ୟେସ୍ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର : ୨୪୫୦କୋଟି ଟଙ୍କା ବିନିଯୋଗ କରିବ ଏସବିଆଇ
7/03/2020 at 11:04 AM

ମୁମ୍ବାଇ ୭/୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଚେୟାରମ୍ୟାନ୍ ରଜନୀଶ କୁମାର ମୁମ୍ବାଇରେ ପ୍ରେସ୍ କନଫରେନ୍ସ କରିଛନ୍ତି। ପ୍ରେସ୍ କନଫରେନ୍ସରେ ରଜନୀଶ କୁମାର କହିଛନ୍ତି ଯେ ଆଇନ୍ ବ୍ୟବସ୍ଥା ଅନୁଯାୟୀ ୟେସ୍ ବ୍ୟାଙ୍କର ୪୯ ପ୍ରତିଶତ ସେୟାର କିଣାଯାଇପାରିବ। ଏହା ସହିତ ଏସବିଆଇ ଚେୟାରମ୍ୟାନ୍ ରଜନୀଶ କୁମାର କହିଛନ୍ତି ଯେ ଏସବିଆଇ ୟେସ୍ ବ୍ୟାଙ୍କରେ ୨୪୫୦କୋଟି ଟଙ୍କା ବିନିଯୋଗ କରି ପାରିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଲିଗାଲ୍ ଟିମ୍ ବିନିଯୋଗ ଯୋଜନା ଉପରେ କାମ କରୁଛି । ଏସବିଆଇ ଷ୍ଟକ୍ ଏକ୍ସଚେଞ୍ଜକୁ ସୂଚିତ କରିଛି ଯେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ,ୟେସ୍ ବ୍ୟାଙ୍କରେ ୪୯ପ୍ରତିଶତ ସେୟାର କିଣିବ।
କେବଳ ଏତିକି ନୁହେଁ,ରଜନୀଶ କୁମାର କହିଛନ୍ତି ଯେ ୟେସ୍ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସମସ୍ତଙ୍କ ଟଙ୍କା ପୂରାପୂରି ସୁରକ୍ଷିତ ରହିଛି। ଏଥିପାଇଁ ୟେସ୍ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଏହା ଏକ ଆଶ୍ବସ୍ତିଦାୟକ ଖବର।