SBIରେ ବାହାରିଲା ବମ୍ପର ଭେକେନ୍ସି, ୩୮୫୦ ପଦରେ ହେବ ଭର୍ତ୍ତି, ଆଜିଠୁ ଆବେଦନ ଆରମ୍ଭ
27/07/2020 at 10:12 PM

ନୂଆଦିଲ୍ଲୀ ୨୭।୦୭: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ସର୍କଲ ବେସ୍ଡ ଆଧାରିତ ପଦରେ ନିଯୁକ୍ତି ପାଇଁ ୩୮୫୦ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପଦ ପାଇଁ ୩୦ ବର୍ଷ କିମ୍ବା ସେଥିରୁ କମ ବୟସର ଆଶାୟୀ ଆବେଦନ କରି ପାରିବେ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ରହିବା ଜରୁରୀ। ଏହି ପଦରେ ସମସ୍ତ ଅନୁସୂଚିତ ଜାତି, ଜନଜାତି ଓ ପିଡବ୍ଳ୍ୟୁ ବର୍ଗର ଆଶାୟୀଙ୍କ ପାଇଁ ଆବେଦନ ନିଃଶ୍ଳୁକ ରହିଛି। ଇଚ୍ଛୁକ ଆଶାୟୀ ସମ୍ବନ୍ଧିତ ଓ୍ଵେବ୍ସାଇଟ୍ sbi.co.inକୁ ଯାଇ ଆବେଦନର ପୂରା ପ୍ରକ୍ରିୟା ବିଷୟରେ ଜାଣି ପାରିବେ।
ପଦର ନାମ- ସର୍କଲ ବେସ୍ଡ ଅଫିସର(ସିବିଓ)
ପଦ ସଂଖ୍ୟା- ୩୮୫୦
ଦରମା- ମାସିକ ୨୩,୭୦୦ ଟଙ୍କା
ଶିକ୍ଷାଗତ ଯୋଗ୍ୟତା- ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟରୁ କୌଣସି ବିଷୟରେ ଗ୍ରାଜୁଏସନ
ବୟସ ସୀମା- ଜାରି ପଦରେ ଆବେଦନ ପାଇଁ ଆଶାୟୀଙ୍କ ସର୍ବାଧିକ ବୟସ ୩୦ ବର୍ଷ ହେବା ଉଚିତ୍। ବୟସ ସୀମାର ଗଣନା ୨୦୨୦ ଅଗଷ୍ଟ ୧ ଅଧାରରେ କରାଯିବ।
ଆବେଦନର ତାରିଖ
ଅନଲାଇନ୍ ଆବେଦନ ପ୍ରକ୍ରିୟାର ତାରିଖ- ୨୦୨୦ ଜୁଲାଇ ୨୭
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ୨୦୨୦ ଅଗଷ୍ଟ ୧୬
ଆବେଦନ ଶୁଳ୍କ ଜମା କରିବାର ଶେଷ ତାରିଖ – ୨୦୨୦ ଅଗଷ୍ଟ ୧୬
ଏହି ପଦରେ ଆବେଦନ ପାଇଁ ଓବିସି/ଇଡବ୍ଲ୍ୟୁଏସ ଓ ଜେନେରାଲ ବର୍ଗର ଆଶାୟୀଙ୍କୁ ୭୫୦ ଟଙ୍କା ଜମା କରିବାକୁ ପଡିବ। ଏସସି/ଏସଟି/ପିଡବ୍ଲ୍ୟୁଙ୍କ ପାଇଁ ଆବେଦନ ନିଃଶ୍ଳୁକ। ଆବେଦନ ଶୁଳ୍କ ପୈଠ ଡେବିଟ କାର୍ଡ/କ୍ରେଡିଟ୍ କାର୍ଡ/ ଇଣ୍ଟରନେଟ୍ ବ୍ୟାଙ୍କିରେ କରିବାକୁ ପଡିବ।
ଚୟନ ପ୍ରକ୍ରିୟା- ଆଶାୟୀଙ୍କ ଚୟନ ସର୍ଟଲିଷ୍ଟ ଓ ଇଣ୍ଟରଭ୍ୟୁ ଆଧାରରେ କରାଯିବ।