Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

ଦେଶରେ ତେଜୁଛି ଚାଇନା ସାମଗ୍ରୀ ବର୍ଜନ ନିଆଁ, ଭୟରେ ୧୦ ଦିନ ପାଇଁ ଟିଭିରୁ ବିଜ୍ଞାପନ ହଟାଇଲେ ଚୀନ କମ୍ପାନୀ

20/06/2020 at 9:29 PM

ନୂଆଦିଲ୍ଲୀ ୨୦|୦୬: ଲଦାଖ ସୀମାରେ ଉପୁଜିଥିବା ବିବାଦ ପରେ ଭାରତ ଓ ଚୀନ ମଧ୍ୟରେ ଚିକ୍ତତା ବୃଦ୍ଧି ପାଇଛି । ଦୁଇ ଦେଶ ମଧ୍ୟରେ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭାରତରେ  କାରବାର କରୁଥିବା ଚାଇନିଜ୍‌ ସ୍ମାର୍ଟଫୋନ୍‌ ଏବଂ ଇଲେକ୍‌ଟ୍ରୋନିକ୍ସ କମ୍ପାନୀଗୁଡିକ ଏବେ ଭୟଭୀତ ହୋଇଗଲେଣି । ସୀମା ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ଚୀନ୍‌ର ସ୍ମାର୍ଟଫୋନ୍‌ ଏବଂ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଭାରତରେ ସେମାନଙ୍କ ମାର୍କେଟିଂ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ପ୍ରସାରଣକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏବେ ଭାରତରେ ଚୀନ୍‌ ସାମଗ୍ରୀ ବର୍ଜନ ଅଭିଯାନ ଜୋର ଧରିଥିବାବେଳେ କୌଣସି ପ୍ରକାର ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିସ୍ଥିତିକୁ ବିଗାଡିପାରେ ବୋଲି ଚାଇନା କମ୍ପାନୀ ଆଶଙ୍କା କରୁଛନ୍ତି ।

ଶିଳ୍ପ କ୍ଷେତ୍ର ସହ ଜଡ଼ିତ ୪ ଜଣ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସାଓମି, ଭିଭୋ, ଓପୋ, ୱାନ୍‌ ପ୍ଲସ, ଟିସିଏଲ୍‌ ଏବଂ ଆଉ କେତେକ କମ୍ପାନି ଅନ୍ୟୁନ ୧୦ ଦିନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପରିସ୍ଥିତି ସ୍ୱାଭାବିକ ହେବା ପରେ ସେମାନେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବେ । ଚୀନ୍‌ର ଏହି କମ୍ପାନିଗୁଡିକ ଟେଲିଭିଜନ୍‌ରୁ ବିଜ୍ଞାପନ ପ୍ରସାରଣକୁ ପ୍ରତ୍ୟାହାର କରିଛନ୍ତି । ସେମାନଙ୍କୁ ଏତେ ମାତ୍ରାରେ ଭୟ ଘାରିଛି ଯେ ବିଲ୍‌ବୋର୍ଡ, ଟ୍ରାଫିକ୍‌ ସିଗ୍‌ନାଲ ଏବଂ ଲ୍ୟାମ୍ପ ପୋଷ୍ଟ ଆଦିରୁ ବିଜ୍ଞାପନ ହଟାଇ ଦେଇଛନ୍ତି । ଭାରତୀୟ ସେଲିବ୍ରିଟିମାନଙ୍କୁ ନେଇ ଡିଜିଟାଲ ତଥା ସୋସିଆଲ ମିଡିଆ ଏବଂ ଇ-କମର୍ସ ସାଇଟ୍‌ରେ ପ୍ରସାରିତ ହେଉଥିବା କ୍ୟାମ୍ପେନ୍‌ଗୁଡିକୁ ବନ୍ଦ କରିଛନ୍ତି ଚୀନ୍‌ କମ୍ପାନୀ । ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମରେ ଚୀନ୍‌ କମ୍ପାନି ଏବଂ ସେମାନଙ୍କ ପ୍ରମୁଖ ଅଧିକାରୀମାନେ ପ୍ରଚାର ବନ୍ଦ କରିଛନ୍ତି ।

ଓପୋ ଏବଂ ଭିଭୋ ବୁଧବାରରୁ ସେମାନଙ୍କ ବ୍ରାଣ୍ଡ୍‌ ଆକାଉଣ୍ଟରେ କୌଣସି ଟୁଇଟ୍‌ କରୁନାହାନ୍ତି । କେତେକ ନୂଆ ଲଞ୍ଚିଂ ହୋଇଥିଲେ ବି ଭୟରେ ପ୍ରଚାରରୁ ଦୂରରେ ରହୁଛନ୍ତି କମ୍ପାନି । ଭାରତରେ ସକ୍ରିୟ ଥିବା ପ୍ରମୁଖ ୩ ଚାଇନିଜ୍‌ ସ୍ମାର୍ଟଫୋନ୍‌ କମ୍ପାନି ମଧ୍ୟରୁ ଏକ କମ୍ପାନିର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭାରତୀୟ ସେଲିବ୍ରିଟିଙ୍କୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ୍‌ଗୁଡିକୁ ସ୍ଥଗିତ ରଖାଯାଇଛି । ଭାରତୀୟଙ୍କ ମଧ୍ୟରେ ଯେଉଁଭଳି ଭାବେ କ୍ରୋଧ ଦେଖାଦେଇଛି ଏବେ ଏସବୁ ପରିସ୍ଥିତିକୁ ବିଗାଡିପାରେ ବୋଲି ସେ କହିଛନ୍ତି । ବଜାର ଗବେଷଣା ସଂସ୍ଥା ଆଇଡିସି ଇଣ୍ଡିଆର ଗବେଷଣା ନିର୍ଦ୍ଦେଶକ ନବକେନ୍ଦର ସିଂହ କହିଛନ୍ତି ଯେ, ଦେଶରେ ଚୀନ୍‌କୁ ନେଇ ପ୍ରତିଶୋଧର ନିଆଁ ଜଳୁଥିବାବେଳେ କମ୍ପାନିଗୁଡିକ ବର୍ତ୍ତମାନ ପାଇଁ ନୀରବ ରହିବା ଶ୍ରେୟସ୍କର ।

   Related Posts