Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ନିଷ୍ପତ୍ତି ବଦଳାଇଲା ସାଉଦି ଆରବ, ୨୬ ଲକ୍ଷ ଭାରତୀୟଙ୍କୁ ମିଳିବ ଲାଭ

12/11/2020 at 4:33 PM

ନୂଆଦିଲ୍ଲୀ ୧୨/୧୧:  ସାଉଦି ଆରବ କାମ କରିବାକୁ ଯାଉଥିବା ଭାରତୀୟମାନଙ୍କ ପାଇଁ ଖୁସି ଖବର। ୨୬ ଲକ୍ଷ ଭାରତୀୟଙ୍କୁ ମିଳିବ ଫାଇଦା। ସାଉଦି ଆରବ ଏବେ ନିଜର ଶ୍ରମ ଆଇନ୍‌ରେ ପରିବର୍ତ୍ତନ କରିବାକୁ ଯାଉଛି। ଦେଶର ମାନବ ସମ୍ବଳ ଓ ସାମାଜିକ ବିକାଶ ମନ୍ତ୍ରାଳୟ ଶ୍ରମ ଆଇନ୍‌ ସଂଶୋଧନ ନେଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ସାଉଦ ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଭିଜନ୍‌-୨୦୩୦ ଓ ନ୍ୟାସନାଲ୍‌ ଟ୍ରାନ୍ସଫରମେସନ ପ୍ରୋଗ୍ରାମ ଅଧିନରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି। ଏହା ଦ୍ବାରା ବିଦେଶୀ କର୍ମଚାରୀଙ୍କ ଅନେକ ସୁବିଧା ମିଳିବ।

ସାଉଦ ଆରବରେ ୨୬ ଲକ୍ଷ ଲୋକ କାର୍ଯ୍ୟ କରୁଥିବା ବେଳେ ଶ୍ରମ ଆଇନ୍‌ରେ ପରିବର୍ତ୍ତନ ସେମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ସଂଶୋଧିତ ଶ୍ରମ ଆଇନ୍‌ ୨୦୨୧ ମାର୍ଚ୍ଚରୁ ଲାଗୁ ହୋଇଯିବ ବୋଲି ରିୟାଦରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ମାନବ ସମ୍ବଳ ଓ ସାମାଜିକ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ପୂର୍ବରୁ ଥିବା ଆଇନ୍‌ ଅନୁସାରେ ବିଦେଶୀ କର୍ମଚାରୀଙ୍କୁ ନିଜ ପସନ୍ଦରେ ଚାକିରୀ ପରିବର୍ତ୍ତନ କରିବାର ଅଧିକାର ନଥିଲା। କର୍ମଚାରୀ ଦେଶ ଛାଡ଼ି ଯିବେ କି ନାହିଁ ଏହାର ନିଷ୍ପତ୍ତି ନିଯୁକ୍ତିଦାତା କରୁଥିଲେ। ତେବେ ଶ୍ରମ ଆଇନ୍‌ ପରିବର୍ତ୍ତନ ହେବା ପରେ ଏବେ ବିଦେଶୀ କର୍ମଚାରୀ ନିଜ ଇଚ୍ଛାରେ ଚାକିରୀ ପରିବର୍ତ୍ତନ କରିପାରିବେ। ଏପରିକି ଏଗ୍‌ଜିଟ୍‌ ଓ ଏଣ୍ଟ୍ରି ଭିଜା ପାଇଁ ଆବେଦନ କରିପାରିବେ। ଏବେ କର୍ମଚାରୀଙ୍କୁ ନିଯୁକ୍ତିଦାତାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଏଥିପାଇଁ ସମସ୍ତ ଭାରତୀୟ କର୍ମଚାରୀଙ୍କୁ ସେଠା​‌ରେ କାର୍ଯ୍ୟ କରିବାରେ ସ୍ବାଧୀନତା ମିଳିପାରିବ।

   Related Posts