ଯାଜପୁରରୁ ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷଧର ସାପ ‘ସ ସ୍କେଲ୍ଡ ଭାଇପର’ (saw scaled viper)

Published By : Prameya-News7 Bureau | April 05, 2021 IST

ଯାଜପୁର ରୋଡ୍ ୫।୪: ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଦଳା ଅଞ୍ଚଳରୁ ଏକ ବିରଳ ପ୍ରଜାତିର ବିଷଧର ସାପ ଉଦ୍ଧାର ହୋଇଛି । ଏହି ସାପଟିକୁ ସ ସ୍କେଲ୍ଡ ଭାଇପର ବା ଧୂଳି ବୋଡା ବୋଲି କୁହାଯାଏ । ଭାରତରେ ଥିବା ସବୁଠୁ ବିଷଧର ଟପ୍ ୫ ସାପ ପ୍ରଜାତି ମଧ୍ୟରୁ ଏହି ସାପ ଅନ୍ୟତମ ।

{"id":433571,"sizeSlug":"large","linkDestination":"none"}

ତେବେ ଏହି ସାପଟି ଜଣେ ବ୍ୟକ୍ତିଙ୍କ ଘର ଗେଟ୍ ସମ୍ମୁଖରେ ଶୋଇଥିବା ଘରଲୋକେ ଦେଖିଥିଲେ । ପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ଖବର ପାଇ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ପ୍ରଜାତିର ସାପ ମରୁଭୂମି ଅଞ୍ଚଳରେ ଦେଖିବାକୁ ମିଳିଥାନ୍ତି।  

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.