ରିଲାଏନ୍ସ ଜିଓକୁ ମିଳିଗଲେ ଆଉ ଜଣେ ନିବେଶକ, ୧୧,୩୬୭ କୋଟି ନିବେଶ କରିବେ ସାଉଦି ଆରବ ୱେଲ୍‌ଥ୍ ଫଣ୍ଡ୍

Published By : Prameya-News7 Bureau | June 18, 2020 IST

ମୁମ୍ବାଇ ୧୮/୦୭- ଦେଶର ସବୁଠୁ ଧନୀ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିଚାଳିତ ରିଲାଏନ୍ସ ଜିଓକୁ ଆହୁରି ଜଣେ ନିବେଶକ ମିଳିଯାଇଛନ୍ତି । ସାରା ଦେଶରେ ବ୍ୟାପକ ପ୍ରସାର ସହ ନିବେଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଥିବା ରିଲାଏନ୍ସ ଜିଓରେ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରିବେ ସାଉଦି ଆରବର ୱେଲ୍ଥ ଫଣ୍ଡ ପବ୍ଲିକ ଇନଭେଷ୍ଟ ଫଣ୍ଡ ।ଜିଓ ପ୍ଲାଟ ଫାର୍ମରୁ ୨.୩୨ %  ଅଂଶଧନ କିଣିବେ ଏହି  ପବ୍ଲିକ ଇନଭେଷ୍ଟ ଫଣ୍ଡ । ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି ।ସାଉଦି ଆରବର ଏହି ନୂଆ ନିବେଶକଙ୍କୁ ମିଶାଇ ଆଜି ସୁଦ୍ଧା ରିଲାଏନ୍ସ ଜିଓରେ ୧୧ ଟି ବଡ଼ ନିବେଶକ ପୁଞ୍ଜି ଖଟାଇବାର ଘୋଷଣା କରିଛନ୍ତି ।

ଗତ ୯ ସପ୍ତାହ ମଧ୍ୟରେ ଜଣେ ପରେ ଜଣେ ନିବେଶକ ରିଲାଏନ୍ସ ଜିଓରେ ନିବେଶ କଲେଣି ।ଏହା ସହ ବର୍ତ୍ତମାନ ସୁଦ୍ଦା ଜିଓ ପ୍ଲାଟ ଫର୍ମ ଏହି ନିବେଶକ ମାନଙ୍କୁ ୨୩% ଅଂଶଧନ ବିକିଛନ୍ତି ବା ବିକ୍ରିକରିବାକୁ ଚୁକ୍ତି କରିଛନ୍ତି ।ଏହି ନିବେଶକୁ ମିଶାଇ ରିଲାଏନ୍ସ ଜିଓରେ ପ୍ରମୂଖ ନିବେଶକଙ୍କ ନିବେଶ ପରିମାଣ ୧୧୫୬୯୩.୯୫ କୋଟି ଟଙ୍କାର ପହଞ୍ଚିଛି ।

ଜିଓରେ ସାଉଦି ଆରବର ପବ୍ଲିକ ଇନଭେଷ୍ଟ ଫଣ୍ଡର ନିବେଶ ପୂର୍ବରୁ ଅନ୍ୟ ୧୦ ଟି ବଡ କମ୍ପାନୀ ବା ନିବେଶକ ପୁଞ୍ଜି ନିବେଶ କରିଛନ୍ତି । ଗତ ଏପ୍ରିଲ ମାସରୁ ଆଜି ମଧ୍ୟରେ ଜିଓ ପ୍ଲାଟଫର୍ମରେ ନିବେଶ କରିଥିବା ସେହି ପ୍ରମୂଖ ନିବେଶକଙ୍କ ମଧ୍ୟରେ ଅଛନ୍ତି, ଫେସବିୁକ,ସିଲଭର ଲେକେ,ଭିଷ୍ଟା ଇକ୍ୟୁଟି ପାର୍ଟନର୍ସ,ଜେନେରାଲ ଆଟଲାଣ୍ଟିକ, କେକେଆର, ମୁବାଡାଲା. ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି, ଟିପିଜି ଏବଂ ଏଲ କାଟେରଟନ୍ ।

ଏହି ନିବେଶକଙ୍କ ମଧ୍ୟରୁ ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି୫୬୮୩.୫ କୋଟି ଟଙ୍କାରେ ରିଲାଏନ୍ସ ଜିଓରେ ୧.୧୬%  ଅଂଶଧନ କିଣିଛି । ସେହିପରି ରିଲାଏନ୍ସ ଜିଓରେ ମୁବାଡାଲା ଇଭେଷ୍ଟେଣ୍ଟ କୋ ୦୦୯୩.୬୦ କୋଟି,କେକେଆର ୧୧,୩୬୭ କୋଟି, ଫେସବୁକ୍ ୪୩,୫୭୮୪ କୋଟି ଟଙ୍କା ନିବେଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.