Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ପାଇଁ ହ୍ରିତିକ୍ ରୋଶନଙ୍କୁ କରିବାକୁ ପଡିବ ଏହି କାମ, ‘ଦାଦା’ ନିଜେ କଲେ ଖୁଲାସା

16/09/2020 at 5:42 PM

ମୁମ୍ବାଇ ୧୬/୦୯ : ଆଇପିଏଲ ୨୦୨୦ ପ୍ରସ୍ତୁତି ମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଭିନେତ୍ରୀ ନେହା ଧୂପିଆଙ୍କ ଶୋ’ ‘ନୋ ଫିଲ୍ଟର ନେହା’ରେ ଅତିଥି ହୋଇ ପହଞ୍ଚିଥିଲେ । ସେ ଅନେକ ପ୍ରଶ୍ନର ମଜାଳିଆ ଜବାବ ଦେଇଛନ୍ତି ଯାହାର ଭିଡିଓ ଭାଇରାଲ ହୋଇଛି । ନେହା ଧୂପିଆ ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ହ୍ରିତିକ ରୋଶନ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ପ୍ରଶ୍ନ କରିଥିଲେ । ଏଥିରେ ଗାଙ୍ଗୁଲି ମଜାଳିଆ ଜବାବ ଦେଇଥିଲେ । ସେ ପଚାରିଥିଲେ ଗାଙ୍ଗୁଲିଙ୍କ ବାୟୋପିକ ତିଆରି ହେଉଛି କି ? ଗାଙ୍ଗୁଲି ପଚାରିଥିଲେ କିଏ କରୁଛି ? ନେହା କହିଥିଲେ ହ୍ରିତିକ ରୋଶନ କରିବେ ବୋଲି ଖବର ଶୁଣିବାକୁ ମିଳୁଛି । ଗାଙ୍ଗୁଲି କହିଥିଲେ ଏଥିପାଇଁ ତାଙ୍କୁ ମୋ ଭଳି ବଡି କରିବାକୁ ହେବ । ଏତିକି ଶୁଣି ଉଭୟ ହସିଥିଲେ । ଆଉ ଏକ ପ୍ରଶ୍ନରେ ଗାଙ୍ଗୁଲି କହିଥିଲେ ଯୁବରାଜ ସିଂହଙ୍କୁ ଅଭିନୟ କରିବା ଉଚିତ ।

ନେହା ନିଜେ ଏହି ଭିଡିଓ ଇନ୍ସଟାଗ୍ରାମରେ ପୋଷ୍ଟ କରିଛନ୍ତି । ଗାଙ୍ଗୁଲି ବର୍ତ୍ତମାନ ଦୁବାଇରେ ଅଛନ୍ତି । ସେପ୍ଟେମ୍ବର ୧୯ ତାରିଖରେ ହେବାକୁ ଥିବା ଆଇପିଏଲ ପାଇଁ ସେ ଦୁବାଇରେ ଅଛନ୍ତି ।

ନିକଟରେ ଏକ ଟକ ଶୋ’ରେ ଗାଙ୍ଗୁଲିଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଯଦି ତାଙ୍କର ବାୟୋପିକ କରାଯାଏ ତାହେଲେ ସେ ନିଜ ଭୂମିକାରେ କାହାକୁ ଦେଖିବାକୁ ଚାହିଁବେ । ଜବାବରେ ସେ କହିଥିଲେ ଯେ ସେ ହ୍ରିତିକ ରୋଶନଙ୍କୁ ଦେଖିବାକୁ ପସନ୍ଦ କରିବେ । ଗତ କିଛି ବର୍ଷ ହେଲା ଖେଳାଳିଙ୍କ ଜୀବନିକୁ ନେଇ ବଲିଉଡ ଫିଲ୍ମ ନିର୍ମାଣ ହେଉଛି । ୧୯୮୩ ବିଶ୍ୱକପ ବିଜେତା ଭାରତୀୟ ଟିମ ଉପରେ ମଧ୍ୟ ବାୟୋପିକ ନିର୍ମାଣ ହେଉଛି । ସୌରଭ ଗାଙ୍ଗୁଲିଙ୍କୁ ଜଣେ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ । ଏଥିପାଇଁ ତାଙ୍କ ବାୟୋପିକ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବ ।

   Related Posts