ପାକିସ୍ତାନ ଲାଗି କାଶ୍ମୀର ପ୍ରସଙ୍ଗରେ ସାଉଦୀ ଆରବ କରିବାକୁ ଯାଉଛି OIC ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ

Published By : Prameya-News7 Bureau | December 29, 2019 IST

ନୂଆଦିଲ୍ଲୀ ୨୯।୧୨:  କାଶ୍ମୀର ପ୍ରସଙ୍ଗରେ ସାଉଦୀ ଆରବ ଇସ୍ଲାମ ସହ।ଯୋଗୀ ସଙ୍ଗଠନ (ଓଆଇସି) ବୈଦଶିକ ମନ୍ତ୍ରୀମାନଙ୍କ ବୈଠକ ଆୟୋଜନ କରିବ। ଗତ ସପ୍ତାହରେ ମାଲେସିୟା ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରୁ ପାକିସ୍ତାନ ଶେଷ ମୁହୂର୍ତ୍ତରେ ଓହରି ଯାଇଥିଲା। ଏଥିଲାଗି କାଶ୍ମୀର ପ୍ରସଙ୍ଗକୁ ନେଇ ସାଉଦୀ ଆରବ ଏହି ବୈଠକ କରିବ ବୋଲି ଜଣାପଡିଛି। ଗତ ସପ୍ତାହରେ ପାକିସ୍ତାନ ଗସ୍ତରେ ଆସିଥିବା ସାଉଦୀ ପ୍ରିନ୍ସ ଫୈସଲ ବିନ ଫରହାନ ଅଲ-ସାଉଦ ଏହି ସୂଚନା ଦେଇଥିଲେ।

{"id":204281,"width":581,"height":305,"sizeSlug":"large"}

ଓଆଇସି ବୈଦଶିକ ମନ୍ତ୍ରୀମାନଙ୍କ ବୈଠକ ଲାଗି ଦିନ ଧାର୍ଯ୍ୟ ହୋଇ ନାହିଁ। ତେବେ ଭାରତର ୫ ଅଗଷ୍ଟ ନିଷ୍ପତ୍ତି ପରେ ଇସ୍ଲାମିକ ଜଗତ ବିଶେଷ କରି ଓଆଇସି ଆବଶ୍ୟକ ସହଯୋଗ କରୁନଥିବା ପାକିସ୍ତାନ ଅନୁଭବ କରିଥିଲା। ତେବେ ବାସ୍ତବ କଥା  ଭାରତର ପରିବର୍ତ୍ତିତ ବୈଦେଶିକ ନୀତି ଯୋଗୁ  ଆରବ ଦେଶମାନଙ୍କରେ ପାକିସ୍ତାନର କୂଟନୀତି ବିଫଳ ହୋଇଥିଲା।

{"id":204282,"width":579,"height":427,"sizeSlug":"large"}

ତେବେ ମାଲେସିଆ କୁଆଲଲମ୍ପୁରରେ ତୁର୍କି, ପାକିସ୍ତାନ ଓ ମଲେସିଆ ବୈଠକର ଉଦ୍ଦେଶ୍ୟ ଭିନ୍ନ ଥିଲା। ଏହି ତ୍ରିରାଷ୍ଟ୍ରୀୟ ସମ୍ମିଳନୀରେ ଏକ ମିଳିତ ଟିଭି ଚାନେଲ ସ୍ଥାପନା ନେଇ ନିଷ୍ପତ୍ତି ହୋଇଥାନ୍ତି ଯାହା ‘ଇସ୍ଲାମୋଫୋବିଆ’ର ମୁକାବିଲା ଲାଗି କାମ କରିଥାନ୍ତା। ତେବେ ଏହି ସମ୍ମିଳନୀକୁ ଆଇଓସିର ବିକଳ୍ପ ବୋଲି ଚର୍ଚ୍ଚା ହେବା ଯୋଗୁ କେବଳ ପାକିସ୍ତାନ ନୁହେଁ ଇଣ୍ଡୋନେସିଆ ବି ଏଥିରୁ ଓହରି ଯାଇଥିଲା।

{"id":204283,"sizeSlug":"large"}

ଅନ୍ୟପଟେ ଏଥିଲାଗି ସାଉଦି ଆରବ ପାକିସ୍ତାନକୁ ଧମକ ଦେଇଥିବା ତୁର୍କି ରାଷ୍ଟ୍ରପତି ଏର୍ଡୋଗାନ ଏବେ କହୁଛନ୍ତି। ଏଥିରେ ସାଉଦୀ ଆରବରେ କାର୍ଯ୍ୟ କରୁଥିବା ୪ ନିୟୁତ ପାକିସ୍ତାନୀଙ୍କୁ ବାହର କରି ସେମାନଙ୍କ ସ୍ଥାନରେ ବାଂଲାଦେଶୀଙ୍କୁ କାମ କରାଇବ ବୋଲି କହିଥିଲା। ଯାହା ବି ହେଉ କାଶ୍ମୀର ପ୍ରସଙ୍ଗକୁ ନେଇ ସାଉଦୀ ଆରବର ଓଆଇସି ବୈଠକ ଆହ୍ୱାନ ଭାରତ ଲାଗି ଚିନ୍ତାଜନକ ନିଶ୍ଚିତ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.