ବ୍ୟାଙ୍କ୍ ଧର୍ମଘଟ : ଏସ୍‌ବିଆଇ ସମେତ ଅନ୍ୟ ବ୍ୟାଙ୍କ୍ ଗୁଡିକର ସେବା ବାଧାପ୍ରାପ୍ତ

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୧: ଆଜିଠାରୁ ୨ ଦିନ ଧରି ବ୍ୟାଙ୍କ ଧର୍ମଘଟ । ଧର୍ମଘଟ ଡାକରା ଦେଇଛି ସର୍ବ ଭାରତୀୟ ବ୍ୟାଙ୍କ୍ ଏମ୍ପ୍ଲଇଜ୍ ଫେଡେରେସନ । ଧର୍ମଘଟ ଯୋଗୁଁ ଆଜି ବ୍ୟାଙ୍କ୍ ବନ୍ଦ ରହିଛି । ସେହିଭଳି ଆସନ୍ତାକାଲି ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ ।

ଫେବୃଆରୀ ୨ ତାରିଖ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି । ଫଳରେ ଆଜିଠାରୁ ୩ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ଫଳରେ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି । ନଭେମ୍ବର ୨୦୧୭ଠାରୁ ୱେଜ୍ ସେଟଲମେଣ୍ଟ, ପେନସନ ଅପଡେଟ୍, ଫ୍ୟାମିଲି ପେନସନ ଅପଡେଟ୍, ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ, ସମାନ କାମକୁ ସମାନ ଦରମା  ଭଳି ୮ ଦଫା ଦାବିରେ  ସର୍ବ ଭାରତୀୟ ବ୍ୟାଙ୍କ୍ ଏମ୍ପ୍ଲଇଜ୍ ଫେଡେରେସନ୍ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ୍ ଧର୍ମଘଟ ଡାକରା ଦିଆଯାଇଛି ।

ତେବେ ୩ଦିନ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି । ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.