ଖାସୋଗୀ ହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ , ୩ ଜଣଙ୍କୁ ଜେଲ୍

Published By : Prameya-News7 Bureau | December 23, 2019 IST

ରିୟାଦ ତା ୨୩.୧୨ - ସାଉଦି ଆରବ କୋର୍ଟ ସାମ୍ବାଦିକ ଜମାଲ ଖାସୋଗୀ  ହତ୍ୟା ମାମଲାରେ  ୫ ଜଣଙ୍କୁ ମୃତ୍ୟୁ ଦଣ୍ଡ, ୩ ଜଣଙ୍କୁ ୨୪ ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି  । ଆମେରିକା ନିବାସୀ ସାଉଦି ସମ୍ବାଦିକ  ଖାସୋଗୀଙ୍କୁ  ଗତବର୍ଷ ଅକ୍ଟୋବରରେ ଇସ୍ତାନବୁଲ୍‌ ସ୍ଥିତ ସାଉଦି ଆରବ ବାଣିଜ୍ୟିକ ଦୂତାବାସରେ ହତ୍ୟା କରାଯାଇଥିଲା ।

ଏହି ବହୁ ଚର୍ଚ୍ଚିତ ହତ୍ୟା ମାମଲାରେ କିନ୍ତୁ ଦୁଇ ଜଣ ପ୍ରଭାବଶାଳୀ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ କୋର୍ଟ ଦୋଷମୁକ୍ତ ଘୋଷଣା କରିଛନ୍ତି ।ସାଉଦି ଆରବର ଡେପୁଟି ପବ୍ଲିକ ପ୍ରୋସେକ୍ୟୁଟର ତଥା ମୁଖପାତ୍ର ସାଲାନ ଆଲ୍ ସାଲାନ ସୋମବାର ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଦୋଷୀ ମାନେ ଖାସୋଗୀଙ୍କ ହତ୍ୟା ସହ ପ୍ରତ୍ୟକ୍ଷଭାବେ ଜଡିତ ଥିଲେ ବୋଲି ଏକ ବିବୃତ୍ତିରେ କହିଛନ୍ତି ସାଲାନ ।ୱାଶିଂଟନ ପୋଷ୍ଟରେ ସ୍ତମ୍ବକାର ଥିବା ଜାମଲ କାସୋଗୀ ସାଉଦିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ସମାଲୋଚକ ଭାବେ ଜଣାଶୁଣା ଥିଲେ । ସାଉଦି ଆରବରର ଶାସନକୁ ନିୟନ୍ତ୍ରଣ କରୁଥିବା କ୍ରାଉନ ପ୍ରିନ୍ସଙ୍କ ନିର୍ଦ୍ଦେଶରେ ଖାସୋଗୀଙ୍କୁ ହତ୍ୟା କରାଯାଇଥିବା ସାରା ବିଶ୍ୱରେ ଚର୍ଚ୍ଚା ସହ ବିବାଦୀୟ ହୋଇଥିଲା । କ୍ରାଉନ ପ୍ରିନ୍ସ ସଲମାନଙ୍କ ନିର୍ଦ୍ଦେଶରେ ଖାସୋଗୀଙ୍କୁ ହତ୍ୟା କରାଯାଇଥିବା ପାଶ୍ଚାତ୍ୟ ରାଷ୍ଟ୍ର ମାନେ ଅଭିଯୋଗ କରିଥିଲେ । କିନ୍ତୁ ତାହାକୁ ଖଣ୍ଡନ କରିଥିଲା ସାଉଦି ଆରବ ।

 ୨୦୧୮ ଅକ୍ଟୋବର ୨ ତାରିଖରେ ଜାମଲ ଖାସୋଗୀଙ୍କୁ ଶେଷ ଥର ଲାଗି ଇସ୍ତାନବୁଲ ସ୍ଥିତ ସାଉଦି ଦୂତାବାସରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ବିବାହ ଲାଗି କିଛି କାଗଜପତ୍ର ପାଇଁ ସେଠାକୁ ଯାଇଥିଲେ । କିନ୍ତୁ ତାପରେ ତାଙ୍କ ପତ୍ତା ମିଳିନଥିଲା । ତାଙ୍କ ମୃତ ଦେହ ବି ମିଲିନଥିଲା । ତେବେ ତାଙ୍କୁ ହତ୍ୟା କରାଯାଇତିବା ତେବେ ଖାସୋଗୀଙ୍କ ହତ୍ୟାକାଣ୍ଡ ଯୋଜନାବଦ୍ଦ ନଥିଲା ବୋଲି କହିଛି ସାଉଦି ଆରବ । ସେହି ମାମଲାରେ ୧୧ ଜଣ ସାଉଦି ଏଜେଣ୍ଟଙ୍କ ନାମରେ ମାମାଲା ରୁଜ୍ଜୁ ସହ ବିଚାର ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.