Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ହୋଇପାରିବେ ଲକ୍ଷପତି: ଏକାଥରେ ମିଳିବ ୧୫ ଲକ୍ଷ ଟଙ୍କା

19/10/2021 at 5:20 PM

ନୂଆଦିଲ୍ଲୀ ୧୯/୧୦ : ଯଦି ଆପଣ ପ୍ରତିଦିନ ୧୫୦ ଟଙ୍କା ସଞ୍ଚୟ କରନ୍ତି ତାହେଲେ ୧୫ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ। ପୋଷ୍ଟ ଅଫିସର ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF) ଏମିତି ଏକ ସ୍କିମ ଯେଉଁଥିରେ ଲଙ୍ଗ ଟର୍ମ ନିବେଶ କରାଗଲେ ସହଜରେ ଲକ୍ଷ ଲକ୍ଷ ଟଙ୍କାର ଫଣ୍ଡ ହୋଇପାରିବ। ଯଦି ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରି ପ୍ରତି ମାସରେ PPF ରେ ଜମା କରନ୍ତି ତାହେଲେ ୧୫ ବର୍ଷ ପରେ ପ୍ରାୟ ୧୫ ଲକ୍ଷ ଟଙ୍କା ଫଣ୍ଡ ଜମା ହୋଇପାରିବ।

ଧରି ନିଅନ୍ତୁ, ଆପଣ ଦୈନିକ ୧୫୦ ଟଙ୍କା ସଞ୍ଚୟ କରୁଛନ୍ତି ତାହେଲେ ମାସକୁ ଆପଣ ୪୫୦୦ ଟଙ୍କା ସଞ୍ଚୟ କରିଛନ୍ତି ଏବଂ ଏହାକୁ ଆପଣ PPF ରେ ନିବେଶ କରୁଛନ୍ତି। ତାହେଲେ ଆପଣଙ୍କର ବାର୍ଷିକ ନିବେଶ ୫୪ ହଜାର ଟଙ୍କା ହେବ। ୧୫ ବର୍ଷରେ ଆପଣଙ୍କ PPF ଆକାଉଣ୍ଟ ମେଚ୍ୟର ହୋଇଯିବ। ତାପରେ ଆପଣଙ୍କୁ ୧୪ ଲକ୍ଷ ୬୪ ହଜାର ୫୫୫ ଟଙ୍କା ମିଳିବ। PPF ରେ ବର୍ତ୍ତମାନ ବାର୍ଷିକ ୭.୧ ପ୍ରତିଶତ ସୁଧ ମିଳୁଛି। ମେଚ୍ୟୁର ହେବା ଯାଏଁ ଏହି ସୁଧ ମିଳିବ।

PPF ରେ ଆୟକର ଟ୍ୟାକ୍ସ ଆକ୍ଟ ସେକ୍ସନ 80C ଅନୁଯାୟୀ ଟ୍ୟାକ୍ସ ବେନିଫିଟ ମିଳିଥାଏ। ଏହି ସ୍କିମରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁଞ୍ଜି ବିନିଯୋଗ ପାଇଁ ରିହାତି ନିଆଯାଇପାରେ। ପିପିଏଫରେ ଅର୍ଜିତ ସୁଧ ଏବଂ ମେଚ୍ୟୁରିଟି ରାଶି ମଧ୍ୟ ଟ୍ୟାକ୍ସମୁକ୍ତ। ଏହିପରି, PPF ରେ ବିନିଯୋଗ EEE ବର୍ଗ ଅଧୀନରେ ଆସେ। ପିପିଏଫ ଆକାଉଣ୍ଟରେ ଋଣ ସୁବିଧା ମଧ୍ୟ ଉପଲବ୍ଧ। ପିପିଏଫ ଆକାଉଣ୍ଟ ଯେଉଁ ବର୍ଷ ଖୋଲିଥିବେ, ତାର ଶେଷ ହେବାର ବର୍ଷେ ପୁରା ହେବାପରେ ଓ ୫ ବର୍ଷ ପୁରା ହେବା ପୂର୍ବରୁ ଋଣ ପାଇଁ ଆବେଦନ କରିପାରିବେ।

   Related Posts