Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀର ସ୍ଵପ୍ନ ଧୂଳିସାତ: ଟେଷ୍ଟ କ୍ରିକେଟ୍‌କୁ ମିଳିଲା ନୂଆ ବାଦଶାହା, ଭାରତକୁ ୮ ଓ୍ଵିକେଟ୍‌ରେ ହରାଇ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଜିତିଲା ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱରରେ ଆଜି ୩୭୫ ପଜିଟିଭ୍‌ ଚିହ୍ନଟ
  • ||
  • ବନ୍ଦିତା ପରିଡ଼ା ହେଲେ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||

ସାଉଦି ଆରବ ନେଲା ବଡ ନିଷ୍ପତ୍ତି, ଭାରତୀୟଙ୍କୁ ମିଳିବ ଭରପୂର ଫାଇଦା

5/11/2020 at 9:45 PM

ନୂଆଦିଲ୍ଲୀ ୦୫।୧୧: ସାଉଦି ଆରବ ବିଦେଶ କର୍ମଜୀବୀଙ୍କ ପାଇଁ ଉଦ୍ଦିଷ୍ଟ ଅନୁବନ୍ଧ କଟକଣାରେ କୋହଳ ପାଇଁ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହାରି ଆଧାରରେ କର୍ମଚାରୀ ଓ ଶ୍ରମିକଙ୍କୁ ସାଉଦିରେ ରହି ନିଜର ଚାକିରି ବଦଳାଇବାର ସ୍ଵାଧୀନତା ମିଳିବ। ସାଉଦି ଆରବର ମାନବ ସମ୍ବଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ସାଉଦି ଆରବର ଏହି ନିଷ୍ପତ୍ତି ଆଗାମୀ ମାର୍ଚ୍ଚ ମାସରେ ଲାଗୁ ହେବ।

ସାଉଦିର ମାନବ ସମ୍ବଳ ମନ୍ତ୍ରଣାଳୟର ଉପମନ୍ତ୍ରୀ ଅବଦୁଲ୍ଲାହ ବିନ ନାସିର ବୁଧବାର ସାମ୍ବାଦିକଙ୍କୁ କହିଛନ୍ତି ଏବେ ବିଦେଶୀ ଶ୍ରମିକ ନିଯୁକ୍ତିଦାତାଙ୍କ ଅନୁମତି ବିନା ସାଉଦି ଆରବ ଛାଡି ଯାଇ ପାରିବେ। ନାସିର କହିଛନ୍ତି ସାଉଦି ଏହି ନିଷ୍ପତ୍ତି ଶ୍ରମ ବଜାରକୁ ଆକର୍ଷିତ କରିବା ପାଇଁ ନେଇଛି ଯଦ୍ଵାରା ବିଦେଶୀ ଶ୍ରମିକଙ୍କୁ ନିଜ  ଆଡକୁ ଟାଣି ପାରିବ।

ମାନବ ସମ୍ବଳ ମନ୍ତ୍ରଣାଳୟ କହିଛି, ଏବେ ବିଦେଶୀ ଶ୍ରମିକ ନିଜର ଚାକିରି ବଦଳାଇ ପାରିବେ। ନିଜ ହିସାବରେ ସାଉଦି ଆସି ପାରିବେ ଏବଂ ଯାଇ ପାରିବେ। ନିଯୁକ୍ତିଦାତା କୌଣସି ଶ୍ରମିକ କି କର୍ମଚାରୀଙ୍କ ଭିସା ରଖି ପାରିବେ ନାହିଁ। ସାଉଦି ଆରବରେ ଏହାକୁ କଫାଲା ସିଷ୍ଟମ କୁହାଯାଏ। ଏହାରି ଆଧାରରେ ନିଯୁକ୍ତିଦାତାଙ୍କୁ ଏହି ଅଧିକାର ମିଳିଥିଲା ଯେ ବିଦେଶୀ ଶ୍ରମିକଙ୍କ ଚାକିରି ବଦଳାଇବାକୁ ଦିଆଯିବ ନାହିଁ ଏବଂ ଦେଶ ଛାଡି ଯିବା ସେମାନଙ୍କ ଉପରେ ନିର୍ଭର କରେ। କଫାଲା  ସିଷ୍ଟମରେ ଏହି ସୁଧାରର ଫାଇଦା ଏକ କୋଟି ବିଦେଶୀ ଶ୍ରମିକଙ୍କୁ ମିଳିବ, ଯାହା ସାଉଦି ଆରବର ମୋଟ୍ ଜନସଂଖ୍ୟାର ଏକ ତୃତୀୟାଂଶ ହେବ।

କାତାର ୨୦୨୨ରେ ଫିଫା ବିଶ୍ଵ କପ୍ ଆୟୋଜନ କରୁଛି। ଏହାକୁ ଦୃଷ୍ଟିରେ ରଖି କାତାର ମଧ୍ୟ ଶ୍ରମ ଆଇନକୁ ଉଦାର କରିଛି। ମାନବାଧିକାର କର୍ମକର୍ତ୍ତାଙ୍କ ଅନୁଯାୟୀ ସାଉଦିର ଏହି ସୁଧାରରେ ବିଦେଶୀ ଶ୍ରମିକଙ୍କୁ ଫାଇଦା ମିଳିବ, ମାତ୍ର ଏହି ନିୟମକୁ ସଂପୂର୍ଣ୍ଣ ଭାବେ ସମାପ୍ତ କରିବା ଉଚିତ୍।

ସାଉଦିର କଫାଲା ସିଷ୍ଟମ ଆଧାରରେ ପ୍ରବାସୀ ଶ୍ରମିକଙ୍କ ପାଖରେ ନିଜର ନିଯୁକ୍ତିଦାତାଙ୍କ ଶୋଷଣରୁ ବଞ୍ଚିବା ପାଇଁ କୌଣସି ଅଧିକାର ରହିନଥାଏ। ବିଶେଷ କରି ଦେଶ ଛାଡିବା ଏବଂ ଚାକିରି ବଦଳାଇବାର କୌଣସି ଅଧିକାର ସେମାନଙ୍କ ପାଖରେ ନଥାଏ। ଏମିତି ସ୍ଥିତିରେ ବିଦେଶୀ ଶ୍ରମିକଙ୍କୁ ମାଲିକଙ୍କ ମନମାନିର ଶିକାର ହେବାକୁ ପଡିଥାଏ। ସେମାନଙ୍କୁ ଅଧିକ ଘଣ୍ଟା କାମ କରାଯାଏ। ଏପରିକି ମାଲିକମାନେ ଦରମା ଦେବାରେ ମଧ୍ୟ ନଖରାମି କରିଥାନ୍ତି।

   Related Posts