Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

Covidରେ ଉଠାଣ କଟକଣା କୋହଳ କଲେ SBI, ଜାଣନ୍ତୁ ଏକା ଥରକେ ଉଠାଇ ପାରିବେ କେତେ ଟଙ୍କା

30/05/2021 at 7:25 PM

ନୂଆଦିଲ୍ଲୀ ୩୦।୫:  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ସାରା ଦେଶ ପ୍ରଭାବିତ ହୋଇଛି। ଅନେକ ପ୍ରମୁଖ ସହରାଞ୍ଚଳ ଲକଡାଉନ ଥିବା ବେଳେ ବାଣିଜ୍ୟ ବ୍ୟବସାୟ ଠପ ପଡିଛି। ତେବେ ଉପୁଜିଥିବା ପରିସ୍ଥିତିରେ ଲୋକେ ଅର୍ଥର ଆବଶ୍ୟକତା ଦେଖା ଦେଲେ ଘାବରେଇ ଯାଉଛନ୍ତି। ଏଣୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ତାଙ୍କ ଗ୍ରାହକଙ୍କ ଲାଗି କରୋନା କାଳରେ ଉଠାଣ କଟକଣା କୋହଳ କରିଛନ୍ତି।

ଏ ନେଇ ଏସବିଆଇ ଏକ ନୋଟିଫିକେସନ ଜାରି କରିଛନ୍ତି। ଏଥିରେ ନନ ହୋମ କ୍ୟସ୍‌ ୱିଡ୍ରାଲ ସୀମା ବଢାଇ ଦେଇଛନ୍ତି। ଏଥିରେ ଗ୍ରାହକ ଚାହିଁଲେ ଗୋଟିଏ ଦିନରେ ଏବେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ କରିପାରିବେ। ଏ ସମ୍ପର୍କରେ ଏସବିଆଇଙ୍କ ଅଧିକାରୀକ ଟ୍ୱିଟ୍‌ ହ୍ୟାଣ୍ଡଲରେ ମଧ୍ୟ ସୂଚିତ କରାଯାଇଛି। ଗ୍ରାହକଙ୍କ ସୁବିଧା ନିମନ୍ତେ ଚେକ୍‌ ଏବଂ ୱିଡ୍ରଲ ଫର୍ମ ମାଧ୍ୟମରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ ଉଠାଣ ସୁବିଧା ଦେଉଛନ୍ତି।

ଫଳରେ ଉପଭୋକ୍ତା ଏବେ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଇ ସେଭିଂ ଆକାଉଣ୍ଟରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହା ଛଡା ଏସବିଆଇ ଗ୍ରାହକଙ୍କୁ ଚେକ୍‌ ମାଧ୍ୟମରେ୧ ଲକ୍ଷ ଟଙ୍କା ଉଠାଣ ସୁବିଧା ମଧ୍ୟ ଦେଇଛନ୍ତି। ସେହିପରି ଥାର୍ଡ ପାର୍ଟି ଅର୍ଥାତ ଯାହାଙ୍କୁ ଆପଣ ଚେକ୍‌ ଜାରି କରିଛନ୍ତି ତାଙ୍କ ଲାଗି ସର୍ବାଧିକ ଉଠାଣ ସୀମାକୁ ମଧ୍ୟ ୫୦ ହଜାର କରିଛନ୍ତି। ଏସବିଆଇଙ୍କ ଏହି ନୋଟିଫିକେସନ ସହ ସାରା ଦେଶରେ ନୂଆ ନିୟମ ଲାଗୁ କରି ଦିଆଯାଇଛି।  ଗ୍ରାହକ ୩୦ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଏହି ସୁବିଧାର ଲାଭ ନେଇପାରିବେ।

ଏଣୁ ମହାମାରୀରେ ଗ୍ରାହକଙ୍କୁ ଟଙ୍କା ଲାଗି ବାରମ୍ବାର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ। ଅନେକ ଲୋକେ ଏବେ ଡାକ୍ତରୀ ଖର୍ଚ୍ଚ ଲାଗି ବାରମ୍ବାର ବ୍ୟାଙ୍କକୁ ଦଉଡିବାକୁ ବାଧ୍ୟ ହଉଛନ୍ତି। ଏଥିରେ ଏସବିଆଇଙ୍କ ଉଠାଣ ଲାଗି କୋହଳ ନୀତି ଗ୍ରାହକଙ୍କୁ ବେଶ ଆଶ୍ୱସ୍ତ କରିବ ବୋଲି ଆଶା କରାଯାଉଛି।

   Related Posts