‘ସେ ନୋ ଟୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ : ସଚେତନତା ପାଇଁ ନବୋଦୟ ଆଲୁମିନି ଆସୋସିଏସନ ଅଫ୍ ଓଡ଼ିଶାର ମାନବ ଶୃଙ୍ଖଳ

Published By : Prameya-News7 Bureau | November 10, 2018 IST

ଭୁବନେଶ୍ବର ୧୦|୧୧: ‘ସେ ନୋ ଟୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌’ । ଜମାରୁ ପ୍ଲାଷ୍ଟିକ୍‌ ବ୍ୟବହାର କରନ୍ତୁ ନାହିଁ । ରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେବା ପରେ ଅଧିକରୁ ଅଧିକ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି ନବୋଦୟ ଆଲୁମିନି ଆସୋସିଏସନ ଅଫ୍‌ ଓଡ଼ିଶାର ସଦସ୍ୟମାନେ । ଭୁବନେଶ୍ବର ଗାନ୍ଧି ମାର୍ଗରେ ସେମାନେ ଏନେଇ ଏକ ମାନବ ଶୃଙ୍ଖଳ କରିବା ସହ ଲୋକମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଅନୁରୋଧ କରିଥିଲେ । ଆମ ପରିବେଶ ଉପରେ ପ୍ଲାଷ୍ଟିର ଅନେକ କୁପ୍ରଭାବ ପଡ଼ୁଛି । ତେଣୁ ଏବେ ସମୟ ଆସିଛି, ‘ସେ ନୋ ଟୁ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ । ଏମିତି ଏକ ବାର୍ତ୍ତା ଦେଇ ରାଜରାସ୍ତାରେ ସାଧାରଣ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି ନବୋଦୟ ଆଲୁମିନି ଆସୋସିଏସନ ଅଫ୍‌ ଓଡ଼ିଶା ବା ନାଓ । ସଂଗଠନର ସଦସ୍ୟମାନେ ଭୁବନେଶ୍ବର ଗାନ୍ଧିମାର୍ଗରେ ଏକ ମାନବଶୃଙ୍ଖଳ କରିବା ସହ ପ୍ଲା-କାର୍ଡ଼ ଓ ସ୍ଲୋଗାନ୍‌ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ । ନାଓ ଦ୍ବାରା ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ହୋଇଥିଲେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପିୟଦର୍ଶୀ । ରାଜ୍ୟର ୩୧ ନବୋଦୟ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଗଠନ ହୋଇଥିବା ନବୋଦୟ ଆଲୁମିନି ଆସୋସିଏସନ ଅଫ୍‌ ଓଡ଼ିଶାର ହଜାର ହଜାର ସଦସ୍ୟ ଏବେ ଏହି ପ୍ଲାଷ୍ଟିକ ବ୍ୟାନ୍‌ ଆଓ୍ବାରନେସ୍‌ ପ୍ରୋଗ୍ରାମରେ ନିଜକୁ ସାମିଲ କରିଛନ୍ତି । ଆଉ ସେମାନଙ୍କ ଏହି ପ୍ରୟାସରେ ନିଜକୁ ସାମିଲ କରିଛି ଉତ୍କଳ ୟୁନିକର୍ଣ୍ଣ ସ୍କେଟିଙ୍ଗ କ୍ଳବ୍ । ସ୍କେଟିଂ ପ୍ରଦର୍ଶନ କରୁଥିବା ଛୋଟ ଛୋଟ ପିଲାମାନେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ । ସେହିଭଳି ସମର୍ପିତ ଅନୁଷ୍ଠାନ ପକ୍ଷରୁ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ନବୋଦୟ ଆଲୁମିନି ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍‌ ବ୍ୟାନ୍‌ ନେଇ ଏହି ଭଳି ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମସ୍ତଙ୍କ ସହଯୋଗରେ ହିଁ ରାଜ୍ୟରେ ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.