Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

SBI ହୋମ ଲୋନ ନେଇଥିଲେ ଖୁସି ଖବର,MCLR ରେ ୩୫ ବେସିସ୍ ପଏଣ୍ଟ ହ୍ରାସ

7/04/2020 at 6:27 PM

ନୂଆଦିଲ୍ଲୀ ୭।୪:  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ମାର୍ଜିନାଲ କଷ୍ଟ ବେସଡ୍ ଲେଣ୍ଡିଙ୍ଗ ରେଟ୍ (ଏମସିଏଲଆର)ରେ ୩୫ ବେସିସ୍ ପଏଣ୍ଟ ଅର୍ଥାତ ୦.୩୫ ପ୍ରତିଶତ ହ୍ରାସ ଲାଗି ନିଷ୍ପତ୍ତି ନେଇଛନ୍ତି। ଏହ ହ୍ରାସ ହେଲେ ଗୃହ ଋଣ ସୁଧହାର ଆହୁରି ହ୍ରାସ ହେବ। ତେବେ ବ୍ୟାଙ୍କ ସଞ୍ଚୟ ଜମା ଉପରେ ୨୫ ବେସିସ୍ ପଏଣ୍ଟ ଅର୍ଥାତ ୦.୨୫ ପ୍ରତିଶତ ଲାଗି ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଫଳରେ ସଞ୍ଚୟ ଜମାଖାତାଧାରୀଙ୍କୁ  ନିରାଶ କରିଛି।

ପୂର୍ବରୁ ଏସବିଆଇ ସଞ୍ଚୟ ଜମା ଉପରେ ୩ ପ୍ରତିଶତ ସୁଧ ଦେଉଥିଲେ। ତେବେ ୨୫ ବେସିସ୍ ପଏଣ୍ଟ ହ୍ରାସ ନିଷ୍ପତ୍ତି ପରେ ଏବେ ୨.୭୫ ପ୍ରତିଶତ ସୁଧ ମିଳିବ। ଯଦି ଜମା ଖାତାରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମାଥାଏ ତେବେ ବ୍ୟଙ୍କ ପୂର୍ବପରି ୩ ପ୍ରତିଶତ ସୁଧ ପ୍ରଦାନ କରିବେ। ଯଦି ୧ ଲକ୍ଷରୁ ଅଧିକ ଟଙ୍କା ଜମା ଥାଏ ତେବେ ସୁଧହାର ୨.୭୫ ପ୍ରତିଶତରେ ସ୍ଥିର ହେବ।

ତେବେ ଏସବିଆଇଙ୍କ ଏମସିଏଲଆର ହ୍ରାସ ନିଷ୍ପତ୍ତି ଯୋଗୁ ବର୍ତ୍ତମାନ ଥିବା ସୁଧହାର ୭.୪୦ ପ୍ରତିଶତକୁ ଖସି ଆସିବ। ଫଳରେ ଗୃହ ଋଣ ଓ ଏଭଳି ଋଣ ନେଇଥିବା ଲୋକଙ୍କ ସୁଧହାର ଲାଘବ ହେବ। ଏସବିଆଇଙ୍କ ପରିବର୍ତ୍ତିତ ଏସବିଆଇ ହାର ସାରା ଦେଶରେ ଏପ୍ରିଲ ୧୦ ତାରିଖରୁ ଲାଗୁ ହେବ। ତେବେ ସଞ୍ଚୟ ବ୍ୟାଙ୍କ ଖାତାରେ ନୂଆ ସୁଧହାର ଏପ୍ରିଲ ୧୫ରୁ ହିସାବ ହେବ ବୋଲି ଜଣାପଡିଛି।

   Related Posts