ତୃତୀୟ ଦିନରେ ଭାରତକୁ ତୃତୀୟ ସ୍ବର୍ଣ୍ଣ

Published By : Prameya-News7 Bureau | August 21, 2018 IST

ଜାକର୍ତ୍ତା ୨୧/୮ : ଅଷ୍ଟାଦଶ ଏସିଆନ୍ ଗେମ୍ସର ତୃତୀୟ ଦିନରେ ଭାରତକୁ ମିଳିଛି ତୃୟୀୟ ସ୍ବର୍ଣ୍ଣ । ୧୦ ମିଟର ଏୟାର ପିସ୍ତଲରେ ସୌରଭ ଚୌଧୁରୀ ଜିତିଛନ୍ତି ସ୍ବର୍ଣ୍ଣ ପଦକ । ୧୬ବର୍ଷୀୟ ସୌରଭ ଚୌଧୁରୀ ଫାଇନାଲରେ ୨୪୦.୭ ସ୍କୋର ହାସଲ କରି ଶୀର୍ଷ ସ୍ଥାନରେ ରହିଛନ୍ତି । ଏହାସହ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୩ରେ ପହଞ୍ଚିଛି। ସେହିପରି ଏହି ବର୍ଗରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଛନ୍ତି ଅଭିଷେକ ବର୍ମା । ୨୯ ବର୍ଷୀୟ ଅଭିଷେକ ୨୧୯.୩ ସ୍କୋର କରିଥିଲେ । ୫୦ମିଟର ରାଇଫଲ ୩ କାଟେଗୋରୀରେ ରୌପ୍ୟ ପଦକ ଜିତିଛନ୍ତି ସଞ୍ଜୀବ ରାଜପୁତ । ଏହାସହ ତୃତୀୟ ଦିନରେ ଭାରତର ପଦକ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଭରତ ୩ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଏବଂ ୩ଟି ବ୍ରୋଞ୍ଜ ପଦକ ସହ ୯ଟି ପଦକ ହାସଲ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.