Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସାଉଦି କ୍ରାଉନ ପ୍ରିନ୍ସ ଜଣେ ହତ୍ୟାକାରୀ ! ସାଙ୍ଘାତିକ ଅଭିଯୋଗ ଆଣିଲେ ପୂର୍ବତନ ଗୁଇନ୍ଦା ଅଧିକାରୀ

26/10/2021 at 11:12 AM

ନ୍ୟୁୟର୍କ,୨୬/୧୦:  ଜମାଲ ଖସୋଗୀ ହତ୍ୟା ମାମଲାରେ ପୁଣି ଥରେ ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ବିବାଦରେ ଫସିଛନ୍ତି । ଆମେରିକା ଓ ସାଉଦି ଆରବରେ  ଆତଙ୍କବାଦୀ ବିରୋଧ ଅପରେସନରେ ସାମିଲ ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ସାଉଦି ପ୍ରିନ୍ସ ନିଜ ପିତା ରାଜା ହେବା ପୂର୍ବରୁ ତତ୍କାଳୀନ ରାଜାଙ୍କୁ ହତ୍ୟା କରିବା କଥା କହିଥିବା ସେ ଅଭିଯୋଗ କରିଛନ୍ତି ।

ପୂର୍ବତନ ଗୁଇନ୍ଦା ଅଧିକାରୀ ସାଦ ଅଲ-ଜବରୀ ସିବିଏସ ନ୍ୟୁଜର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ୨୦୧୪ରେ ପ୍ରିନ୍ସ ମହମ୍ମଦ ସଲମାନ ଶାହ ଅବ୍ଦୁଲ୍ଲାଙ୍କ ହତ୍ୟା କରିପାରିବେ ବୋଲି କହିଥିଲେ । ସେହି ସମୟରେ ପ୍ରିନ୍ସ ମହମ୍ମଦ ସରକାରରେ କୌଣସି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଥିଲେ । ନିଜ ସାବତ ଭାଇ ଶାହ ଅବ୍ଦୁଲ୍ଲାଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ୨୦୧୫ରେ ସଲମାନ ପ୍ରିନ୍ସ ହୋଇଥିଲେ । ଆହୁରି ମଧ୍ୟ କିଛି ଭିଡିଓ ଅଛି ଯାହା ରାଜ ପରିବାର ସହ ଜଡିତ ଥିବା ସାଦ୍ ଦାବି କରିଛନ୍ତି ।

ଅଲ ଜବରୀଙ୍କ ଏହି ବୟାନ ୩୬ ବର୍ଷୀୟ ପ୍ରିନ୍ସଙ୍କ ପାଇଁ ଅଡୁଆ ସୃଷ୍ଟି କରିବ । ତେବେ ତାଙ୍କର ଦୁଇଜଣ ସନ୍ତାନ ଏବେ ପୋଲିସ ହେପାଜତରେ ରହିଛନ୍ତି । ଯଦି ସେ ସାଉଦି ଫେରନ୍ତି ତାଙ୍କୁ ପୂର୍ବତନ ଗୃହମନ୍ତ୍ରୀ ପ୍ରିନ୍ସ ମହମ୍ମଦ ବିନ୍ ନାଏଫଙ୍କ ଭଳି ନଜରବନ୍ଦୀ କରାଯାଇପାରେ ।

ବର୍ତ୍ତମାନର କ୍ରାଇନ ପ୍ରିନ୍ସ ୨୦୧୭ରେ ନାଏଫଙ୍କୁ ପଦରୁ ହଟାଇଥିଲେ । ଅଲ ଜବରୀ ଆହୁରି କହିଛନ୍ତି ଯେ, କ୍ରାଉନ ପ୍ରିନ୍ସ ତାଙ୍କୁ ହତ୍ୟା ନକରିବା ଯାଏଁ ଚୁପ ବସିବେ ନାହିଁ । କାରଣ ପ୍ରିନ୍ସ ଭୟଭୀତ ଅଛନ୍ତି । ସୂଚନାଯୋଗ୍ୟ, କ୍ରାଉନ ପ୍ରିନ୍ସ ସେହି ସମୟରେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କ ପାଇଁ କାମ କରୁଥିବା ସହଯୋଗୀ ସାଉଦିର ସମାଲୋଚକ ରହିଥିବା ସାମ୍ବାଦିକ ଜମାଲ ଖସୋଗୀଙ୍କୁ ତୁର୍କୀ ଦୂତାବାସ ଭିତରେ ହତ୍ୟା କରିଥିଲେ । ଏପରିକି ସେ ପିତାଙ୍କୁ ରାଜା କରିବାକୁ ହତ୍ୟା ମଧ୍ୟ କରିପାରନ୍ତି ବୋଲି କହିଥିଲେ । ଯାହାର ଅଡିଓ ଲିକ୍ ହୋଇଥିଲା ।  

   Related Posts