ୍‌ ଆଣ୍ଡ ଅଡର୍ସରେ କ୍ଲିକ କରି ବିଭିନ୍ନ ବିକଳ୍ପକୁ ଚୟନ କରିବାକୁ ପଡିବ । ଏସ୍‌ବିଆଇର ଧନତେରସ୍‌ ଅଫର୍‌ରେ ଆପଣ ଏହି ରିହାତିର ଲାଭ ଉଠାଇ ପାରିବେ ।

ଏସ୍‌ବିଆଇ ପକ୍ଷରୁ ଏହି ଅଫର୍‌ ୩୦ ଅକ୍ଟୋବର ପର୍ଯ୍ୟନ୍ତ ଦିଆଯାଇଛି ।

   Related Posts