ଭାରତର ତ୍ରୁଟିପୂର୍ଣ୍ଣ ନକ୍ସାଥିବା ନୋଟ୍ ଫେରସ୍ତ ନେଲେ ସାଉଦୀ ସରକାର, ଛପା ବନ୍ଦ !

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧।୧୧: ସାଉଦୀ ଆରବ ସରକାର ଭାରତର ତ୍ରୁଟିପୂର୍ଣ୍ଣ ନକ୍ସା ଥିବା ନୋଟ୍‌ ଗୁଡିକୁ ପ୍ରତ୍ୟାହାର କରିନେଇଛନ୍ତି। ୨୦ ରିୟଲର ଏହି ବ୍ୟାଙ୍କ ନୋଟ୍‌ରେ ଭାରତର ଭୁଲ ନକ୍ସା ଛପିଯାଇଥିଲା। ଯେଉଁଥିରେ ଅବିଭାଜିତ ଜମ୍ମୁ-କାଶ୍ମୀର ଓ ଲଦ୍ଦାଖକୁ ଭାରତରୁ ପୃଥକ ଦର୍ଶାଯାଇଥିଲା। ଜି-୨୦ ଶିଖର ସମ୍ମିଳନୀ ଲାଗି ସାଉଦୀ ଆରବ ସରକାର ଏହି ସ୍ମାରକୀ ମୁଦ୍ରା ପ୍ରଚଳନ କରିଥିଲେ। ତେବେ ନକ୍ସାରେ ଥିବା ତ୍ରୁଟି ନେଇ ଭାରତ ଆପତ୍ତି କରିଥିଲା।

{"id":365433,"sizeSlug":"large"}

ଭାରତ ସରକାରଙ୍କ ଆପତ୍ତି ପରେ ସାଉଦୀ ଆରବ ସରକାର ଏହି ତ୍ରୁଟିପୂର୍ଣ୍ଣ ନୋଟ୍‌କୁ ବଜାରରୁ ଫେରାଇ ନେବା ସହ ଏହାର ମୁଦ୍ରଣ ଉପରେ ରୋକ ଲଗାଇଛନ୍ତି। ଜି-୨୦ ସମ୍ମିଳନୀ ପୂର୍ବରୁ ସାଉଦୀ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ନୋଟର ଗୋଟିଏ ପାର୍ଶ୍ୱରେ କିଙ୍ଗ ସଲମାନଙ୍କ ଛବି ଥିବା ବେଳେ ଅପର ପାର୍ଶ୍ୱରେ ଜି-୨୦ ଦେଶମାନଙ୍କର ମାନଚିତ୍ର ଥିଲା। ସାଉଦୀ ଆରବ ପଞ୍ଚଦଶ ଜି-୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରୁଛି। ଏଣୁ ସମ୍ମିଳନୀକୁ ସ୍ମରଣୀୟ କରିବା ଲାଗି ସାଉଦୀ ସରକାର ଅକ୍ଟୋବର ୨୮ ତାରିଖ ଦିନ ଏକ ୨୦ ରିଆଲର ନୋଟ୍ ଜାରି କରିଥିଲେ।

{"id":365419,"width":576,"height":335,"sizeSlug":"large"}

ସାଉଦୀ ସରକାରଙ୍କ ଜି-୨୦ ନୋଟ ଜାରି ହେବା ପରେ ଏହାକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ତେବେ ଏଥିରେ ଭାରତରୁ ଜମ୍ମୁ-କାଶ୍ମୀର, ଲଦ୍ଦାଖକୁ ପୃଥକ କରି ପାକ୍‌ ଅଧିକୃତ କାଶ୍ମୀର ସହ ସଂଯୁକ୍ତ ଏକ ନୂଆ ଦେଖ ଭାବେ ଦେଖାଯାଇଥିଲା। ଘଟଣା ଚର୍ଚ୍ଚା ହେବା ପରେ ଭାରତ ସରକାର ରିୟାଦସ୍ଥିତ ରାଷ୍ଟ୍ରଦୂତଙ୍କ ଜରିଆରେ ଆପତ୍ତି କରିଥିଲେ। ଏହି ଆପତ୍ତି ପରେ ସାଉଦୀ ସରକାର ତ୍ରୁଟିପୂର୍ଣ୍ଣ ନୋଟକୁ ପ୍ରତ୍ୟାହାର କରିନେବା ସହ ଏହାର ମୁଦ୍ରଣକୁ ମଧ୍ୟ ବନ୍ଦ କରିଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.