Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

‘ଉମରାହ’ ଲାଗି ସାଉଦି ଆରବରେ Covid କଟକଣା କୋହଳ

4/10/2020 at 5:02 PM

ଦୁବାଇ : ଇସ୍ଲାମର ପବିତ୍ର ଧାର୍ମିକ ସ୍ଥଳ ମକ୍କାରେ ଚଳିତବର୍ଷ ପାରମ୍ପରିକ ‘ଉମରାହ’ ଆରମ୍ଭ ହୋଇଛି।  ରବିବାର ଏକ ଛୋଟ ଧାର୍ମିକଦଳ ଉମରା ଲାଗି ମକ୍କାରେ ପହଞ୍ଚିଛନ୍ତି। କୋଭିଡ-୧୯ ମହାମାରୀ ଲାଗି ସାଉଦି ସରକାର ଗତ ମାର୍ଚ୍ଚ ମାସରେ ଉମରାହ କଟକଣା ଜାରି କରିଥିଲେ। ଏଣୁ ଦେଶବିଦେଶରୁ ତୀର୍ଥଯାତ୍ରୀଙ୍କ ଆଗମନ ବ୍ୟହତ ହୋଇଥିଲା। ତେବେ ସରକାର କଟକଣା କୋହଳ କରିବା ପରେ ଉମରାହରେ ଦେଶବିଦେଶର ତୀର୍ଥଯାତ୍ରୀ ସାମିଲ ହୋଇପାରିବେ ବୋଲି ଆଶା କରାଯାଉଛି। 

 କୋଭିଡ କଟକଣା ଲାଗି ଉମରାହ ନିମନ୍ତେ ଆଗ୍ରହୀ ତୀର୍ଥଯାତ୍ରୀ ପୂର୍ବରୁ ଆବେଦନ କରିବେ। ଆବେଦନ କନଫର୍ମ କରିବା ପରେ ଉମରା ଯାତ୍ରାରେ ଯାଇପାରିବେ। ଉମରାହ ନିମନ୍ତେ ସରକାର କଟକଣା କୋହଳ କରିବା ପରେ ରବିବାର ସର୍ବାଧିକ ୬ ହଜାର ଲୋକେ ମକ୍କା ମସଜିଦରେ ଆରାଧନା କରିଥିବା ଜଣାପଡିଛି।

ସେପଟେ ଉମରାହ ଲାଗି ଅନୁମତି ମିଳିବା ପରେ ମସଜିଦରେ ଜନଗହଳି ଆରମ୍ଭ ହୋଇଛି। ଏଣୁ ସରକାରଙ୍କ ପକ୍ଷରୁ ମସଜିଦର ସାନିଟାଇଜେସନ ଉପରେ ପ୍ରାଥମିକତା ଦିଆଯାଇଛି। ଏଣୁ ତୀର୍ଥ ଯାତ୍ରୀଙ୍କୁ ମସଜିଦ ପରିସରରେ ସର୍ବାଧିକ ୩ ଘଣ୍ଟା ରହିବାକୁ ଅନୁମତି ଦିଆଯାଉଥିବା ବେଳେ ବାରମ୍ବାର ପରିସରକୁ କିଟାଣୁ ମୁକ୍ତ କରାଯାଉଛି।

   Related Posts