Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

SBIର ଅନଲାଇନ ବ୍ୟାକିଙ୍ଗ୍ ସେବା ଠପ୍, କେବଳ ଏଟିଏମ କରୁଛି କାମ, ଟ୍ବିଟ୍ କରି ସୂଚନା ଦେଲା ବ୍ୟାଙ୍କ

13/10/2020 at 1:27 PM

ନୂଆଦିଲ୍ଲୀ ୧୩/୧୦: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆଜି ସକାଳୁ ବୈଷୟିକ ସମସ୍ୟା ଯୋଗୁ ଠପ୍ ହୋଇଯାଇଛି। ଅର୍ଥାତ ଅନଲାଇନ୍ ବ୍ୟାଙ୍କିଙ୍ଗ ସେବାରୁ ଗ୍ରାହକଙ୍କୁ ବଞ୍ଚିତ ହେବାକୁ ପଡ଼ିଛି। ଖୋଦ୍ ବ୍ୟାଙ୍କ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛି। ତେବେ ଏଟିଏମ ଓ ପିଓଏସ ମେସିନ୍ ପ୍ରଭାବିତ ହୋଇ ନାହିଁ।

ଖୁବ ଶୀଘ୍ର ସେବା ପୂର୍ବ ଭଳି ପୁଣି ଥରେ ଆରମ୍ଭ କରି ଦିଆଯିବ ବୋଲି ବ୍ୟାଙ୍କ କହିଛି। ଏ ପାଇଁ ବ୍ୟାଙ୍କ ସହ ଯୋଡି ହୋଇ ରହିବାକୁ ବ୍ୟାଙ୍କର ପକ୍ଷରୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଅବଶ୍ୟ ବ୍ୟାଙ୍କ ଟ୍ବିଟ୍‌ ନଚେତ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସବୁବେଳେ ବ୍ୟାଙ୍କ ସହ ଜଡ଼ିତ ସୂଚନା ସମ୍ପର୍କରେ ଅବଗତ କରିଥାଏ।

ଏହା ପୂର୍ବରୁ ଏସବିଆଇ ୟାନୋ ୟୁଜରଙ୍କୁ ଜଣାଇ ଥିଲା ଯେ ଅକ୍ଟୋବର ୧୧ ଓ ୧୩ରେ ୟାନୋ ଆପ୍ ସେବା ପ୍ରଭାବିତ ହେବ। ୟାନୋ ହେଉଛି ଏସବିଆଇ ବ୍ୟାଙ୍କର ଏକ ଇଣ୍ଟିଗ୍ରେଟେଡ୍ ଡିଜିଟାଲ ପ୍ଲାଟଫର୍ମ। ୟୁଜର ଏହା ଦ୍ବାରା ଏସବିଆଇର ସବୁ ବ୍ୟାଙ୍କିଙ୍ଗ ​‌ସେବାର ଲାଭ ଉଠାଇ ଥାନ୍ତି।

   Related Posts