ଶେଷରେ ହାତ ପତେଇଲେ ଇମ୍ରାନ, କହିଲେ-କରୋନାରେ ଆମକୁ ଅନାହାର ମୃତ୍ୟୁରୁ ବଞ୍ଚାଅ

Published By : Prameya-News7 Bureau | April 13, 2020 IST

ଇସ୍ଲାମାବାଦ:  କରୋନା ସଂକ୍ରମଣ ଯୋଗୁ ସମଗ୍ର ବିଶ୍ୱ ଏବେ ଗୁରୁତର ସଂକଟର ସମ୍ମୁଖୀନ ହୋଇଛି। ଉପୁଜିଥିବା ପରିସ୍ଥିତିରୁ ଦେଶ ପରେ ଦେଶ ଲକଡାଉନ୍‌ରେ ଥିବା ବେଳେ ମହାମାନ୍ଦାବସ୍ଥ ଉପୁଜିଛି। ତେବେ କିଛି ସମୟ ପୂର୍ବରୁ କୋଭିଡ-୧୯ ମୁକାବିଲା ଲାଗି ସାର୍କ କୋଭିଡ ଫଣ୍ଡକୁ ଅର୍ଥ ଦାବି କରିଥିବା ପାକ୍ ପ୍ରଧାନମନ୍ତ୍ରୀଙ୍କ ଶ୍ୱରଏବେ ବଦଳି ଯାଇଛି। ସେ କରୋନାରେ ପାକିସ୍ତାନର ଦୂରାବସ୍ଥାକୁ ବିସ୍ୱ ସମ୍ମୁଖରେ ଉପସ୍ଥାପନ କରିଛନ୍ତି। ଆମକୁ ଅନାହାର ମୃତ୍ୟୁରୁ ରକ୍ଷା କର ବୋଲି ବିକଶିତ ଦେଶମାନଙ୍କୁ ନିବେଦନ କରିଛନ୍ତି।

wp:html /wp:html

ପାକିସ୍ତାନରେ କରୋନା ସଂକ୍ରମଣ ଏବେ ଅନାହାର ମୃତ୍ୟୁର କାରଣ ପାଲଟିଥିବା କହିଛନ୍ତି ଇମ୍ରାନ। ଏନେଇ ଇମ୍ରାନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ କୋଭିଡ-୧୯ ଯୋଗୁ ବିକଶିତ ରାଷ୍ଟ୍ରମାନେ ଯେପରି ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ପାକିସ୍ତାନ ମଧ୍ୟ ସେହିପରି ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରୁଥିବା କହିଛନ୍ତି। ଏଣୁ ଅନ୍ତର୍ଜାତୀୟ ସମୂଦାୟ, ଜାତିସଂଘ, ଜାତି ସଂଘ ସୁରକ୍ଷା ପରିଷଦ ଓ ଅନ୍ତର୍ଜାତୀୟ ଆର୍ଥିକ ସଙ୍ଗଠନମାନେ ତୁରନ୍ତ ପାକିସ୍ତାନ ଲାଗି ସକରାତ୍ମକ ପ୍ରତିକ୍ରିୟା ବ୍ୟକ୍ତ କରନ୍ତୁ ବୋଲି ନିବେଦନ କରିଛନ୍ତି ।

{"id":253492,"sizeSlug":"large"}

ତାଙ୍କ ଭିଡିଓ ବାର୍ତ୍ତାରେ ଇମ୍ରାନ କୋଭିଡ-୧୯ ମୁକାବିଲାରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ଥିବା ଅନ୍ତର ଦର୍ଶାଇଛନ୍ତି। ଏଥିରେ ବିକଶିତ ଦେଶମାନେ ପ୍ରଥମେ ଲକଡାଉନ୍‌ କରି କରୋନା ବିରୋଧରେ ସଂଗ୍ରାମ କରୁଛନ୍ତି ଓ ପରେ ଏଥିଯୋଗୁ ଉପୁଜିଥିବା ଆର୍ଥିକ ଆହ୍ୱାନର ମୁକାବିଲା କରୁଛନ୍ତି। ହେଲେ ବିକାଶଶୀଳ ଦେଶଙ୍କ କ୍ଷେତ୍ରରେ ଭୂତାଣୁ ମୁକାବିଲା ସମ୍ପୂର୍ଣ୍ଣ ଭିନ୍ନ ବୋଲି କହିଛନ୍ତି। ଏଠାରେ ଆର୍ଥିକ ସମସ୍ୟା ଯୋଗୁ ଲୋକେ ଏବେ ଭୋକରେ ଡହଳବିକଳ ହେଉଥିବା ଇମ୍ରାନ କହିଛନ୍ତି ।

{"id":253493,"sizeSlug":"large"}

ଏଠାରେ ଭୂତାଣୁ ସଂକ୍ରମଣ ଯୋଗୁ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ଲକଡାଉନରେ ଖାଦ୍ୟାଭାବ ଯୋଗୁ ମଧ୍ୟ ଲୋକେ ମରିବାରେ ଲାଗିଲେଣି ବୋଲି ଜଣାଇଛନ୍ତି। ପରିସ୍ଥିତିର ମୁକାବିଲା ଲାଗି ସରକାରଙ୍କ ସଂସାଧନ ପର୍ଯ୍ୟାପ୍ତ ନଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡିଛି । ଏଣୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଜାତିସଂଘ ଜେନେରାଲ ସେକ୍ରେଟାରୀଙ୍କୁ ତୁରନ୍ତ ନୀତି ନିର୍ଦ୍ଧାରଣ ଲାଗି ଇମ୍ରାନ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.