Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଆଶା ଆଶଙ୍କାରେ ପଡିଲା ପୂର୍ଣ୍ଣଛେଦ: ମୋଦିଙ୍କ କୋଲକାତା ରାଲିରେ ସାମିଲ ହେବେନି ଦାଦା

7/03/2021 at 10:09 AM

କୋଲକାତା ୦୭/୦୩ : ଆଜି କୋଲକାତା ବ୍ରିଗେଡ ମଇଦାନରେ ପ୍ରଧାନମନ୍ତ୍ରୀ ମୋଦି ଏକ ବଡ ରାଲିକୁ ସମ୍ବୋଧିତ କରିବେ। ଏହି ରାଲିରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବାନେଇ ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ ମୋଦିଙ୍କ ରାଲିରେ ଦାଦା ସାମିଲ ହେବନାହିଁ। ଏହାସହ ଗାଙ୍ଗୁଲି ବିଜେପିରେ ସାମିଲ ହେବା ନେଇ ସବୁ ଆଶା ବି ମଉଳି ଯାଇଛି।

ପ୍ରଧାନମନ୍ତ୍ରୀ ଅପରାହ୍ନ ୨ଟାରେ ବ୍ରିଗେଡ ମଇଦାନରେ ପହଞ୍ଚିବେ। ସକାଳ ୧୧ଟା ୨୦ ରେ ଦିଲ୍ଲୀ ବିମାନବନ୍ଦରରୁ ବାହାରିବେ। ଅପରାହ୍ନ ୧ଟା ୨୦ରେ କୋଲକାତା ବିମାନବନ୍ଦରରେ ପହଞ୍ଚିବେ। ୧.୪୫ରେ କୋଲକାତା ହେଲିପ୍ୟାଡ଼ରେ ପହଞ୍ଚିବେ। ୨ଟା ରେ ବ୍ରିଗେଡ ମଇଦାନରେ ପହଞ୍ଚିବେ। ଅପରାହ୍ନ ୨ଟା ରୁ ୩ଟା ରାଲିକୁ ସମ୍ବୋଧିତ କରିବେ।

ଅପରାହ୍ନ ୩ଟା ୫ ମିନିଟରେ ମୋଦି ପୁଣି ହେଲିପ୍ୟାଡ଼କୁ ଯିବେ। ସେଠାରୁ ୩ଟା ୧୫ରେ କୋଲକାତା ବିମାନବନ୍ଦର ଯିବେ। ୩.୪୫ରେ କୋଲକାତା ବିମାନବନ୍ଦରରୁ ଦିଲ୍ଲୀ ବାହାରିଯିବେ। ସନ୍ଧ୍ୟା ୬ଟା ୧୫ରେ ସେ ଦିଲ୍ଲୀରେ ପହଞ୍ଚିବେ।

ମୋଦିଙ୍କ ରାଲିରେ ୧୦ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ ବୋଲି ଅନୁମାନ କରାଯାଉଛି। ଯଦି ୧୦ ଲକ୍ଷ ଲୋକ ରାଲିରେ ସାମିଲ ହୁଅନ୍ତି ତାହେଲେ ମଇଦାନ ଫୁଲ ହୋଇଯିବ। ମୋଦିଙ୍କ ସହ ବିଜେପିର ତମାମ ବରିଷ୍ଠ ନେତା ରାଲିରେ ଉପସ୍ଥିତ ରହିବେ। ପଶ୍ଚିମବଙ୍ଗରେ ଏହା ବିଜେପିର ବଡ ହୁଙ୍କାର। ମୋଦିଙ୍କ ଏହି ରାଲିରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହେବେ। ସେ ଆଜି ପଦ୍ମ ଧରିବେ। ଏଥିପାଇଁ ସେ କୋଲକାତାରେ ପହଞ୍ଚି ସାରିଛନ୍ତି।

   Related Posts