ଗ୍ରାହକଙ୍କୁ ‘ସୋସିଆଲ ଇଞ୍ଜିନିୟରିଂ ଫ୍ରଡ’ ଲାଗି ସାବଧାନ କଲେ SBI, ଫିକ୍ସଡିପୋଜିଟ୍ ବାହାନାରେ ଚୋରି ହେଉଛି ତଥ୍ୟ

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ  ୫।୪:ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସବିଆଇ) ତାଙ୍କର କୋଟିକୋଟି ଗ୍ରାହକଙ୍କ ଲାଗି ଏକ ବଡ଼ ସତର୍କତା ଜାରି କରିଛନ୍ତି। ଏଥିରେ ବ୍ୟାଙ୍କଙ୍କୁ ମିଳିଥିବା ସୂଚନା ଆଧାରରେ ସାଇବର ଅପରାଧୀମାନେ ଗ୍ରାହକଙ୍କୁ ଫିକ୍ସଡିପୋଜିଟ୍‌ ବାହାନାରେ ସେମାନଙ୍କ ଖାତାର ତଥ୍ୟ ଚୋରାଇ ନେଉଛନ୍ତି। ଏହାକୁ ସୋସିଆଲ ଇଞ୍ଜିନିୟରିଂ ଫ୍ରଡ ବୋଲି କୁହାଯାଏ। ଏଥିରେ ସେମାନେ ଗ୍ରାହକଙ୍କ ନାମ, ମୋବାଇଲ ନମ୍ବର ଏଟିଏମ ଡେବିଟ କର୍ଡ ନମ୍ବର, ସିଭିଭି ଆଦି ମାଗି ନେଇ ଆକାଉଣ୍ଟ ଖାଲି କରି ଦେଉଛନ୍ତି।

{"id":433743,"sizeSlug":"large","linkDestination":"none"}

ଏ ନେଇ ଏସବିଆଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସତର୍କତା ଜାରି କରିବା ସହ ଗ୍ରାହକଙ୍କୁ କାହା ସହ ନିଜ ବ୍ୟାଙ୍କ ତଥ୍ୟ ସେୟାର ନ କରିବାକୁ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ କେବେବି ଫୋନରେ ପାସୱାର୍ଡ, ଓଟିପି, ସିଭିଭି, କାର୍ଡ ନମ୍ବର ଆଦି ବ୍ୟକ୍ତିଗତ ବିବରଣୀ  ମାଗି ନଥାନ୍ତି। ଏଣୁ କେହି ଫୋନ କରି ଯଦି ଆପଣଙ୍କୁ ସେପରି କିଛି ତଥ୍ୟ ମାଗେ ତେବେ ସେ ବାବଦରେ ପ୍ରଥମେ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ ବୋଲି କହିଛନ୍ତି।

{"id":433744,"width":837,"height":469,"sizeSlug":"large","linkDestination":"none"}

ବ୍ୟାଙ୍କ ପାଇଥିବା ସୂଚନା ଅନୁସାରେ ଏପରି ସାଇବର ଅପରାଧୀମାନେ ଅନଲାଇନରେ ଫିକ୍ସ ଡିପୋଜିଟ୍‌ ପ୍ରସ୍ତୁତ କରୁଥିବାର ସୂଚନା ମିଳୁଛି। ଏଣୁ ଗ୍ରାହକଙ୍କୁ କାହା ସହ  ନିଜର ବ୍ୟାଙ୍କ ଡିଟେଲସ ସେୟାର ନ କରିବାକୁ ସତର୍କ କରାଇଛନ୍ତି। କାରଣ ବ୍ୟାଙ୍କ କେବେବି ଏହି ସୂଚନା ଟେଲିଫୋନରେ ମାଗି ନଥାନ୍ତି। ସେପଟେ ଦେଶରେ କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଗ୍ରାହକଙ୍କୁ ଅନଲାଇନରେ ଏବେ ବିଭିନ୍ନ ସେବା ଯୋଗାଇ ଦେଉଥିବା ସୂଚନା ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.