Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

SBI ଗ୍ରାହକ ସାବଧାନ: ନଭେମ୍ବର ୩୦ ତାରିଖ ଭିତରେ ଦାଖଲ କରିବାକୁ ପଡ଼ିବ ଏହି ଦସ୍ତାବିଜ୍, ନ ହେଲେ ବନ୍ଦ ହେବ ପେନସନ

4/11/2019 at 2:32 PM

ନୂଆଦିଲ୍ଲୀ ୪/୧୧: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ) ପେନସନ୍‌ଧାରୀଙ୍କ ଲାଗି ଏକ ବଡ଼ ଘୋଷଣା କରିଛି। ୨୦୧୯ ମସିହା ନଭେମ୍ବର ୩୦ ତାରିଖ ମଧ୍ୟରେ ପେନସନଧାରୀ ନିଜର ଜୀବିତ ପ୍ରମାଣପତ୍ର(Life certificate) ନିକଟସ୍ଥ ଏସବିଆଇ ବ୍ୟାଙ୍କ ଶାଖାରେ ଦାଖଲ କରିବାକୁ ପଡ଼ିବ।

 ଦେଶରେ ଥିବା ବ୍ୟାଙ୍କ ମଧ୍ୟରୁ ଏସବିଆଇରେ ସବୁଠୁ ଅଧିକ ୩୬ ଲକ୍ଷ ପେନସନ୍‌ ଖାତା ରହିଛି। ଏବଂ ୧୪ ସେଣ୍ଟ୍ରାଲାଇଜଡ୍‌ ପେନସନ ପ୍ରୋସେସିଙ୍ଗ୍‌ ସେଲ(ସିପିପିସି) ରହିଛି। ସେଥିଲାଗି ଚଳିତ ନଭେମ୍ବର ମାସ ୩୦ ତାରିଖ ମଧ୍ୟରେ ଜୀବିତ ପ୍ରମାଣପତ୍ର ଦାଖଲ ନ କଲେ ପେନସନଧାରୀଙ୍କ ପେନସନ ରାଶିକୁ ବ୍ୟାଙ୍କ ବନ୍ଦ କରି ଦେବ। ଜୀବିତ ପ୍ରମାଣ ପତ୍ର କିପରି ଦାଖଲ କରିବେ ଜାଣନ୍ତୁ…

୧- ନିକଟସ୍ଥ ଏସବିଆଇ ଶାଖାରେ ଜୀବିତ ପ୍ରମାଣ ପତ୍ର ଦାଖଲ କରି ପାରିବେ। ଏଥିଲାଗି ବ୍ୟାଙ୍କ ଶାଖାରେ ଏକ ଫର୍ମ ଉପଲବ୍ଧ ହେଉଛି।

୨- ଏଥିସହ ଗ୍ରାହକ ଘରେ ବସି ଉମଙ୍ଗ୍ ଆପ୍‌ ମାଧ୍ୟରେ ଜୀବିତ ପ୍ରମାଣ ପତ୍ର ବା ଲାଇଫ୍ ସାର୍ଟିଫିକେଟ୍‌ ଦାଖଲ କରି ପାରିବେ।

୩-  ଆଧାର ସେଣ୍ଟର ଓ କମନ ସର୍ଭିସ ସେଣ୍ଟର ମାଧ୍ୟରେ ଜୀବିତ ପ୍ରମାଣ ପତ୍ର ଦାଖଲ କରି ପାରିବେ।

୪- ଯଦି ପେନସନଧାରୀ ଅସୁସ୍ଥ ଅଛନ୍ତି ତେବେ ଘରର ଅନ୍ୟ ସଦସ୍ୟ ବ୍ୟାଙ୍କ ଫର୍ମ ପୂରଣ କରି ଜୀବିତ ପ୍ରମାଣପତ୍ର ଦାଖଲ କରି ପାରିବେ। ସେଣ୍ଟ୍ରାଲ ପେନସନ ଆକାଉଣ୍ଟିଙ୍ଗ୍ ଅଫିସ୍‌ର ସୂଚନା ମୁତାବକ କୌଣସି ମାଜିଷ୍ଟ୍ରେଟ୍‌ ବା ଗେଜେଟେଡ୍‌ ଅଧିକାରୀଙ୍କ ଦସ୍ତଖତରେ ଜୀବିତ ପ୍ରମାଣ ପତ୍ର ବା ଲାଇଫ୍‌ ସାର୍ଟିଫିକେଟ୍ ବାହାର କରି ପାରିବ।

   Related Posts