ଏହି ଅଭିନେତ୍ରୀଙ୍କ ସହ ଗୋଟିଏ ରାତ୍ରିଯାପନ ପାଇଁ ସାଉଦୀ ଆରବର ପ୍ରିନ୍ସ ଅଫ୍ କ୍ରାଉନ ୧୦ନିୟୁତ ଡଲାର ଖର୍ଚ୍ଚ କରିବାକୁ ପ୍ରସ୍ତୁତ !

Published By : Prameya-News7 Bureau | February 20, 2019 IST

wp:heading {"level":5}
ଲଗ୍‌ଜରୀ ଲାଇଫ ବଞ୍ଚୁଥିବା ସାଉଦୀ ରାଜକୁମାର ନିଜ ଜନ୍ମ ଦିନରେ ୫୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ପାକିସ୍ତାନରୁ ବୁଲା ବୁଲି କରି ଆସିଲା ପରେ ସାଉଦୀ ପ୍ରିନ୍ସ ମହମ୍ମଦ ବିନ ସଲମାନ ମଙ୍ଗଳବାର ଦିନ ଭାରତରେ ପହଞ୍ଚିଥିଲେ। ସାଉଦୀ ରାଜକୁମାର ମୋଦୀଙ୍କ ସହ ଭାରତ ଓ ସାଉଦୀର ସଂପର୍କ ବିଷୟରେ ଆଲୋଚନା କରିଛନ୍ତି। ଦେଶର ଆର୍ଥିକ ସ୍ଥତି ସହ ସବୁ ପ୍ରକାରର ସହଯୋଗ କରିବେ ବୋଲି କହିଛନ୍ତି ସାଉଦୀ ରାଜକୁମାର ।
/wp:heading {"id":87168,"width":594,"height":334}
wp:heading {"level":5}
୨୦୧୫ ମସିହାରେ ସାଉଦୀ ସାହ ଅବଦୁଲ୍ଲାହ ୯୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ଶାହ ସଲମାନ ସିଂହାସନରେ ବସିଥିଲେ। ଶାହ ସଲମାନ ନିଜ ପୁତୁରା ବିନ ନାୟେଫଙ୍କୁ ହଟାଇ ନିଜ ପୁଅ ମହମ୍ମଦ ବିନ ସଲମାନଙ୍କୁ ରାଜକୁମାର ଘୋଷଣା କରିଥିଲେ।
/wp:heading {"id":87170,"width":592,"height":333}
wp:heading {"level":5}
କ୍ରାଉନ ପ୍ରିନ୍ସ ଅଫ ସାଉଦୀ ଘୋଷଣା ହେଲା ପରେ ସେ ବହୁତ ଖୁସି ଥିଲେ। ସାଉଦୀରେ ରାଜାଙ୍କ ପରେ ଜଦି କାହା ଆଦେଶ ପାଳନ କରାଯାଏ ସିଏ ହେଉଛନ୍ତି କ୍ରାଉନ ପ୍ରିନ୍ସ। ଦେଶରେ ଏହି ଶାସନ ଅବ୍‌ଦୁଲ୍ଲା ଆରମ୍ଭ କରିଥିଲେ। ରାଜାଙ୍କ ଅନୁପସ୍ଥିତରେ କ୍ରାଉନ ପ୍ରିନ୍ସ ରାଜ୍ୟ ସମ୍ଭାଳିବେ।    
/wp:heading {"id":87171,"width":592,"height":332}
wp:heading {"level":5}
ମହମ୍ମଦ ବିନ ସଲମାନ ତାଙ୍କ ପରିବାର ଧନି ଲୋକଙ୍କ ମଧ୍ୟରୁ ୧୦ ନମ୍ୱରରେ ସାମିଲ ଅଛନ୍ତି। ଅଧିକାଂଶ ସମୟରେ ମହମ୍ମଦ ବିନ ସଲମାନ ଚର୍ଚ୍ଚାରେ ଥାନ୍ତି। ସଂଭ୍ରାନ୍ତୀୟ ଜୀବନଶୈଳୀର ଶିଖରରେ ଥିବା କ୍ରାଉନ ପ୍ରିନ୍ସ ଆମେରିକାର ରିୟଲିଟି ଷ୍ଟାର କାର୍ଦର୍ଶିୟନଙ୍କ ସହ ଗୋଟିଏ ରାତ୍ରିଯାପନ ପାଇଁ ୧୦ନିୟୁତ ଡଲାର ଖର୍ଚ୍ଚ କରିବା ପାଇଁ ପ୍ରସ୍ତୁତ ବୋଲି ଏକ ବିବୃତ୍ତି ଦେଇଥିଲେ ।   
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.