ଏସ୍‌ବିଆଇ ଗ୍ରାହକଙ୍କ ପାଇଁ ସୂଚନା, କାଲିଠାରୁ ମହଙ୍ଗା ପଡିବ ଏଟିଏମରୁ ଟଙ୍କା ଉଠାଣ !

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦/୦୬ : ଏସବିଆଇ ଗ୍ରାହକଙ୍କ ପାଇଁ ଜୁଲାଇ ୧ ତାରିଖରୁ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ପଡିବ | ଦେଶର ସବୁଠାରୁ ବଡ ବ୍ୟାଙ୍କର ଖାତାଧାରକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଣ ଜୁଲାଇ ୧ ତାରିଖରୁ ମହଙ୍ଗା ପଡିବ | ଲକଡାଉନ ସମୟରେ ଏଟିଏମ ସମସ୍ତ ଲେଣଦେଣ ଫ୍ରି କରିଦେଇଥିଲା | ଅନ୍ୟ ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଣ ମଧ୍ୟ ନିଶୁଲ୍କ ହୋଇଯାଇଥିଲା | ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମାର୍ଚ୍ଚ ୨୪ ତାରିଖରେ ଘୋଷଣା କରିଥିଲେ ଯେ ଅନ୍ୟ ଯେକୌଣସି ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୩ ମାସ ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବନାହିଁ | ଏସବିଆଇ ମଧ୍ୟ ଏହି ନିୟମ ଲାଗୁ କରିଥିଲା |

ଜୁନ ମାସ ଶେଷ ପର୍ଯ୍ୟନ୍ତ ବ୍ୟାଙ୍କ ଖାତାଧାରକଙ୍କୁ ଏହି ଲାଭ ଦେବାକୁ କୌଣସି ଘୋଷଣା କରାଯାଇନାହିଁ | ଅର୍ଥାତ ଏହି ସେବା ଜୁନ ୩୦ ପର୍ଯ୍ୟନ୍ତ ଲାଗୁ ଏବଂ ଜୁଲାଇ ୧ ତାରିଖରୁ ଏସବିଆଇ ଗ୍ରାହକଙ୍କୁ ଅଧିକ ଏଟିଏମ ଲେଣଦେଣ ପାଇଁ ସେବା ଶୁଳ୍କ ଦେବାକୁ ପଡିବ | ଜୁଲାଇ ୧, ବୁଧବାର ଦିନ ଠାରୁ ଏଟିଏମ ଲେଣଦେଣ ପାଇଁ ଶୁଳ୍କ ଲାଗିବ | ଏସବିଆଇ ଗ୍ରାହକଙ୍କୁ ୮ଟି ନିଃଶୁଳ୍କ ଲେଣଦେଣ ପ୍ରଦାନ କରିଥାଏ | ଏଥିରୁ ୫ଟି ଏସବିଆଇ ଏଟିଏମ ପାଇଁ ଏବଂ ୩ଟି ଅନ୍ୟ ବ୍ୟାଙ୍କ ଏଟିଏମ ପାଇଁ | ଛୋଟ ସହର ପାଇଁ ଏସବିଆଇ ଗ୍ରାହକ ୧୦ଥର ନିଃଶୁଳ୍କ ଲେଣଦେଣ କରିପାରିବେ | ଏଥିରୁ ୫ ଥର ଏସବିଆଇ ଓ ୫ଥର ଅନ୍ୟ ବ୍ୟାଙ୍କ ଏଟିଏମ ପାଇଁ ରହିଛି | ଫ୍ରି ଏଟିଏମ ଲେଣଦେଣ ଛଡା ଏସବିଆଇ ଗ୍ରାହକଙ୍କୁ ପ୍ରତ୍ୟେକ ଲେଣଦେଣ ପାଇଁ ୨୦ ଟଙ୍କା ସହ ଜିଏସଟି ଦେବାକୁ ପଡିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.