ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଆଗରେ ସମିଲ୍ କର୍ମଚାରୀଙ୍କ ବିକ୍ଷୋଭ, ପ୍ରତି ବ୍ଲକ୍ରେ ସମିଲ ପ୍ରତିଷ୍ଠା ପାଇଁ ଦାବି
27/11/2019 at 3:35 PM

ଚାନ୍ଦବାଲି ୨୭।୧୧: ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା କରତ କଳକୁ ବନ ବିଭାଗ ପକ୍ଷରୁ ରେଡ଼୍ କରାଯାଇ ବନ୍ଦ କରାଯାଇଛି। ଯାହା ଫଳରେ କାଠ ବ୍ୟବସାୟୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ କାଠ ଚିରିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଆଜି ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଆଗରେ ହଜାର ହଜାର ସଂଖ୍ୟାରେ ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣ ସଂଗ୍ରାମ ସଂଘ, ଜିଲ୍ଲାର ପ୍ରତି ବ୍ଲକ୍ ରୁ କରତ କଳ ମାଲିକ, କରତକଳରେ କାମ କରୁଥିବା କର୍ମଚାରୀ ଏବଂ ସାଧାରଣ ଲୋକ ଆସି ଆନ୍ଦୋଳନ କରିଛନ୍ତି । ଚାନ୍ଦବାଲି ମଧୁବାବୁ ଛକ ନିକଟରୁ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନକାରୀମାନେ ଏକ ଶୋଭଯାତ୍ରାରେ ବାହାରି ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ନାରାବାଜି କରିଛନ୍ତି ।
Related Posts
ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
7 March 2021
୫ କ୍ଵିଣ୍ଟାଲର ହ୍ୱେଲ ସାର୍କ ମୃତ, ୩ଦିନ ତଳେ ପଡିଥିଲା ଜାଲରେ
7 March 2021
ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
7 March 2021