କରୋନାରୁ ଆରମ୍ଭ ହେଲା ତେଲର ଖେଳ, ଏବେ କ୍ଷତିରେ ବିଶ୍ଵର ସବୁଠୁ ମହଙ୍ଗା କମ୍ପାନୀ

Published By : Prameya-News7 Bureau | March 14, 2020 IST

ନୂଆଦିଲ୍ଲୀ ୧୪।୦୩: କରୋନା ପୂରା ବିଶ୍ଵରେ ନିଜର କାୟା ମେଲାଇ ସାରିଛି। କାରବାରର ଖେଳ ଏମିତି ବିଗିଡିଗଲା ଯେ, ତୈଳର ଚାହିଦା ଅହେତୁକ ହ୍ରାସ ପାଇଛି, ଯେଉଁ କାରଣରୁ ଅଶୋଧିତ ତୈଳର ମୂଲ୍ୟ ବହୁତ ହ୍ରାସ ଘଟିଛି। ରୁଷ ଓ ସାଉଦି ଆରବ ଏଥିରେ ନିଜର ସୁଯୋଗ ଦେଖୁଛନ୍ତି ଏବଂ ଅଧିକରୁ ଅଧିକ ତୈଳ ବଜାର କବଜା କରିବା ଦୌଡରେ ସାମିଲ ହୋଇଛନ୍ତି। ଚାହିଦା ହ୍ରାସ ପାଇଲା, ଉତ୍ପାଦନ ବଢିଲା ଓ ତୈଳ ଦର ହ୍ରାସ ହେଲା। ତେଲର ଏହି ଖେଳରେ ବିଶ୍ଵର ସବୁଠୁ ମହଙ୍ଗା କମ୍ପାନୀ ସାଉଦି ଆରାମକୋ ରାଜସ୍ଵକୁ ଝଟକା ଲାଗିଛି।

ଏକ ରିପୋର୍ଟ ଅନୁଯାୟୀ, ୨୦୧୯ରେ ସାଉଦି ଆରାମକୋର ଆୟ ଅସ୍ଵାଭାବିକ ହ୍ରାସ ଘଟିଛି। ଏହାର ଆୟ ୯୨ ଅରବ ଡଲାର ରହିବାର ଅନୁମାନ କରାଯାଉଥିଲା। ୨୦୧୮ରେ ଏହା ବିଶ୍ଵର ସବୁଠୁ ଅଧିକ ଆୟକାରୀ କମ୍ପାନୀ ରହିଥିଲା। ୨୦୧୮ରେ କମ୍ପାନୀର ମୋଟ୍ ଆୟ ୧୧୧ ଅରବ ଡଲାର ରହିଥିଲା।

{"id":238549,"width":747,"height":487,"sizeSlug":"large"}

ମାର୍କେଟ୍ କବଜା କରିବାକୁ ପ୍ରତିଯୋଗିତା

ସୂଚନା ମୁତାବକ, ସାଉଦି ଆରାମକୋ ଫଳାଫଳ ନେଇ କୌଣସି ଖୁଲାସା କରିବ ନାହିଁ ଯେ, କରୋନା କାରଣରୁ କମ୍ପାନୀର କେତେ କ୍ଷତି ଘଟିଛି। କରୋନା କାରଣରୁ ଯେବେ ଅଶୋଧିତ ତୈଳର ଚାହିଦା ହ୍ରାସ ଘଟିଲା OPEC ଦେଶ ଉତ୍ପାଦନରେ ହ୍ରାସ କରିବା ନେଇ ବୈଠକ କରିଥିଲେ। ମାତ୍ର ଏହା ଉପରେ ସହମତି ପ୍ରକାଶ ପାଇଲା ନାହିଁ ଏବଂ ସମସ୍ତ ତୈଳ ଉତ୍ପାଦନକାରୀ ଦେଶ ମଧ୍ୟରେ ଅଧିକରୁ ଅଧିକ ମାର୍କେଟ୍ କବଜା କରିବା ଉପରେ ଲଢେଇ ଆରମ୍ଭ ହୋଇ ଯାଇଥିଲା।

ସାଉଦି ଆରାମକୋ ସୋମବାର ନିଜର ଆୟକୁ ନେଇ ଫଳାଫଳ ଜାରି କରିବ। ୨୦୧୯ ଡିସେମ୍ବରରେ କମ୍ପାନୀ ପ୍ରଥମ ଥର ଆଇପିଓ ନେଇକି ଆସିଥିଲା। ଏହା ପରେ ଏହା ପ୍ରଥମ ଥର ଯେବେ କମ୍ପାନୀ ଆର୍ଥିକ ଅବସ୍ଥା ବିଷୟରେ ନିବେଶକଙ୍କୁ ସୂଚନା  ଦେବ। ୨୦୧୯ ପୂର୍ବର ୯ ମାସରେ କମ୍ପାନୀର ମୋଟ୍ ଆୟ ୧୮ ପ୍ରତିଶତ ହ୍ରାସ ପାଇ ୬୮.୨୦ ଅରବ ଡଲାର ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.