Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲମତାପୁଟ : ଗଞ୍ଜେଇ ବୋଝେଇ କାର୍‌ ଜବତ, ୨ଗିରଫ
  • ||
  • ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ଅଡୁଆରେ ପୋଲିସ
  • ||

୩ ମାସ ସମୟ ୩ଟି ରଣଜୀ ମ୍ୟାଚ୍ ମିଳିଲେ ଟେଷ୍ଟ କ୍ରିକେଟରେ ପୁଣି ରନ୍ ସ୍କୋର କରିପାରିବେ କହିଲେ ଗାଙ୍ଗୁଲୀ

17/07/2020 at 8:15 PM

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍‌ ତଥା ବର୍ତ୍ତମାନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଚ୍ୟାଲେଞ୍ଜ କରିଛନ୍ତି। ଯଦି ତାଙ୍କୁ କିଛିମାସ ଟ୍ରେନିଂ ଓ କିଛି ରଣଜୀ ମ୍ୟାଚ୍‌ ଖେଳିବାର ମୌକା ଦିଆଯାଏ ତେବେ ସେ ପୁଣି ଥରେ ଟେଷ୍ଟ କ୍ରିକେଟ୍‌ରେ ଇଣ୍ଡିଆ ଲାଗି ରନ୍‌ ସ୍କୋର କରିପାରିବେ। ଗାଙ୍ଗୁଲୀ ପ୍ରାୟ ୧୨ ବର୍ଷ ପୂର୍ବେ ୨୦୦୮ ମସିହାରେ କ୍ରିକେଟର ସମସ୍ତ ଫର୍ମରୁ ବିଦାୟ ନେଇଥିଲେ। ହେଲେ ତାଙ୍କର ଦୃଢ ମନବଳ ବଳରେ ସେ ଟେଷ୍ଟ କ୍ରିକେଟ୍‌ରେ ପୁଣି ତାଙ୍କୁ ପ୍ରତିଷ୍ଠା କରିପାରିବେ ବୋଲି କହିଛନ୍ତି।

ଦାଦା ଏବେ ୪୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏକ ବେଙ୍ଗଲୀ ଦୈନିକ ସମ୍ବାଦପତ୍ରକୁ ସାକ୍ଷାତକାର ଅବସରରେ କହିଛନ୍ତି ଯେ ଯଦି ତାଙ୍କୁ ଏକ ଦିବସୀୟରେ ଆଉ ଗୋଟିଏ ବା ଦୁଇଟି ସିରିଜ ଖେଳିବାର ସୁଯୋଗ ମିଳିଥାନ୍ତା ତେବେ ସେ ତାଙ୍କ ବ୍ୟକ୍ତିଗତ ସ୍କୋରରେ ଅଧିକ ରନ୍‌ ଯୋଡି ପାରିଥାନ୍ତେ। ଯଦି ନାଗପୁର ଟେଷ୍ଟରୁ ଅବସର ନେଇ ନଥାନ୍ତେ ତେବେ ଆଗାମୀ ୨ଟି ଟେଷ୍ଟ ସିରିଜରୁ ମଧ୍ୟ ଭଲ ରନ୍‌ ସଂଗ୍ରହ କରିପାରିଥାନ୍ତେ ବୋଲି କହିଛନ୍ତି।

ଏବେବି ଯଦି ମୋତେ ୬ ମାସ ଟ୍ରେନିଂ ଓ ୩ଟି ରଣଜୀ ଖେଳିବାର ସୁଯୋଗ ଦିଆଯାଆନ୍ତା ତେବେ ଟେଷ୍ଟ କ୍ରିକେଟରେ ପୁଣି ଭାରତ ଲାଗି ରନ୍‌ ସଂଗ୍ରହ କରିପାରନ୍ତି । ମୋତେ ଟ୍ରେନି ଲାଗି ୬ ମାସ ବି ଦରକାର ନାହିଁ ୩ ମାସ ସମୟ ମିଳିଲେ ବି ଯଥେଷ୍ଟ ବୋଲି ଦାଦା କହିଛନ୍ତି। ହୁଏତ ଆପଣ ମୋତେ ଆଉଥରେ ଖେଳିବାର ସୁଯୋଗ ଦେଇ ନ ପାରନ୍ତି। ହେଲେ ମୋ ଭିତରେ ଥିବା ବିଶ୍ୱାସକୁ ଆପଣ କିପରି ଭାଙ୍ଗିବେ ବୋଲି ଦାଦା ଓଲଟି ପ୍ରଶ୍ନ କରିଛନ୍ତି।

ତେବେ ୨୦୦୭-୦୮ରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଟିମ୍‌ରୁ ଆଉଟ୍ କରିଦିଆଯାଇଥିଲା ବୋଲି ସେ କହିଛନ୍ତି। ତେବେ ତାଙ୍କୁ କାହିଁକି ଟିମ୍‌ରୁ ଆଉଟ୍ କରାଯାଇଥିଲା ତାହା ସେ ଆଜିବି ଜାଣନ୍ତି ନାହିଁ ବୋଲି କହିଛନ୍ତି। ତେବେ ଟିମ୍‌ ଇଣ୍ଡିଆରୁ ଅବସର ନେବେ ପରେ ଗାଙ୍ଗୁଲୀ ୨୦୧୧ ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଓ ୨୦୧୨ ମସିହା ପର୍ଯ୍ୟନ୍ତ ଆଇପିଏଲ ଖେଳୁଥିଲେ। ଗାଙ୍ଗୁଲୀଙ୍କ ଟେଷ୍ଟ କ୍ୟାରିୟରକୁ ଦେଖିଲେ ସେ ୧୧୩ଟି ଟେଷ୍ଟ ମ୍ୟାଚ୍‌ରୁ ୭ହଜାର ୨୧୨ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ୧୬ଟି ଶତକ ମଧ୍ୟ ରହିଛି।

ସେହିପରି ଦାଦା ୩୧୧ଟି ୱାନଡେ ମ୍ୟାଚ୍‌ ଖେଳିଥିବା ବେଳେ ୪୧ ରନ୍‌ ଆଭରେଜରେ ୧୧ ହଜାର ୩୬୩ ରନ୍ କରିଛନ୍ତି। ଏଥିରେ ତାଙ୍କର ୨୨ଟି ଶତକ ମଧ୍ୟ ସାମିଲ ଅଛି। ୨୦୦୫ ମସିହାରେ ଗ୍ରେଗ୍ ଚାପେଲଙ୍କ କୋଚିଂ ବେଳେ ଟିମ୍‌ର ଅଧିନାୟକ ଥିବା ଗାଙ୍ଗୁଲୀଙ୍କୁ ପ୍ରଥମେ କ୍ୟାପ୍ଟେନରୁ ବାହାର କରାଯାଇଥିଲା। ତେବେ ୨୦୦୬ ମସିହାରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ତାଙ୍କ ବ୍ୟାଟିଂକୁ ସଚ୍ଚିନ ତେନ୍ଦୁଲକରଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଖୁବ୍ ତାରିଫ କରିଥିଲେ।

   Related Posts