୩୮ବର୍ଷ ବୟସ୍କ ତାମିଲ ଅଭିନେତା ଆର୍ଯ୍ୟଙ୍କୁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ୧୭ବର୍ଷର ଅଭିନେତ୍ରୀ ସାୟେଶା ସେହଗଲ୍
1/02/2019 at 1:06 PM

ମୁମ୍ବାଇ ୧/୨: ୨୦୧୬ରେ ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସାୟେଶା ସେହଗଲ୍ ପ୍ରସିଦ୍ଧ ତାମିଳ ଅଭିନେତା ଆର୍ଯ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ସାୟେଶା ସେହଗଲ ବିଗତ ଦିନର ଅଭିନେତ୍ରୀ ସାୟେରା ବାନୁଙ୍କ ଝିଆରୀଙ୍କ ଝିଅ। କୁହାଯାଉଛି ସାୟେଶା ଇସଲାମ୍ ରୀତିରେ ବିବାହ କରିବେ।

ସାୟେଶା ଏବଂ ଆର୍ଯ୍ୟଙ୍କ ବିବାହ ମାର୍ଚ୍ଚ ୧୦ତାରିଖରେ ହାଇଦ୍ରାବାଦରେ ହେବ। ଏହାପରେ ପରିବାରଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦିଆଯିବ। ସାୟେଶା ଏବଂ ଆର୍ଯ୍ୟଙ୍କ ସାକ୍ଷାତ ୨୦୧୮ରେ ‘ଗଜନୀକାନ୍ତ’ର ସୁଟିଂସେଟରେ ହୋଇଥିଲା। ଏବଂ ଏହାପରଠୁ ଦୁହେଁ ରିଲେସନସିପରେ ଥିଲେ।

ସାୟେଶା ଅଭିନେତା-ନିର୍ମାତା ସୁମିତ ସେହଗଲ୍ ଏବଂ ଅଭିନେତ୍ରୀ ଶାହୀନ ବାନୋଙ୍କ ଝିଅ। ସାୟେଶା ଏବଂ ଆର୍ଯ୍ୟ ଏବେ ‘କାପ୍ପନ’ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। କେବି ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ସାୟେଶା ତାମିଲ ବ୍ୟତୀତ ତେଲୁଗୁ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି।
