ତୁଟିଲା ବନ୍ଧୁତ୍ୱ ! ସାଉଦୀ ଆରବର ପାକିସ୍ତାନକୁ ‘ଦାନାପାଣି’ ବନ୍ଦ

Published By : Prameya-News7 Bureau | August 12, 2020 IST

ଇସ୍ଲାମାବାଦ ୧୨।୮: ସାଉଦୀ ଆରବକୁ ଆଖି ଦେଖାଇବା ଇସ୍ଲାମାବାଦ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। ଦୀର୍ଘ ଦଶକର ବନ୍ଧୁତ୍ୱରେ ଫାଟ ପଡିଥିବା ବେଳେ ପାକିସ୍ତାନକୁ ଆଉ ଋଣ ଓ ତୈଳ ନ ଦେବା ଲାଗି ସାଉଦୀ ଆରବ ନିଷ୍ପତ୍ତି ନେଇଛି। କେବଳ ଏତିକି ନୁହେଁ ପାକିସ୍ତାନକୁ ଋଣ ଓ ଅନ୍ୟ ବକେୟା ଚୁକ୍ତା କରିବା ଲାଗି ମଧ୍ୟ ସାଉଦୀ ଆରବ କଡାକଡି କହିଛି।

{"id":313533,"sizeSlug":"large"}

ପାକ୍ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କ୍ୟୁରେସି ଖୋଲାଖୋଲି ସାଉଦୀ ଆରବକୁ ସମାଲୋନା କରିଥିଲେ। ଆଇଓସି ବୈଠକକୁ ନେଇ କ୍ୟୁରେସୀ ଧମକ ମଧ୍ୟ ଦେଇଥିଲେ।  ଏହାପରେ ସାଉଦୀ ଆରବ ସରକାର ଦାନାପାଣି ବନ୍ଦ ପଦକ୍ଷେପ ନେଇଥିବା ଜଣାପଡିଛି। ପାକିସ୍ତାନକୁ ତେଲ ଓ ଋଣ ଦିଆଯିବନି ବୋଲି ସାଉଦୀ ଆରବ ସଫା ସଫା ଶୁଣାଇ ଦେଇଥିବା ବେଳେ ବକେୟା ତୁରନ୍ତ ପୈଠ କରିବାକୁ ମଧ୍ୟ ତାଗିଦ୍ କରିଛି। ଏଣୁ ଗୁରୁତର ଆର୍ଥିକ ସଂକଟ ଗ୍ରସ୍ତ  ପାକିସ୍ତାନ ଲାଗି ସାଉଦୀ ଆରବର ୧ ବିଲିୟନ ଡଲାର ଏବେ ତଣ୍ଟିରେ କଣ୍ଟା ହୋଇଛି।  

{"id":313534,"sizeSlug":"large"}

୨୦୧୮ ମସିହାରେ ସାଉଦୀ ଆରବ ପାକିସ୍ତାନକୁ ୬.୨ ବିଲିୟନ ଡଲାର ଋଣ ଦେଇଥିଲା। ଏଥିରୁ ପାକିସ୍ତାନ ନଗଦଆକାରରେ  ୩ ବିଲିୟନ ଡଲାଇ ପାଇଥିବା ବେଳେ ବାକି ୩.୨ ବିଲନୟନ ଡଲାର ତୈଳ ଆକାରରେ ଆଣିଛି।  ତେବେ କ୍ୟୁରେସୀଙ୍କ ବୟାନ ପରେ ସାଉଦୀ ସରକାର ଏବେ ପାକିସ୍ତାନ ବିରୋଧରେ ଦାନାପାଣି ବନ୍ଦ ନିଷ୍ପତ୍ତି ନେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.