ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର : ଜୁନ୍ ୧୦ତାରିଖରୁ ବଦଳୁଛି ଏହି ସବୁ ନୂଆ ନିୟମ

Published By : Prameya-News7 Bureau | June 09, 2020 IST

ନୂଆଦିଲ୍ଲୀ ୯/୬: ଯଦି ଆପଣ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଅର୍ଥାତ୍ ଏସବିଆଇର ଗ୍ରାହକ ତେବେ ଏହା ଜାଣି ରଖିବା ନିହାତି ଜରୁରୀ। ଜୁନ୍ ୧୦ତାରିଖରୁ ଏସବିଆଇର ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏହାର ଫାଇଦା କୋଟି କୋଟି ଗ୍ରାହକ ନେଇ ପାରିବେ। ଆସନ୍ତୁ ଜାଣିବା ଏହା ବିଷୟରେ

ଜୁନ୍ ୧୦ ତାରିଖ ଠାରୁ ଏସବିଆଇ ଏହାର ପାଣ୍ଠିର ମାର୍ଜିନାଲ୍ ମୂଲ୍ୟ ଆଧାରିତ ସୁଧ ହାର (MCLR) ରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିଛି । ଏହି ରିହାତି ପରେ, ଏକ ବର୍ଷର ଅବଧିର MCLR ହାର ୭.୨୫ ପ୍ରତିଶତରୁ ୭ ପ୍ରତିଶତକୁ ହ୍ରାସ କରାଯାଇଛି ।

ବ୍ୟାଙ୍କ ତରଫରୁ ଲଗାତାର ୧୩ଥର ଏମସିଏଲଆର ଦରରେ ହ୍ରାସ କରାଯାଇଛି। ଏହା ପୂର୍ବରୁ ଏସବିଆଇ ବାହ୍ୟ ବେଞ୍ଚମାର୍କ ସହ ଜଡ଼ିତ ସୁଧହାରକୁ ୭.୦୫ପ୍ରତିଶତ ହ୍ରାସ କରି ୬.୬୫ ପ୍ରତିଶତ ବାର୍ଷିକ କରି ଦିଆଯାଇଥିଲା।

ସେହିପରି ରେପୋ ଦର ସହ ଜଡ଼ିତ ସୁଧହାରକୁ ୬.୬୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ କରି ଦିଆଯାଇଛି। ଏହି ନୂଆ ଦର ଜୁଲାଇରେ ଲାଗୁ ହେବ।

ବ୍ୟାଙ୍କ ତରଫରୁ ଏକ ବୟାନରେ କୁହାଯାଇଛି ଯେ ଏମସିଏଲଆର ଦର ସହ ଜଡ଼ିତ ହୋମ୍ ଲୋନ ସମାନ ମାସିକ କିସ୍ତି ରାଶିରେ ୪୨୧ ଟଙ୍କା ହ୍ରାସ ହେବ।

ଇବିଆର,ଆରଏଲଏଲଆର ସହ ଜଡ଼ିତ ହୋମ୍ ଲୋନର ମାସିକ କିସ୍ତିରେ ୬୬୦ଟଙ୍କା ହ୍ରାସ ଘଟିବ। ଏହାର କାଲକୁଲେସନ୍ ୩୦ବର୍ଷର ଅବଧିରେ ୨୫ଲକ୍ଷ ଟଙ୍କାର ହୋମ ଲୋନରେ କରାଯାଇଛି।

କରୋନା ସଙ୍କଟ କାଳରେ ଲୋନ୍ ବାଣ୍ଟିବା ଉପରେ ଜାରି କରାଯାଇଛି। ଏଥିପାଇଁ କେନ୍ଦ୍ର ରିଜର୍ଭ ବ୍ୟାଙ୍କ୍ ତରଫରୁ ବ୍ୟାଙ୍କକୁ ପ୍ରୋତ୍ସାହନ ମଧ୍ୟ ଦିଆଯାଉଥିଲା। ଏହି କାରଣରୁ ରିଜର୍ଭ ବ୍ୟାଙ୍କ୍ ଲକଡାଉନରେ ଦୁଇ ଥର ରେପୋ ରେଟରେ ହ୍ରାସ କରିଛି।

ବର୍ତ୍ତମାନ ରେପୋ ରେଟ୍ ୪ପ୍ରତିଶତ ରହିଛି,ଯାହା ଏବେ ସୁଦ୍ଧାର ସବୁଠୁ ତଳ ସ୍ତରରେ ରହିଛି। ଏହା ସହିତ ଆରବିଆଇ ବ୍ୟାଙ୍କରୁ ଏହାର ଫାଇଦା ଗ୍ରାହକଙ୍କ ଯାଏଁ ପହଞ୍ଚାଇବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.