କ୍ବାରେଣ୍ଟାଇନ୍‌ରେ ସାବିତ୍ରୀ ବ୍ରତ: ନୂଆ ଶାଢ଼ୀ ଏବଂ ପୂଜା ସାମଗ୍ରୀ ଦେଲେ ସରପଞ୍ଚ

Published By : Prameya-News7 Bureau | May 22, 2020 IST

ଭଦ୍ରକ୨୨/୫:  ଏମିତି ଏ ସମୟ। ଯେତେବେଳେ କରୋନାର କରାଳ ଅନ୍ଧକାର ଭିତରେ ହଜି ଯାଇଛି ମଣିଷ।କାରୋନା ପାଇଁ ସଂସ୍କୃତି ଆଉ ପରମ୍ପରାରେ ଏବେ କିଛି ପ୍ରତିବନ୍ଧକ ଦେଖିବା ପାଇଁ ମିଳିଛି । ଏମିତି କହିବାର କାରଣ ଆଜି ସାବିତ୍ରୀ ବ୍ରତ। ହେଲେ ମନ୍ଦିରରେ ତାଲା ପଡିଛି। ଆଉ ଭକ୍ତ ଗେଟ ବାହାରୁ ଠାକୁରଙ୍କ ଆଡକୁ ନଡିଆଟିଏ ଗଡାଇ ଦେଇ, ଫୁଲ ଓ ଭୋଗ ଲଗାଇ ମନଦୁଃଖରେ ଘରକୁ ଫେରୁଛି। ଅନ୍ୟ ପଟେ ଏବେ କ୍ଵାରେଣ୍ଟାଇନରେ ମଧ୍ୟ ସାବିତ୍ରୀ ପାଳନ ହୋଇଛି।

ଏବେ ଏମିତି ଏକ ସମୟ ଯେତେବେଳେ କାରୋନାର କଟକଣା ପାଇଁ ସମସ୍ତ ମନ୍ଦିର ଓ ଧର୍ମାନୁଷ୍ଠାନ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି। ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରଳ ପାଳନ କରିଛନ୍ତି। ସଧବା ସ୍ତ୍ରୀମାନେ ଶାଢୀ , ଚୁଡି , ଶଙ୍ଖା ଆଉ ସିନ୍ଦୁର ସହ ୨୧ ପ୍ରକାର ଫଳ ମୂଳ ଦେଇ ପୂଜା ଓ ଆରଧନା କରିଛନ୍ତି । ଓଡିଶାର ଅନ୍ୟତମ  ସାବିତ୍ରୀ ପିଠ ହେଉଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ତୋଟାସାହିର ସାବିତ୍ରୀ ଆଡୀ । ଏହି ପିଠ ରେ ମା ସାବିତ୍ରୀଙ୍କ ପ୍ରସ୍ତର ମୂର୍ତ୍ତି ପୂଜା ପାଆନ୍ତି । ଏବେ କିନ୍ତୁ କାରୋନାର କଟକଣା ପାଇଁ ମନ୍ଦିର ପକ୍ଷ ରୁ ମାଇକ ଯୋଗେ ଭକ୍ତଙ୍କୁ ନଆସିବା ପାଇଁ ପ୍ରଚାର କରାଯାଇଛି। ଭକ୍ତ ଆସୁଛନ୍ତି। କିନ୍ତୁ ମନ୍ଦିର ଗେଟ ବାହାରେ ରହି ଦୀପ ଓ ଧୂପ ଦେଇ ନଡିଆ ବାଡେଇ ପଳାଇଯାଉଛନ୍ତି। ଆଉ କେହି କେହି ମା ଙ୍କ ମନ୍ଦିର ଗେଟ ଭିତରେକୁ ନଡିଆ , ଶଙ୍ଖା , ସିନ୍ଦୁର  ରଖି ପଳାଇ ଆସୁଛନ୍ତି ।

 ଆଜି ଓଡଙ୍ଗ ପଞ୍ଚାୟତର ସତି ସାବିତ୍ରୀ ଉଚ୍ଚ ବିଦ୍ୟାପୀଠର ଦୃଶ୍ୟ କିଛି ନିଆରା ଥିଲା। ଏହି ବିଦ୍ୟାଳୟ ଏବେ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ବା କ୍ବାରେଣ୍ଟାଇନ ସେଣ୍ଟର ନିର୍ମାଣ ହୋଇଛି। ଏଠାରେ ପ୍ରବାସୀ ଓଡିଆ ମାନେ ରହୁଛନ୍ତି । ଏଠାରେ ୯ ଜଣ ମହିଳା କ୍ଵାରେଣ୍ଟାଇନରେ ରହୁଛନ୍ତି । କରୋନାର ଲକ୍‌ଡାଉନକୁ ଭୂକ୍ଷେପ କରି ଓଡ଼ିଆ ପରମ୍ପରାକୁ ଭୁଲି ନାହାନ୍ତି କ୍ବାରେଣ୍ଟାଇନ୍ ସେଣ୍ଟରରେ ଥିବା ମହିଳାମାନେ। ଗେଟ୍ ବାହାରେ ପୂଜକ ବସିଛନ୍ତି। ଆଉ ଗେଟ ଭିତରେ ମହିଳା ।

ସରପଞ୍ଚ ସେମାନଙ୍କ ପାଇଁ ନୂଆ ଲୁଗା ଆଣିଛନ୍ତି । ସିନ୍ଦୁର , ଶଙ୍ଖା , ଅଳତା ସହ ଅନ୍ୟ ପୂଜା ସାମଗ୍ରୀ ଓ ଭୋଗର ବ୍ୟବସ୍ଥା କରିଛନ୍ତି। ସମସ୍ତେ ନୂଆଲୁଗା ପିନ୍ଧି ସାବିତ୍ରୀଙ୍କ ପୂଜା ରେ ବସିଥିଲେ । ମୁହଁରେ ମାସ୍କ ଓ ସାମାଜିକ ଦୁରତ୍ଵକୁ ଗୁରୁତ୍ଵ ଦିଆଯାଉଛି। ଆଜି ଆମିଷ ବାର ପାଇଁ କ୍ଵାରେଣ୍ଟାଇନ ସେଣ୍ଟର ରେ ଖାଇବା ରେ ଅଣ୍ଡା ମିଳିଥାନ୍ତା । କିନ୍ତୁ ଆଜି ସାବିତ୍ରୀ ବ୍ରତ ପାଇଁ ନିରାମିଷ ଭୋଜନ ଦିଆଯିବ । ଯାହାବି ହେଉ କିନ୍ତୁ ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ନିବିଡ । ମନ୍ଦିର ବନ୍ଦ ହୋଇଥିବା ବେଳେ ମନ୍ଦିରକୁ ଯାଇନପାରି ପରମ୍ପରାକୁ ଭୁଲୁ ନାହାନ୍ତି ଲୋକେ । ସରକାରଙ୍କ ନିୟମକୁ ସ୍ଵାଗତ କରି ମନ୍ଦିର ବାହାରୁ ରହି କେବଳ ମନ୍ଦିରକୁ ଦେଖି ମନ ବୁଝାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.