Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବିଶ୍ୱକପରେ ସଚିନଙ୍କୁ ଆଉଟ କରିପାରି ନଥିଲେ ଏହି ପାକିସ୍ତାନୀ ବୋଲର, ଏବେବି ଯାଇନି ଦୁଃଖ

28/04/2020 at 3:31 PM

ନୂଆଦିଲ୍ଲୀ, ୨୮|୦୪:  ପାକିସ୍ତାନର ପୂର୍ବତନ ଅଫ୍ ସ୍ପିନର ସୟିଦ୍ ଆଜମଲ ଏବେବି ୨୦୧୧ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ସଚିନ ତେନ୍ଦୁଲକରଙ୍କ ଓ୍ୱିକେଟ ନେଇପାରି ନଥିବାକୁ ବିଷାଦରେ ରହିଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲରେ ପାକ୍ ପରାସ୍ତ ହୋଇଥିଲା । କିନ୍ତୁ ସୟିଦ୍ ସଚିନଙ୍କୁ ଆଉଟ କରିବାରେ ଅସମର୍ଥ ହୋଇଥିଲେ ।

ମୋହାଲିରେ ଖେଳାଯାଇଥିବା ଏହି ମ୍ୟାଚରେ ସଚିନ ୮୫ ରନ କରିଥିଲେ । ସେ ୨୩ ରନ କରିଥିବା ବେଳେ ସୟିଦଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ । ଏହାପରେ ସଚିନ ରିଭ୍ୟୁ ନେଇଥିଲେ । ତୃତୀୟ ଅମ୍ପାୟାର ଏହାକୁ ନଟଆଉଟ୍ କହିଥିଲେ । ଫଳରେ ସଚିନ ପୁଣି ବ୍ୟାଟିଂ କରିଥିଲେ ।

ଏହି ଘଟଣାକୁ ମନେ ପକାଇ ୪୨ ବର୍ଷୀୟ ସୟିଦ କହିଛନ୍ତି ଯେ,  ବଲ ସିଧା ଥିଲା । ସଚିନ ଶତ ପ୍ରତିଶତ ଆଉଟ ହୋଇଥିବା ସେ ନିଶ୍ଚିତ ଥିଲେ । ସାହିଦ ଆଫ୍ରିଦି, କମରାନ ଆକମଲ ଓ ଓ୍ୱାହବ ସଚିନଙ୍କ ଆଉଟ ବିଷୟରେ ପଚାରିଥିଲେ । ସେ ସଚିନ ଆଉଟ ହେବା ସୁନିଶ୍ଚିତ ବୋଲି କହିଥିଲେ । ତେବେ ତୃତୀୟ ଅମ୍ପାୟାରଙ୍କ ରାୟ ଆସିବା ପରେ ସେ ଭାଙ୍ଗି ପଡିଥିଲେ ।

ସେ ଆହୁରି କହିଛନ୍ତି ଯେ, ସଚିନଙ୍କ ସହ ସେ କେବେ ଟେଷ୍ଟ ମ୍ୟାଚ ଖେଳିନାହାଁନ୍ତି । ସେ କେବଳ ଦିନିକିଆରେ ସଚିନଙ୍କ ସହ ଖେଳିଛନ୍ତି । ଏବେ ମଧ୍ୟ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ତାଙ୍କୁ ଦୁଃଖ ଦେଉଛି । ବୋଧହୁଏ ସଚିନ ଭାଗ୍ୟବାନ ଥିଲେ ।

   Related Posts