Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଗ୍ରାହକଙ୍କୁ ସତର୍କ କଲା ଏସବିଆଇ : ଏବେ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଭାରି ଟ୍ୟାକ୍ସ

9/07/2020 at 2:30 PM

ନୂଆଦିଲ୍ଲୀ ୯/୭: ଯଦି ଆପଣ ଏସବିଆଇର ଗ୍ରାହକ ତେବେ ଏହି ଖବର ଆପଣଙ୍କ ପାଇଁ କାମ ଦେବ। ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ନିକଟରେ ଗ୍ରାହକଙ୍କୁ କିଛି ଜରୁରୀ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ଗ୍ରାହକଙ୍କୁ କିଛି ଖାସ୍ ପରିସ୍ଥିତିରେ ଟଙ୍କା ବାହାର କଲେ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଏହା ବିଷୟରେ

ଯଦି ବ୍ୟାଙ୍କର ଗ୍ରାହକ ବର୍ଷକରେ ନିଜ ଆକାଉଣ୍ଟରୁ ୨୦ଲକ୍ଷ ଟଙ୍କାର ନଗଦ ଉଠାଉଛନ୍ତି ତେବେ ଟ୍ୟାକ୍ସ ଦେବାକୁ ପଡ଼ିପାରେ।

 ଏହା ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ଗତ ୩ବର୍ଷରେ କୌଣସି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ୍ କରି ନାହାନ୍ତି ଏବଂ ବାର୍ଷିକ ୨୦ଲକ୍ଷ କିମ୍ବା ଏଥିରୁ ଅଧିକ ନଗଦ ଉଠାଉ ନାହାନ୍ତି। ଏପରି ଗ୍ରାହକଙ୍କ TDS  କଟିଯାଇଥାଏ।

ବ୍ୟାଙ୍କ ଏଥିରୁ ବର୍ତ୍ତିବାର ଉପାୟ ମଧ୍ୟ କହିଛି। ସର୍ବ ପ୍ରଥମେ ଆପଣଙ୍କୁ ବ୍ୟାଙ୍କରେ ନିଜ ପ୍ୟାନ୍ କାର୍ଡ଼ର ଡିଟେଲ୍ସ୍ ଜମା କରିବାକୁ ପଡ଼ିବ।

ଯଦି ପୂର୍ବରୁ ଆପଣ ପ୍ୟାନ୍ କାର୍ଡ଼ର ଡିଟେଲ୍ ଦେଇଛନ୍ତି ତେବେ ପୁଣି ଥରେ ଏହାର ଆବଶ୍ୟକତା ନାହିଁ। ଏହା ବ୍ୟତୀତ ବ୍ୟାଙ୍କକୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣର ଡିଟେଲ ଦେବାକୁ ପଡ଼ିବ। ଏପରି କରିବା ଦ୍ବାରା ଆପଣ ଟିଡିଏସ୍ ବଞ୍ଚାଇ ପାରିବେ।

ଜୁଲାଇ ୧ରୁ ଲାଗୁ ନୂଆ ନିୟମ ଜରିଆରେ ଯଦି ଆପଣ ଗତ ୩ବର୍ଷରେ ଥରେ ବି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିନାହାନ୍ତି ତେବେ ଟ୍ୟାକ୍ସ ଦେବାକୁ ପଡ଼ିବ। ଏହି ଟ୍ୟାକ୍ସର ଦର ୨୦ଲକ୍ଷରୁ ଅଧିକ ଟଙ୍କା ଉଠାଇଲେ ଲାଗିବ। ଟ୍ୟାକ୍ସର ଦର ୨ରୁ ୨୦ପ୍ରତିଶତ ଯାଏଁ ରହିଛି।

   Related Posts