Saturday, May 25, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏଲଆଇସିରେ ଜମା କରନ୍ତୁ ୧୫୦ଟଙ୍କା : କନ୍ୟାଦାନ ବେଳେ ଏଲଆଇସି ଦେବ ୨୨ଲକ୍ଷ ଟଙ୍କା

ନୂଆଦିଲ୍ଲୀ ୧୧/୩: ଆପଣ ଯଦି ନିଜ ଝିଅର ବିବାହ ପାଇଁ ଚିନ୍ତିତ ତେବେ ଏବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଦେଶର ସବୁଠୁ ବଡ଼ ସରକାରୀ ବୀମା କମ୍ପାନୀ ଏଲଆଇସି ଅର୍ଥାତ୍ ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ୍ ଏଥିପାଇଁ ଏକ ଖାସ୍ ସ୍କିମ୍ ବାହାର କରିଛି। ଯାହା ଫଳରେ ଆପଣଙ୍କୁ ଝିଅର କନ୍ୟାଦାନ ପାଇଁ ୨୨ଲକ୍ଷ ଟଙ୍କା ମିଳିବ। ଆସନ୍ତୁ ଜାଣିବା ଏହି ସ୍କିମର ପୂରା ଡିଟେଲ୍ସ୍

ଏହି ପଲିସି ଜରିଆରେ ଆପଣଙ୍କୁ ପ୍ରତିଦିନ କେବଳ ୧୫୦ଟଙ୍କା ଜମା କରିବାକୁ ପଡ଼ିବ। ଯେତେବେଳେ ଆପଣ ନିଜ ଝିଅକୁ ବାହା ଦେବାକୁ ଯାଉଥିବେ ଆପଣଙ୍କୁ ପୂରା ୨୨ଲକ୍ଷ ଟଙ୍କା ମିଳିବ। ଯଦି ପଲିସିର କାର୍ଯ୍ୟକାଳ ସରିବା ପୂର୍ବରୁ ପିତାଙ୍କ ମୃତ୍ୟୁ ହୋଇଯାଏ ତେବେ କିସ୍ତି ନିଆଯିବ ନାହିଁ ଏବଂ ପଲିସି ଚାଲୁଥିବ। ପିତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ତତକ୍ଷଣାତ୍ ୧୦ଲକ୍ଷ ଟଙ୍କା ମିଳିବ। ଯଦି ଦୁର୍ଘଟଣାରେ ପିତାଙ୍କ ମୃତ୍ୟୁ ହୋଇଯାଏ ତେବେ ୨୦ଲକ୍ଷ ଟଙ୍କା ମିଳିବ।

ଏହି ପଲିସିରେ ଝିଅର ପାଠପଢ଼ା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ପ୍ରତି ବର୍ଷ ବିବାହ ହେବା ପର୍ଯ୍ୟନ୍ତ ୧ଲକ୍ଷ ଟଙ୍କା ମିଳିବ ଏବଂ ପଲିସି ମଧ୍ୟ ଚାଲିଥିବ। ଏହି ପଲିସି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଆପଣ ଏଲଆଇସିର ଓ୍ବେବସାଇଟକୁ ମଧ୍ୟ ଯାଇ ପାରିବେ ଏବଂ ଏହାପରେ ଏଲଆଇସି ଏଜେଣ୍ଟକୁ କଲ୍ କରି ପାରିବେ।

1143 Views

   ସମ୍ବନ୍ଧିତ ଖବର