Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ପୁଲୱାମା ପ୍ରସଙ୍ଗରେ ଖେଳ ଖେଳିଦେଲେ ସାଉଦି ପ୍ରିନ୍ସ : କୂଟନୀତିରେ ମୋଦିଙ୍କୁ ପଛରେ ପକାଇଦେଲେ ପ୍ରିନ୍ସ

22/02/2019 at 1:37 PM

ଦିଲ୍ଲୀ ୨୨/୨ : ଭାରତ ସବୁବେଳେ ଅନ୍ୟ ଦେଶମାନଙ୍କ ସହିତ ବୈଦେଶିକ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରିଥାଏ | ଏହାସହ କୂଟନୀତି ଜରିଆରେ ଅନ୍ୟ ଦେଶ ସହ ସହଯୋଗ କରିବା ପାଇଁ ପ୍ରୟାସ କରିଥାଏ | ପୁଲୱାମା ହମଲା ପରେ ସମଗ୍ର ଦେଶ ଆକ୍ରୋଶରେ ଥିବାବେଳେ ସାଉଦୀ ଆରବର ପ୍ରିନ୍ସ କ୍ରାଉନ ଭାରତ ଗସ୍ତରେ ଆସିଥିଲେ | ସାଉଦି ପ୍ରିନ୍ସ ଜଣେ ଚାଲାକ ନେତା | କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କମ ନୁହନ୍ତି | ତଥାପି ପ୍ରଥମଥର ପାଇଁ ମୋଦିଙ୍କୁ ରାଜନୀତିରେ ମାତ ଦେଲେ ପ୍ରିନ୍ସ |

ସାଉଦି ପ୍ରିନ୍ସ ଭାରତ ଗସ୍ତରେ ଆସିବା ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିଲେ | ପୁଲୱାମାରେ ଆତଙ୍କୀ ହମଲାରେ ୪୨ ଭାରତୀୟ ଯବାନ ସହିଦ ହେବା ଘଟଣାରେ ପ୍ରନ୍ସ ନିଜର ପାକିସ୍ତାନ ଗସ୍ତ ଗୋଟିଏ ଦିନ ପାଇଁ ସ୍ଥଗିତ ରଖିଥିଲେ | କିନ୍ତୁ ଗୋଟିଏ ଦିନ ସ୍ଥଗିତ ରଖିବା ପରେ ସେ ପାକିସ୍ତାନ ଗସ୍ତରେ ଯାଇଥିଲେ | ସାଉଦି ପ୍ରିନ୍ସଙ୍କ ପାକିସ୍ତାନ ଗସ୍ତ ପାକିସ୍ତାନ ପାଇଁ ବହୁତ ଲାଭଦାୟକ ରହିଥିଲା | ତାଙ୍କୁ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜେ ନିଜର କାର ନେଇ ଯାଇଥିଲେ | ଏହାପରେ ପ୍ରିନ୍ସ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ ଅନେକ ବିଷୟରେ ଆଲୋଚନା ହୋଇଥିଲା | ପ୍ରିନ୍ସ ପାକିସ୍ତାନ ସହ ଅନେକ ଚୁକ୍ତି ମଧ୍ୟ ସ୍ବାକ୍ଷର କରିଥିଲେ | ପାକିସ୍ତାନକୁ ଲକ୍ଷ ଲକ୍ଷ ଡଲାର ସାହାଯ୍ୟ ମଧ୍ୟ କରିଥିଲେ ପ୍ରିନ୍ସ | ପ୍ରିନ୍ସ ପାକିସ୍ତାନରୁ ସିଧାସଳଖ ଭାରତକୁ ଅସିଥାନ୍ତେ | କିନ୍ତୁ ଭାରତର ଆଗ୍ରହକୁ ନଜରରେ ରଖି ପ୍ରଥମ ନିଜ ଦେଶ ଆରବକୁ ଯାଇଥିଲେ ଏବଂ ପରେ ଭାରତକୁ ଆସିଥିଲେ |

ଭାରତରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୋରସୋରରେ ପ୍ରିନ୍ସଙ୍କ ସ୍ୱାଗତ କରିଥିଲେ | ମୋଦି ନିଜେ ପ୍ରଟୋକଲ ଭାଙ୍ଗି ପ୍ରିନ୍ସଙ୍କ ପାଖକୁ ଯାଇ ତାଙ୍କୁ ପାଛୋଟି ଆଣିଥିଲେ | ଏହାପରେ ହାଇଦ୍ରାବାଦ ହାଉସରେ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ହୋଇଥିଲା | ପ୍ରିନ୍ସ ମୋଦିଙ୍କୁ ନିଜ ବଡ ଭାଇ ଭାବେ ସ୍ୱୀକାର କରିଥିଲେ | ଭାରତ ତାଙ୍କୁ ବହୁତ ପସନ୍ଦ ଆସିଛି ବୋଲି ମଧ୍ୟ ସେ କହିଥିଲେ | 

ସାଉଦି ପ୍ରିନ୍ସ ମହମ୍ମଦ ବିନ ସଲମାନ ପୁଲୱାମା ହମଲାକୁ ନେଇ ଏକ ବଡ କଥା କହିଥିଲେ |ସୂଚନାଯୋଗ୍ୟ ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ବହୁତ ପୁରୁଣା ସମ୍ପର୍କ ରହିଛି | କିନ୍ତୁ ଭାରତ ପାଇଁ ପ୍ରିନ୍ସ ପାକିସ୍ତାନ ସହ ନିଜ ସମ୍ପର୍କକୁ ଖରାପ କରିବାକୁ ଚାହୁଁନଥିଲେ | ସେଥିପାଇଁ ସେ ପୁଲୱାମା ହମଲାକୁ ନେଇ କୌଣସି ବୟାନ ରଖିନଥିଲେ | ଆତଙ୍କବାଦକୁ ନେଇ ମୁହଁ ଖୋଲିଥିଲେ ସତ କିନ୍ତୁ ପୁଲୱାମା ଏବଂ ପାକିସ୍ତାନ ପ୍ରସଙ୍ଗରେ ଚୁପ ରହିଥିଲେ | ସେ କେବଳ ଏତିକି କହିଥିଲେ ଯେ, ଆତଙ୍କବାଦୀ ହମଲାକୁ ନେଇ ସେ ମଧ୍ୟ ଚିନ୍ତିତ | ମୋଦି ତାଙ୍କ ସହ ଆଲୋଚନା ବେଳେ ପୁଲୱାମା ପ୍ରସଙ୍ଗରେ ଆଲୋଚନା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏନେଇ ପ୍ରିନ୍ସ କୌଣସି ପ୍ରତିକ୍ରିୟା ରଖିନଥିଲେ | ପ୍ରଥମଥର ପାଇଁ ମୋଦିଙ୍କ କୂଟନୀତି ପ୍ରିନ୍ସଙ୍କ ଆଗରେ ଫିକା ପଡିଗଲା |

   Related Posts