Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଥମୁନି ଉତ୍ତେଜନା, ମୁସ୍ଲିମ ଦେଶଙ୍କ ଜରୁରି ବୈଠକ ଡାକିଲା ସାଉଦୀ ଆରବ

16/05/2021 at 4:04 PM

ଦୁବାଇ ୧୬।୫: ସାଉଦୀ ଆରବ ରବିବାର ମୁସ୍ଲିମ ଦେଶମାନଙ୍କ ବୈଦେଶିକ ମନ୍ତ୍ରୀଙ୍କ ଜରୁରି ବୈଠକ ଆହ୍ୱାନ କରିଛି। ବୈଠକରେ ଇସ୍ରାଏଲୀ ପୋଲିସ ଓ ପାଲେଷ୍ଟାଇନ ବିକ୍ଷୋଭକାରୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସମେତ ଜେରୁଜେଲମର ଅଲ ଅକ୍ସା ମସଜିଦରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଆଲୋଚନା ହେବ ବୋଲି ଜଣାପଡିଛି। ତେବେ ଏହି ବୈଠକ ଭର୍ଚୁଆଲ ଅନୁଷ୍ଠିତ ହେବ।

ବୈଠକରେ ଅର୍ଗାନାଇଜେସନ ଅଫ ଇସ୍ଲାମିକ କୋ-ଅପରେସନ (ଓଆଇସି) ଅନ୍ତର୍ଗତ ୫୭ ଦେଶଙ୍କ ପ୍ରତିନିଧି ଯୋଗ ଦେବେ। ଏ ନେଇ ଓଆଇସି ପକ୍ଷରୁ ଏକ ବୟାନ ମଧ୍ୟ ଜାରି ହୋଇଛି। ଏଥିରେ ସାଉଦୀ ଆରବର ଅନୁରୋଧରେ ଓଆଇସିର ଭର୍ଚୁଆଲ ବୈଠକ ମେ ୧୬ ତାରିଖ ରବିବାର ଅନୁଷ୍ଠିତ ହେଉଥିବା କୁହାଯାଇଛି।

ବୈଠକରେ କେବଳ ଅଲ କୁଦସ୍, ଅଲ ସରିଫ ଓ ଅଲ ଅକ୍ସା ମସଜିଦ୍‌ ରେ ହୋଇଥିବା ହିଂସା ନେଇ ମୁଖ୍ୟତଃ ଆଲୋଚନା ହେବ। ଏହା ପୂର୍ବରୁ ଆଇଓସିର ସ୍ଥାୟି ପ୍ରତିନିଧିଙ୍କ ବୈଠକ ମେ ୧୨ ତାରିଖରେ ହୋଇଥିଲା। ତେବେ ମେ ୧୦ ତାରିଖ ଦିନ ଅଲ ଅକ୍ସା ମଜସିଦରେ ଇସ୍ରାଏଲ ପୋଲିସ ପାଲେଷ୍ଟାଇନ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରିଥିଲା। ଇସ୍ଲାମର ୩ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ତଳ ମଧ୍ୟରେ ୨ଟି ସାଉଦୀ ଆରବରେ ରହିଛି ତେବେ ତୃତୀୟ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳ ଅଲ ଅକ୍ସା ଜେରୁଜେଲମରେ ରହିଛି।

ତେବେ ଅଲ ଅକ୍ସା କେବଳ ଇସ୍ଲାମର ନୁହେଁ ଏଠାରେ ଇହୁଦୀ ଓ ଇସାୟୀଙ୍କର ମଧ୍ୟ ଏହା ପ୍ରମୁଖ ତୀର୍ଥ ସ୍ଥଳ। ମସଜିଦରେ ପୋଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ହମାସମାନେ ଗାଜାରୁ ଇସ୍ରାଏଲ ଉପରକୁ ରକେଟ ମାଡ କରିଥିଲେ। ଏହାର ଜବାବରେ ଇସ୍ରାଏଲ ମଧ୍ୟ ସୈନ୍ୟ କାର୍ଯ୍ୟାନୁଷ୍ଠାନ କରିଥିଲା। ଘଟଣାକୁ ଗୋଟିଏ ସପ୍ତାହ ବିତିଗଲାଣି। ହେଲେ ଉତ୍ତେଜନା ଥମୁ ନଥିବା ବେଳେ ଇସ୍ରାଏଲ ଅଧିକରୁ ଅଧିକ ଆକ୍ରମଣ ଜାରି ରଖିଛି। ଏଥିରେ ମିଳିତ ଜାତି ସଂଘ ସମେତ ବିଭିନ୍ନ ଦେଶ ଇସ୍ରାଏଲ ଓ ହମସାଙ୍କୁ ସଞ୍ଜମତା ଅବଲମ୍ବନ ଲାଗି ନିବେଦନ ମଧ୍ୟ କରୁଛନ୍ତି। ହେଲେ ହିଂସାଥମୁ ନଥିବାରୁ ଓଆଇସି ବୈଠକ ଡକାଯାଇଛି।

   Related Posts