Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଜି ସାବିତ୍ରୀ ଅମାବାସ୍ୟା : ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ରଖିଛନ୍ତି ବ୍ରତ, ଏଥର ପୂଜା ପାଇଁ ମନ୍ଦିର ମନା, ନିରାଡମ୍ବର ଭାବେ ପାଳିବେ ବ୍ରତ

22/05/2020 at 7:34 AM

ଭୁବନେଶ୍ବର ୨୨।୫: ଆଜି ସାବିତ୍ରୀ ଅମାବାସ୍ୟା । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି । ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହ ହିନ୍ଦୁ ମହିଳାମାନେ ଅପେକ୍ଷା କରିଥାନ୍ତି । ପରମ୍ପରା ମୁତାବକ ନୂଆ ଶାଢ଼ୀ, ଚୁଡ଼ି, ଫଳମୂଳ, ପୂଜା ସାମଗ୍ରୀ ଧରି କିଏ ମନ୍ଦିର ଯାଆନ୍ତି ତ ଆଉ କିଏ ଘରେ ପୂଜାର୍ଚ୍ଚନା କରନ୍ତି । ହେଲେ ଏବର୍ଷ ଲକ୍ ଡାଉନ୍ ଯୋଗୁଁ ମନ୍ଦିରରେ ଏଣ୍ଟ୍ରି ନଥିବାରୁ ନିରାଡମ୍ବର ଭାବେ ବ୍ରତ ପାଳିବେ ମହିଳା ।

ଭାରତୀୟ ଆର୍ଯ୍ୟ ସଂସ୍କୃତିର ମହାନ୍ ପରମ୍ପରାକୁ ରୁଦ୍ଧିମନ୍ତ କରିଛି ଆମେ ପାଳନ କରୁଥିବା ଓଷାବ୍ରତ ।  ଏଥିରେ ରହିଛି ଜୀବନ ଜୀଇଁବାର କଳା, ସୁସଙ୍ଗଠିତ ପରିବାର ଗଠନର କୌଶଳ । ଯାହାର ବଳିଷ୍ଠ ଉଦାହରଣ ହେଉଛି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ ଆମ ସଂସ୍କୃତିରେ ସ୍ବାମୀ ପ୍ରତି ସ୍ତ୍ରୀର ନିଚ୍ଛକ ନୈତିକତାକୁ ପ୍ରଦର୍ଶିତ କରୁଛି ।

ପୁରାଣ କହେ, ସାବିତ୍ରୀ ଜଣେ ସତୀ, ସାଧ୍ବୀ ନାରୀ, ଯିଏ ନିଜ ସତୀତ୍ବ ବଳରେ ସ୍ବାମୀର ଅକଳା ମୃତ୍ୟୁ ଟାଳିଦେଇ ଶତପୁତ୍ରର ଜନନୀ ହେବା ପାଇଁ ଯମରାଜାଙ୍କଠାରୁ ବର ପାଇଥିଲେ । ସ୍ବାମୀଙ୍କ ଲାଗି ଜୀବନର ସମସ୍ତ କଷ୍ଟକୁ ବରଣ କରିନେଇଥିଲେ । ଆଉ ଏଇ ପରମ୍ପରାକୁ ମନେ ପକାଇ ଆଜି ବି ପ୍ରତ୍ୟେକ ଓଡ଼ିଆ ଘରେ ବିବାହିତ ମହିଳାମାନେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ଶ୍ରଦ୍ଧାର ସହ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ । ମନ୍ଦିର ଯାଇ ଦିଅଁ ଆରାଧନା କରନ୍ତି । ହେଲେ ଚଳିତ ବର୍ଷ ଲକ୍ ଡାଉନ୍ ଯୋଗୁଁ ମନ୍ଦିର ଯିବା ତ ସମ୍ଭବ ହେବନି । ସେଥିପାଇଁ ତ ଯାଜପୁରର ବିରଜା ମନ୍ଦିରଠାରୁ ଜଗତସିଂହପୁରର, ଭଦ୍ରକର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ତେଣୁ ନିଶ୍ଚିତ ଭାବେ ନିରାଡମ୍ବର ଭାବେ ଏଥର ସାବିତ୍ରୀ ପାଳିବେ ମହିଳା ।

ମନ୍ଦିର ନଗଲେ ବି ଘରେ ଘରେ ଦେଖିବାକୁ ମିଳିବ ଏହି ସଂସ୍କୃତି ଓ ପରମ୍ପରାର ଝଲକ । ଘରକୁ ବ୍ରାହ୍ମଣ ଡକାଇ ମହିଳାମାନେ ବ୍ରତ ପାଳିବେ । ସେହିପରି ଆପାର୍ଟମେଣ୍ଟ ବା ସୋସାଇଟିରେ ରହୁଥିବା ମହିଳାମାନେ ମଧ୍ୟ ସାମାଜିକ ଦୂରତ୍ବ ରଖି ଗୋଟିଏ ସ୍ଥାନରେ ବ୍ରତ ପାଳିବେ ।  

ତେବେ ଈଶ୍ବରଙ୍କୁ ଆରାଧନା କରିବାରେ ଦାମିକା ବସ୍ତ୍ର, ମୂଲ୍ୟବାନ୍ ଫଳମୂଳ ସହିତ ସମ୍ପର୍କ ନଥାଏ । ପୂଜା ସହିତ ସମ୍ପର୍କ ହେଉଛି ଶ୍ରଦ୍ଧା ଓ ନିଷ୍ଠାର । ତେଣୁ ସମସ୍ତ ନାରୀ ନିଷ୍ଠାପର ଭାବେ ହୃଦୟର ମହାନତାକୁ ପ୍ରକଟ କରି ପତିପ୍ରାଣା ହୋଇଗଲେ ସଂସାରରୁ ସମସ୍ତ କଳୁଷ, କାଳିମା, ହିଂସା ଦ୍ବେଷ ଦୂର ହୋଇ ସଂସାର ମଧୁମୟ ହୋଇଯିବ । ଯାହା ଏହି ମହାନପରମ୍ପରା ସାବିତ୍ରୀ ବ୍ରତର ମୂଳ ଉଦ୍ଦେଶ୍ୟ ।

   Related Posts