ଏସ୍‌ବିଆଇ ଗ୍ରାହକ ସାବଧାନ୍ ! ଏଟିଏମ୍‌ରୁ ଟଙ୍କା ଉଠାଣରେ ନିୟମ ବଦଳିଲା, ଏବେ ପର୍ସ ଉପରେ ପ୍ରଭାବ

Published By : Prameya-News7 Bureau | July 02, 2020 IST

ନୁଆଦିଲ୍ଲୀ ୦୨/୦୭ : ଯଦି ଆପଣଙ୍କ ପାଖରେ ଏସବିଆଇ ଡେବିଟ କାର୍ଡ ଅଛି ତାହେଲେ ଜାଣି ରଖନ୍ତୁ ଯେ ଜୁଲାଇ ୧ ତାରିଖରୁ ଏଟିଏମ୍ ରୁ ଟଙ୍କା ଉଠାଣ ନିୟମ ପରିବର୍ତ୍ତନ ହୋଇଯାଇଛି । ଲକଡାଉନ ସମୟରେ ଏଟିଏମ୍ ରୁ ଟଙ୍କା ଉଠାଣ ନିୟମ ପରିବର୍ତ୍ତନ କରାଯାଇଥିଲା । ଏହି ନିୟମ ଜୁନ ୩୦ ତାରିଖରେ ଶେଷ ହୋଇଯାଇଛି । ଏବେ ଏସବିଆଇ ଏଟିଏମ୍ ରୁ ଟଙ୍କା ଉଠାଣ ନିୟମ ପରିବର୍ତ୍ତନ କରିଦେଇଛି ।

wp:list
  • ଏସବିଆଇ ଖାତାଧାରକ ଯେଉଁମାନଙ୍କ ମାସିକ ବାଲାନ୍ସ ୨୫ ହଜାର ଟଙ୍କା ରହେ ସେମାନେ ବ୍ୟାଙ୍କ ଶାଖାରୁ ୮ଥର ନିଃଶୁଳ୍କ ଟଙ୍କା ଉଠାଇ ପାରିବେ । ୫ଥର ଏସବିଆଇ ଏଟିଏମ୍ ଓ ୩ ଥର ଅନ୍ୟ ଏଟିଏମ୍ ରୁ ଟଙ୍କା ଉଠାଇ ପାରିବେ ।
/wp:list wp:list
  • ୨୫ ହଜାରରୁ ୫୦ ହଜାର ବାଲାନ୍ସ ଥିବା ଖାତାଧାରକ ୧୦ ଥର ନିଃଶୁଳ୍କ ଟଙ୍କା ଉଠାଇ ପାରିବେ ।
/wp:list wp:list
  • ୫୦ ହଜାରରୁ ୧ ଲକ୍ଷ ଟଙ୍କା ବାଲାନ୍ସ ଥିବା ଖାତାଧାରକ ବ୍ୟାଙ୍କ ଶାଖାରୁ ୮ ଥର ନିଃଶୁଳ୍କ ଟଙ୍କା ଉଠାଇ ପାରିବେ ।
/wp:list wp:list
  • ୧ ଲକ୍ଷ ଟଙ୍କାରୁ ଅଧିକ ବାଲାନ୍ସ ଥିବା ଖାତାଧାରକ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇବା ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ବ୍ୟାଙ୍କ ଶାଖାରୁ ସେ ଯେତେଥର ଚାହିଁଲେ ଟଙ୍କା ଉଠାଇ ପାରିବେ ।
/wp:list wp:list
  • ଫ୍ରି ଲିମିଟ ପରେ ଟଙ୍କା ଉଠାଇଲେ ଏସବିଆଇରୁ ୫ ଟଙ୍କା ଓ ଜିଏସଟି ଲାଗିବ ।
/wp:list wp:list
  • ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟ sbi.co.in ରେ ଉପଲବ୍ଧ ସୂଚନା ଅନୁସାରେ ବଡ ବଡ ସହରରେ
/wp:list wp:list
  • ଏସବିଆଇ ଗୋଟିଏ ମାସରେ ନିଜର ନିୟମିତ ଖାତାଧାରକଙ୍କୁ ୮ଥର ନିଃଶୁଳ୍କ ଲେଣଦେଣ କରିବାକୁ ଅନୁମତି ଦେଇଥାଏ । ଏଥିରୁ ୫ ଥର ଏସବିଆଇ ଏଟିଏମ୍ ରୁ ଓ ୩ ଥର ଅନ୍ୟ ଏଟିଏମ୍ ରୁ ନିଃଶୁଳ୍କ ଭାବେ ଟଙ୍କା ଉଠେଇ ପାରିବେ । ଏହାପରେ ଗ୍ରାହକଙ୍କ ପ୍ରତ୍ୟେକ ଲେଣଦେଣ ପାଇଁ ଉଲ୍କା ନିଆଯାଇଥାଏ ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.