କରୋନାରୁ ମୁକ୍ତି ପାଇଁ ରାତି ଅଧରେ ଅଭୟାରଣ୍ୟ ଭିତରେ ଧାର୍ମିକ ସଭା, ୧୨ ଜଣଙ୍କୁ ଧରିଲା ଜଙ୍ଗଲ ବିଭାଗ

Published By : Prameya-News7 Bureau | March 29, 2020 IST

ଆନନ୍ଦପୁର ୨୯।୦୩: କରୋନା ଭାଇରସରେ ସାରା ଦୁନିଆ ହାହାକାର। ଏହାର ମୁକାବିଲା ପାଇଁ ସବୁ ସ୍ତରରେ ପ୍ରୟାସ ଜରି ରହିଛି। ଏହା ମଧ୍ୟରେ କରୋନାରୁ ରକ୍ଷା ପାଇବା ପାଇଁ ଏକ ଅଭିନବ ଘଟଣା ସାମ୍ନାକୁ ଆସିଛି।  ଆନନ୍ଦପୁର ଉପଖଣ୍ଡ କାଠକଟା ଗାଁକୁ ଲାଗିଥିବା ହଦଗଡ ହସ୍ତୀ ଅଭୟାରଣ୍ୟରେ କରୋନାରୁ ମୁକ୍ତି ପାଇବାକୁ ରାତି ଅଧରେ ଧାର୍ମିକ ସଭା କରୁଥିବା ସମୟରେ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ ଦ୍ଵାରା ଚଢଉ କରି ୧୨ ଜଣକୁ ଅଟକ ରଖିଛି ଜଂଗଲ ବିଭାଗ। 

{"id":246096,"width":589,"height":263,"sizeSlug":"large"}

ସୂଚନା ଅନୁଯାୟୀ ସରାତି ୧୨ ଟା ସମୟରେ ଜଙ୍ଗଲରୁ ପାହାଡ଼ ଉପରୁ ଜୋରରେ ଶବ୍ଦ ଆସୁଥିବାରୁ ପ୍ରଥମେ କାଠକଟା ଗ୍ରାମବାସୀ ଭୟଭୀତ ହୋଇଥିଲେ। କିଛି ସ୍ଥାନୀୟ ବାସିନ୍ଦା ବାହାରକୁ ଆସି ଜାଣିବାକୁ ପାଇଥିଲେ ଯେ ଜଙ୍ଗଲ ଉପରେ କରୋନାରୁ ମୁକ୍ତି ପାଇବା ପାଇଁ ଧାର୍ମିକ ସଭା ଚାଲିଛି। ଏନେଇ ଜଙ୍ଗଲ ବିଭାଗକୁ ଖବର ଦେବାପରେ ଜଙ୍ଗଲ ବିଭାଗର କର୍ମଚାରୀ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇଥିଲେ। ଧାର୍ମିକ ସଭା କରୁଥିବା କିଛି ଲୋକେ ଦୌଡ଼ି ପଳେଇବାକୁ  ସକ୍ଷମ ହୋଇଥିବା ବେଳେ ୧୨ ଜଣଙ୍କୁ କାବୁ କରିଥିଲା ଜଙ୍ଗଲ ବିଭାଗ । ସେଥିମଧ୍ୟରୁ ୭ ଜଣ ମହିଳା ଥିବା ବେଳେ ୫ ଜଣ ପୁରୁଷ ଅଛନ୍ତି। ତେବେ ଜଙ୍ଗଲ ବିଭାଗର କହିବା ଅନୁଯାୟୀ ସେମାନଙ୍କ ବିଷୟରେ ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.