Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ପାକିସ୍ତାନ ନକ୍ସାରୁ ସାଉଦୀ ଆରବ ହଟାଇଲା ଗିଲଗିଟ୍ ଓ ବାଲତିସ୍ତାନ, ଇମ୍ରାନ ଚୁପ୍

28/10/2020 at 8:24 PM

ରିୟାଦ: ପାକିସ୍ତାନର ନକ୍ସା ରାଜନୀତିକୁ ଝଟକା ଦେଇଛି ସାଉଦୀ ଆରବ। ଇମ୍ରାନ କ୍ୟାବିନେଟ୍ ନୂଆକରି ଏକ ନକ୍ସା ପ୍ରସ୍ତୁତ କରିଥିବା ବେଳେ ସେଥିରେ ଭାରତର କାଶ୍ମୀର ଓ ଗୁଜରାଟର କେତେକ ଅଂଶକୁ ନିଜର ଦର୍ଶାଇଥିଲା। ତେବେ ସାଉଦୀ ଆରବ ସରକାର ପାକିସ୍ତାନର ପୁରୁଣା ନକ୍ସାରୁ କାଶ୍ମୀର ଓ ପାକ୍ ଅଧିକୃତ କାଶ୍ମୀର (ଗିଲଗିଟ୍ ଓ ବାଲତିସ୍ତାନ)କୁ ବାଦ ଦେଇଛନ୍ତି।

ଆଗାମୀ ମାସରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିଲାଗି ସାଉଦୀ ଆରବ ସରକାର ଏକ ସ୍ୱତନ୍ତ୍ର ନୋଟ୍‌ (କରେନ୍ସି) ଜାରି କରିଛନ୍ତି।  ଯାହାର ପଛପଟେ ଜି-୨୦ ସଦସ୍ୟ ଦେଶଙ୍କ ନକ୍ସା ରହିଛି। ତେବେ ଏହି ନୋଟର ଉଲ୍ଲେଖଯୋଗ୍ୟ ଦିଗଟି ହେଉଛି ଏଥିରେ ଥିବା ଭାରତ ଓ ପାକିସ୍ତାନ ନକ୍ସା। ପାକିସ୍ତାନ ନକ୍ସାରୁ କାଶ୍ମୀର ସମେତ ପାକ୍ ଅଧିକୃତ କାଶ୍ମୀରର ଗିଲଗିଟ୍ ଓ ବାଲତି ସ୍ତାନକୁ ସାଉଦୀ ସରକାର ହଟାଇ ଦେବା ସହ ଏହାକୁ ଏକ ସ୍ୱତନ୍ତ୍ର ଦେଶ ଭାବେ ଉପସ୍ଥାପିତ କରିଛନ୍ତି। ତେବେ ଏହି ନକ୍ସାକୁ ନେଇ ପାକିସ୍ତାନ ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ଚଳିତ ଥର ଜି-୨୦ ସମ୍ମିଳନୀ ସାଉଦୀ ଆରବ ରାଜଧାନୀ ରିୟାଦରେ ଅନୁଷ୍ଠିତ ହେବ। ନଭେମ୍ବର ୨୧ ଓ ୨୨ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀ ପ୍ରଥମ ଥର ଭର୍ଚୁଆଲ ହେବ। ତେବେ ଏହାକୁ ସ୍ମରଣୀୟ କରିବା ଲାଗି ସରକାର ଏକ ୨୦ ରିୟଲ ମୂଲ୍ୟର ନୋଟ୍‌ ଜାରି କରିଥିବା ବେଳେ ଏହାର ଗୋଟିଏ ପାର୍ଶ୍ୱରେ ସାଉଦୀ କିଙ୍ଗଙ୍କର ଛବି ରଖିଥିବା ବେଳେ ଅପରପାର୍ଶ୍ୱରେ ଜି-୨୦ ଦେଶଙ୍କ ମାନଚିତ୍ର ରହିଛି। ଏହି ନୋଟ ଗତ ୨୫ ତାରିଖରୁ ଦେଶରେ ପ୍ରଚଳିତ ହେଲାଣି।

ନୋଟରେ ଜାରି ସଦସ୍ୟ ଦେଶଙ୍କୁ ପୃଥକ ପୃଥକ ରଙ୍ଗରେ ଚିହ୍ନଟ କରାଯାଇଛି। ଯେଉଁଥିରେ ପାକିସ୍ତାନର ଭୂମିକା ଅତ୍ୟନ୍ତ ନଗଣ୍ୟ କରିଦିଆଯାଇଥିବା ବେଳେ ଦେଶର ନକ୍ସାରୁ କାଶ୍ମୀର, ବାଲତିସ୍ତାନ ଓ ଗିଲଗିଟ୍‌କୁ ବାଦ ଦିଆଯାଇଛି। ପ୍ରସଙ୍ଗରେ ୟୁରେସିୟାନ ଟାଇମ୍ସ ଏକ ସ୍ୱତନ୍ତ୍ର ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛି। ଯେଉଁଥିରେ ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଆରବ ଦେଶଙ୍କ ସହିତ ଇଜ୍ରାଏଲର କୂଟନୈତିକ ସମ୍ପର୍କ ସୁଧୁରିଯିବ ବୋଲି ଉଲ୍ଲେଖ ରହିଛି। ତେବେ ପ୍ରସଙ୍ଗରେ ପାକିସ୍ତାନ ଏବେ  ତୁର୍କି ଓ ଚୀନ୍‌ଙ୍କ ନୀତି ଅବଲମ୍ବନ କରୁଛି ।

ଇତିମଧ୍ୟରେ ସାଉଦୀ ଓ ଅନ୍ୟ ଆରବ ଦେଶଙ୍କ ସହ ଭାରତର ସମ୍ପର୍କ ସୁଧାର ହୋଇଥିବା ବେଳେ ଇଜ୍ରାଏଲ, ଆମେରିକା ସହ ଭାରତକୁ ଦେଖାଯାଉଛି। ଏଣୁ ପରିବର୍ତ୍ତିତ କୂଟନୈତିକ ସମ୍ପର୍କରେ  ସାଉଦୀ ଆରବ ନେତା ପ୍ରିନ୍ସ ସଲମାନ ତାଙ୍କର ବିଦେଶ ନୀତି ମଧ୍ୟ ବଦଳାଇଛନ୍ତି। ଯାହା ଜି-୨୦ ଶିଖର ସମ୍ମିଳନୀ ଲାଗି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକ ପରିପ୍ରେକ୍ଷରେ ଜାରି ମୁଦ୍ରାରୁ ସ୍ପଷ୍ଟ ହୋଇଯାଇଛି।

   Related Posts