SBI ୪୨ କୋଟି ଗ୍ରାହକଙ୍କୁ ଜାରି କଲେ ସତର୍କତା ! ଯଦି ଧ୍ୟାନ ଦେଇ ନାହାନ୍ତି ହୋଇ ଯାଆନ୍ତୁ ସଚେତନ

Published By : Prameya-News7 Bureau | November 18, 2020 IST

ନୂଆଦିଲ୍ଲୀ ୧୮।୧୧: ଦେଶରେ ବ୍ୟାଙ୍କିଙ୍ଗ ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଠକ ନୂଆନୂଆ ଉପାୟରେ ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି।  ତେବେ ଏଭଳି ଠକେଇ ସମ୍ପର୍କରେ ଦେଶର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ( ଏସବିଆଇ) ଗ୍ରାହକଙ୍କୁ ବରାବର ସତର୍କ କରି ଆସିଛନ୍ତି। ଏହି କ୍ରମରେ ଏସବିଆଇ ପୁଣି ଏକ ଟ୍ୱିଟ୍‌ ଜାରି କରି କୋଟି କୋଟି ଗ୍ରାହକଙ୍କୁ ଠକେଇ ପ୍ରତି ସାବଧାନ ରହିବାକୁ ସତର୍କ କରିଛନ୍ତି।

wp:html /wp:html

ବ୍ୟାଙ୍କ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରି ଗ୍ରାହକଙ୍କୁ ଏପରି ଠକମାନେ ଇ-ମେଲ କରୁଥିବାର ସତର୍କ କରାଇଛନ୍ତି। ତେବେ ଏପରି ମେଲ ସହ ଏସବିଆଇଙ୍କ କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏଣୁ ଗ୍ରାହକଙ୍କୁ ଏପରି ମେଲ ପ୍ରତି ସତର୍କ ରହିବାକୁ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ବାର୍ତ୍ତାର ଶିକାର  ନ ହେବାକୁ ସତର୍କ କରାଇଛନ୍ତି। 

wp:html /wp:html

ଏଥିଲାଗି ବ୍ୟାଙ୍କ ୨୦ ସେକେଣ୍ଡର ଏକ ଭିଡିଓ ସେୟାର କରି ଗ୍ରାହକଙ୍କୁ ସେମାନଙ୍କ ଗୋପନୀୟ ତଥ୍ୟ ଅନଲାଇନ ସେୟାର କରିବା ଲାଗି ମନା କରିଛନ୍ତି। ଏହି ଭିଡିଓ ସହ ଏସବିଆଇ ‘ସତର୍କ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ’ ବୋଲି ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି। ସୋସିଆଲ ମିଡିଆରେ ଆମ ସହ ଭାବର ଆଦାନ ପ୍ରଦାନ କରନ୍ତୁ ହେଲେ ଖାତା ସତ୍ୟାପନର ଯାଞ୍ଚ କରନ୍ତୁ ଓ ଅନଲାଇନରେ ଗୋପନୀୟ ତଥ୍ୟର ବିବରଣୀ ନ ଦିଅନ୍ତୁ ବୋଲି କହିଛନ୍ତି। ସେହିପରି ଗ୍ରାହକଙ୍କୁ ବିଭିନ୍ନ ବ୍ୟାଙ୍କିଙ୍ଗ ସେବା ଉପଯୋଗ ନିମନ୍ତେ ଅଧିକାରୀକ ୱେବ୍ ପୋର୍ଟାଲର ଉପଯୋଗ କରିବାକୁ ନିବେଦନ କରିଛନ୍ତି। ଏପରି ନ କଲେ ଆପଣ ବ୍ୟାଙ୍କିଙ୍ଗ ଠକେଇର ଶିକାର ହୋଇପାରନ୍ତି ବୋଲି ଏସବିଆଇ ସତର୍କ କରାଇଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.