Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପରେ ସମସ୍ତ ଅନ୍ତର୍ଜାତୀୟ ବିମାନ ଉପରେ ପ୍ରତିବନ୍ଧକ ଲଗାଇଲା ସାଉଦି ଆରବ

21/12/2020 at 12:29 PM

ରିୟାଦ ୨୧/୧୨ : ବ୍ରିଟେନରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବାପରେ ପାଖାପାଖି ୧୩ ଦେଶ ବ୍ରିଟେନରୁ ଯିବାଆସିବା ଉଡାଣ ଉପରେ ପ୍ରତିବନ୍ଧ ଘୋଷଣା କରିଛନ୍ତି। ନୂଆ ଷ୍ଟ୍ରେନ୍‌ ବ୍ରିଟେନରେ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବା ସୂଚନା ମିଳିବା ପରେ ସାଉଦି ଆରବ ରବିବାର ଦିନ ଦେଶର ଅନ୍ତର୍ଜାତୀୟ ବିମାନ ସମେତ ସଡ଼କପଥ ଓ ଜଳପଥର ସମସ୍ତ ମାର୍ଗ ବନ୍ଦ ରଖିଛି। ସମସ୍ତ ରାସ୍ତାରେ ଗୋଟିଏ ସପ୍ତାହ ପାଇଁ ପ୍ରବେଶ ନିଷେଧ କରାଯାଇଛି।

ସାଉଦି ଆରବର ଅଫିସିଆଲ ପ୍ରେସ ସଂସ୍ଥା କହିଛି ଯେ ‘କିଙ୍ଗଡମ ଅସ୍ଥାୟୀ ଭାବେ କିଛି ଅପବାଦକୁ ଛାଡି ସମସ୍ତ ଅନ୍ତର୍ଜାତୀୟ ବିମାନକୁ ସପ୍ତାହେ ଯାଏଁ ବନ୍ଦ ରଖାଯାଇଛି। ଏହାକୁ ଆଗକୁ ଆହୁରି ସପ୍ତାହେ ବଢ଼ାଇ ଦିଆଯାଇପାରେ।’ SPA ଆନ୍ତରିକ ମନ୍ତ୍ରାଳୟ ପକ୍ଷରୁ କହିଛି ଯେ ସଡ଼କପଥ ଓ ସମୁଦ୍ରପଥ ଦେଇ ମଧ୍ୟ ସାଉଦିକୁ ପ୍ରବେଶ କରିହେବନାହିଁ। ବର୍ତ୍ତମାନ କିଙ୍ଗଡମରେ ଉପସ୍ଥିତ ଥିବା ଅନ୍ତର୍ଜାତୀୟ ବିମାନକୁ ବାହାରକୁ ଯିବାକୁ ଅନୁମତି ରହିଛି।

ସୂଚନାଯୋଗ୍ୟ ଯେ, ବ୍ରିଟେନ ସରକାର ଚେତାବନୀ ଦେଇଛନ୍ତି ଯେ ଦ୍ରୁତ ଗତିରେ ସଂକ୍ରମଣ ବିସ୍ତାର କରୁଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ନିୟନ୍ତ୍ରଣ ବାହାରେ। ଏହାପରେ ଅନେକ ୟୁରୋପୀୟ ଦେଶ ବ୍ରିଟେନରୁ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। SPA କହିଛି ଯେ ଯେଉଁମାନେ ଡିସେମ୍ବର ୮ ତାରିଖ ପରେ ୟୁରୋପ କିମ୍ବା ଭାଇରସର ନୂଆ ଷ୍ଟ୍ରେନ୍ ମିଳିଥିବା ଦେଶରୁ ସାଉଦି ଆସୁଛନ୍ତି, ସେମାନଙ୍କୁ ନିଜକୁ ଦୁଇ ସପ୍ତାହ ଯାଏଁ ଆଇସୋଲେଟ କରିବାକୁ ହେବ ଏବଂ ଟେଷ୍ଟିଙ୍ଗ କରାଇବାକୁ ହେବ।

ଦକ୍ଷିଣ ଇଂଲଣ୍ଡରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ପରେ କାନାଡା ବ୍ରିଟେନରୁ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲାଗିଛି। ସୂତ୍ର ଅନୁଯାୟୀ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ବେଲଜିୟମ, ଅଷ୍ଟ୍ରିଆ, ଆୟର୍ଲାଣ୍ଡ ଏବଂ ବୁଲଗେରିଆ ବ୍ରିଟେନ ଯାତ୍ରା ଉପରେ ପ୍ରତିବନ୍ଧକ ଘୋଷଣା କରିସାରିଛନ୍ତି।

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସର ନୂଆ ସ୍ୱରୂପ ଦ୍ରୁତ ଗତିରେ ବିସ୍ତାର କରିବା ପରେ ଖ୍ରୀଷ୍ଟମାସ ପୂର୍ବରୁ ଦକ୍ଷିଣ ଇଂଲଣ୍ଡରେ ବଜାର କରିବାକୁ ଏବଂ କୌଣସି ସ୍ଥାନରେ ଅଧିକ ଲୋକ ଜମା ହେବା ଉପରେ ରୋକ ଲଗାଇବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ନୂଆ କରୋନା ଭାଇରସ ୭୦ ପ୍ରତିଶତ ଅଧିକ ଦ୍ରୁତ ଗତିରେ ବିସ୍ତାର କରୁଛି। ତେବେ ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ସୁଦ୍ଧା ଏମିତି କୌଣସି ପ୍ରମାଣ ମିଳିନାହିଁ ଯାହା ପ୍ରମାଣ କରିପାରିବ ଯେ ନୂଆ ଭାଇରସ ଅଧିକ ଘାତକ ଏବଂ ଭ୍ୟାକସିନ ଏହା ଉପରେ କମ୍ ପ୍ରଭାବ ପକାଇବ।

   Related Posts