ରିଆଦ ୨୬।୧୨: ସାରାବିଶ୍ୱରେ କରୋନା ଭାଇରସରେ ପ୍ରକୋପ ଜାରି ରହିଛି । ଏହାମଧ୍ୟରେ ସାଉଦି ଆରବର କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ କରୋନା ଭାଇରସ ଭ୍ୟାକ୍ସିନ୍ର ପ୍ରଥମ ଡୋଜ ନେଇଛନ୍ତି । ସମାଚାର ଏଜେନ୍ସି ରୟଟର୍ସ ଜରିଆରେ ଖବର ଆସିଛି । କ୍ରାଉନ୍ ପ୍ରିନ୍ସ କରୋନା ଭ୍ୟାକସିନ୍ ପ୍ରଥମ ଡୋଜ ଏପରି ସମୟରେ ନେଇଛନ୍ତି , ଯେତେବେଳେ କି ବିଶ୍ୱର ଅନେକ ମୁସଲିମ୍ ଦେଶ ଭ୍ୟାକ୍ସିନ୍ର ବ୍ୟବହାର ନେଇ ପ୍ରଶ୍ନ ଉଠାଉଛନ୍ତି । ଘୁଷୁରିର ଚର୍ବିକୁ ଭ୍ୟାକ୍ସିନ୍ରେ ବ୍ୟବହାର ନେଇ ଅନେକ ମୁସଲିମ ଦେଶ ପ୍ରଶ୍ନ ଉଠାଇଛନ୍ତି ।
wp:html/wp:htmlSaudi Arabian Crown Prince Mohammed bin Salman (in file picture) has received his first dose of the COVID-19 vaccine, reports Reuters quoting Saudi Press Agency. pic.twitter.com/XsJCH8lTcJ
— ANI (@ANI) December 25, 2020
କ୍ରାଉନ ପ୍ରିନ୍ସ ଟୀକା ନେବା ପରେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କୁ ପ୍ରଂଶସା କହିଛନ୍ତି । ସାଉଦି ପ୍ରିନ୍ସ ଟୀକା ନେବା ଦ୍ୱାରା ଦେଶବାସୀଙ୍କ ପାଇଁ ଏକ ପ୍ରେରଣଦାୟକ ଖବର । ଏହାଦ୍ୱାରା ନାଗରିକ ମାନେ ଟୀକା ନେବାକୁ ଆଗକୁ ଆସିବେ । ସେହିପରି ବ୍ରିଟେନ୍ର ମଧ୍ୟ ପ୍ରଶଂସା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ସେ କହିଛନ୍ତି ଯେ, ବିଟ୍ରେନ୍ ବିଶ୍ୱର ସବୁଠାରୁ ଭଲ ଦେଶ ମଧ୍ୟରେ ଅନ୍ୟତମ । ତେବେ ଏକ ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ଏହି ମାସ ଆରମ୍ଭରେ Pzifer ଓ BioNTech ପକ୍ଷରୁ ବିକଶିତ ହୋଇଥିବା କରୋନା ଭାକସିନ୍ର ପ୍ରଥମ ପର୍ଯ୍ୟାୟ ପହଞ୍ଚିଛି ।
ସୂଚନାଯୋଗ୍ୟ ଯେ, କରୋନା ଭାଇରସର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲଢେଇ ଜାରି ରହିଛି । ଏପରିକି ବିଶ୍ୱର ଅନେକ ନେତା କରୋନା ଭ୍ୟାକସିନ୍ ନେଇସାରିଛନ୍ତି । ଗତ ସପ୍ତାହରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତ୍ନ୍ୟାହୁ ଟୀକା ନେଇଥିଲେ । ଯାହାର ସିଧା ପ୍ରସାରଣ ଟିଭିରେ ହୋଇଥିଲେ । ସେହିପରି ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ନିର୍ବାଚିତ ଜୋ ବାଇଡେନ୍ ମଧ୍ୟ କରୋନା ଭ୍ୟାକିସିନ୍ର ପ୍ରଥମ ଡୋଜ ନେଇଛନ୍ତି ।
ଏକ ଜାତୀୟସ୍ତରର ଓ୍ୱେବସାଇଟ ମୁତାବିକ, ସାଉଦି ଆରବରେ କରୋନା ଭାଇରସରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୧, ୯୦୩ ସଂକ୍ରମିତ ସାମ୍ନାକୁ ଆସିଛି । ଏବେ ଯାଏଁ ୧୬୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଲକ୍ଷ ୫୨ହଜାର ୮୧୫ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଦେଶରେ ୨ ହଜାର ୯୨୦ଜଣଙ୍କ ଚିକିତ୍ସା ଜାରି ରହିଛି ।