ଏସବିଆଇଙ୍କ ସତର୍କତା, ଖୋଲନ୍ତୁନି ଏହି ହ୍ବାଟସ ଆପ୍ ମେସେଜ୍ , ଖାଲି ହୋଇଯିବ ଆକାଉଣ୍ଟ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ  ୨୩।୪ : ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇର ଗ୍ରାହକ ଏହି ଖବର ନିଶ୍ଚିତ ପଢନ୍ତୁ।  ଏଥିପ୍ରତି  ଯଦି ଆପଣ ଧ୍ୟାନ ନ ଦିଅନ୍ତି ତେବେ ଦେଖୁଦେଖୁ ଆପଣଙ୍କ ଆକାଉଣ୍ଟ ଶୁନ ବି ହୋଇଯାଇପାରେ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଅଫର ନେଇ ଗ୍ରାହକଙ୍କ ପାଇଁ ସୋସିଆଲ ମିଡିଆରେ ନାନା ଫେକ୍ ମେସେଜ୍ ଭାଇରାଲ ହେଉଛି। ଯଦି ଏଥିରେ ଆପଣ ଭଲି ଯାଆନ୍ତି ମାତ୍ର କିଛି ମିନିଟରେ ଆପଣଙ୍କ ଆକାଉଣ୍ଟ ଖାଲି ହୋ ନଯିବା ତାହା କହି ହେବ ନାହିଁ ।

ଏ ନେଇ ଏସବିଆଇ ପକ୍ଷରୁ ଗ୍ରହକଙ୍କୁ ସଚେତନ କରିବା ନିମନ୍ତେ ସୋସିଆଲ ମିଡିଆରେ ସଚେତନ କରିବାକୁ ଉଦ୍ୟମ କରାଯାଉଛି । ଯେଉଁଥିରେ ଠକେଇରୁ ବର୍ତ୍ତିବାକୁ ଫରାମର୍ଶ ଦିଆଯାଇଛି। ବ୍ୟାଙ୍କ ଟ୍ରାଞ୍ଜାକ୍ସନରେ ଓଟିପି ସମ୍ପର୍କରେ ଏସବିଆଇ  ଗ୍ରାହକଙ୍କୁ ସଚେତନ କରୁଛି। ଯଦି ଗ୍ରାହକ ବ୍ୟାଙ୍କ ନେଣଦେଣରେ ଓଟିପି ବ୍ୟବହାର କରୁଛନ୍ତି ତେବେ ଏବେଠାରୁ ସତର୍କ ହୋଇଯାଆନ୍ତୁ। ଯେଉଁ ବ୍ୟାଙ୍କ ନେଣଦେଣରେ ଅନେକ ଓଟିପି ମଗା ଯାଉଛି ସେଥିପ୍ରତି ଗ୍ରହକଙ୍କୁ ସଚେତନ କରିଛନ୍ତି ଏସବିଆଇ ।

wp:html /wp:html

ଏସବିଆଇର ଟ୍ରାଞ୍ଜାକ୍ସନରେ ଅଧିକାରୀମାନେ ଗ୍ରାହକଙ୍କୁ କେବେବି ଓଟିପି ମାଗି ନଥାନ୍ତି । ଏଣୁ ଏ ନେଇ ଗ୍ରହକଙ୍କୁ ସତର୍କ ରହିବାକୁ ଟ୍ବିଟରରେ ପରାମର୍ଶ ଦେଇଛନ୍ତି ଏସବିଆଇ। ବ୍ୟାଙ୍କ ଟ୍ବିଟ୍ ବାର୍ତ୍ତାରେ ହ୍ବାଟଆପ୍ ଓ ଅନ୍ୟ ସୋସିଆଲ ମିଡିଆରେ ଠକ ମାନେ ଏସବିଆଇ ନାମରେ ବିଭିନ୍ନ ଲୋଭନୀୟ ଅଫର ଦେଇ ଓଟିପି ମାଗୁଛନ୍ତି । ସେମାନଙ୍କ ଅଫର ଲୋଭରେ ଭଳି ଗଲେ ଠକ ଆକାଉଣ୍ଟରେ ଝାଡୁ ମାରି ଦେଉଥିବା ଏସବିଆଇ ସତର୍କ କରିଛନ୍ତି । ଏଣୁ ଏଭଳି ମେସେଜ୍ ପ୍ରତି ସତର୍କ ରହିବାକୁ ବ୍ୟାଙ୍କ ପରାମର୍ଶ ଦେଇଛନ୍ତି ବ୍ୟାଙ୍କ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.