Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

କରୋନା ଆକ୍ରମଣ ବେଳେ ତେଲ ବଜାରରେ ଘାଟା : ଆର୍ଥିକ ସଙ୍କଟରେ ସାଉଦି ଆରବ

14/05/2020 at 3:59 PM

ରିୟାଦ ୧୪/୦୫ : କରୋନା ସଂକ୍ରମଣ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ସଙ୍କଟ ମୁଣ୍ଡ ଟେକିଚି | ଫଳରେ ଅଶୋଧିତ ତୈଳର ଚାହିଦା ଏବଂ ଦର ଉପରେ ଅନେକ ପ୍ରଭାବ ପଡିଛି | ଫଳରେ ଅଶୋଧିତ ତୈଳ ଦର ବହୁତ ହ୍ରାସ ପାଇଛି | ତୈଳ ଉପରେ ନିର୍ଭରଶୀଳ ଦେଶର ଅବସ୍ଥା ସାଙ୍ଘାତିକ ହୋଇପଡିଛି | ସାଉଦି ଆରବ ଅବସ୍ଥା ବର୍ତ୍ତମାନ ବହୁତ ଖରାପ | କ୍ଷତି ସହିବା ପାଇଁ ବର୍ତ୍ତମାନ ଦେଶ ଭାଟ ୫ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରିଛି | ଏହାଛଡା କର୍ମଚାରୀଙ୍କୁ ଦିଆଯାଉଥିବା କେତେକ ଭତ୍ତା ମଧ୍ୟ ବନ୍ଦ କରିଦେଇଛି |

ଅଶୋଧିତ ତୈଳ ଦର ହ୍ରସ ପାଇ ଗତ ବର୍ଷ ତୁଳନାରେ ଅଧାରୁ ମଧ୍ୟ କମ ହୋଇଯାଇଛି | ତୈଳ ଉପରେ ନିର୍ଭରଶୀଳ ସାଉଦି ଆରବର ଅର୍ଥ ବ୍ୟବସ୍ଥାକୁ ଅନେକ କ୍ଷତି ହୋଇଛି | ରାଜସ୍ବ ମଧ୍ୟ ୨୨ ପ୍ରତିଶତ ହ୍ରାସ ପାଇଛି | ଅଶୋଧିତ ତୈଳ ଦର ହ୍ରାସ ପାଇବା ଫଳରେ ସାଉଦି ଆରବର ସରକାରୀ ତୈଳ କମ୍ପାନୀ ଅରାମକୋର ପ୍ରଥମ ୩ ମାସର ଲାଭରୁ ୨୫ ପ୍ରତିଶତ ହ୍ରାସ ପାଇଛି | ଫଳରେ ସାଉଦି ଆରବ ନିଜର ସମସ୍ତ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ବନ୍ଦ କରିଦେଇଛି |

ବିବିସି ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ଯୋଗୁଁ ସାଉଦି ଆରବର ଅର୍ଥ ବ୍ୟବସ୍ଥା ସଙ୍କଟରେ ରହିଛି | ଦେଶର ସାର୍ବଜନୀନ ବିନିଯୋଗ ଫଣ୍ଡ ପାଖାପାଖି ୩୨୦୦ କୋଟି ଡଲାର | ସାଉଦିର ସରକାରୀ ତୈଳ କମ୍ପାନୀ ଅରାମକୋ ପାଖରେ ଗତ ବର୍ଷ ସୁଦ୍ଧା ୧୭୦୦ କୋଟି ଡଲାର ଥିଲା | ଏହା ଗୁଗଲ ଓ ଆମାଜନ ଉଭୟଙ୍କ ସମ୍ପତ୍ତିକୁ ମିଶାଇଲେ ଯେତିକି ହେବ ପାଖାପାଖି ସେତିକି | ସାଉଦି ଆରବ ଏହାର ଏକ ଛୋଟ ଅଂଶ, ପାଖାପାଖି ୨୫୦ କୋଟି ଡଲାର ବିକ୍ରି କରି ଆୟ କରିଥିଲା | ଏହା ଇତିହାସର ସବୁଠାରୁ ବଡ ସେୟାର ବିକ୍ରି |

ଗଲ୍ଫ ଦେଶଗୁଡିକର ବିଶ୍ଳେଷକ ମାଇକଲ ଷ୍ଟିଫେନ୍ସଙ୍କ କହିବାନୁଯାୟୀ, ସାଉଦି ଯେଉଁ ପଦକ୍ଷେପ ନେଇଛି ତାହା ଦର୍ଶାଉଛି ଯେ ଖର୍ଚ୍ଚ ଉପରେ ଲଗାମ ଲଗାଇବା ଏବଂ ତୈଳ ଦର ସ୍ଥିର ରଖିବା ଆବଶ୍ୟକ | ଦେଶର ଅର୍ଥ ବ୍ୟବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡିଛି | ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ବର୍ତ୍ତମାନ ସମୟ ଲାଗିବ | ସାଉଦିରେ ୨୦୦୭ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ବ୍ରିଟେନର ରାଷ୍ଟ୍ରଦୂତ ଥିବା ସାର ୱିଲିୟମ ପେଟା କହିଛନ୍ତି ଯେ, ସାଉଦି ଆରବର ବହୁତ ସମ୍ପତ୍ତି ଅଛି | ସାଉଦି ପାଖରେ ଏତିକି ସମ୍ପତ୍ତି ଅଛି ଯେ ସେ ବର୍ତ୍ତମାନ ନିଜ ସ୍ଥିତି ସମ୍ଭାଳି ପାରିବ ଏବଂ ବଜାରରେ ନିଜ ଏନ୍ସିଡିର ସ୍ଥିର ରଖି ତୈଳ ଦର ହ୍ରାସ ପାଉଥିବା ସଙ୍କଟରୁ ମୁକୁଳି ପାରିବ |

ଭବିଷ୍ୟତରେ ସାଉଦି ଆରବ କେବଳ ତୈଳ ଉପରେ ନିର୍ଭର ନ କରି ଅନ୍ୟ କ୍ଷେତ୍ରରେ ମଧ୍ୟ ବିନିଯୋଗ କରିବାକୁ ଯୋଜନା କରୁଛି | ସାଉଦି ଅର୍ଥମନ୍ତ୍ରୀଙ୍କ କହିବାନୁଯାୟୀ, ଏହି ଯୋଜନା ମୁତାବକ ସେ ୨୬୦ କୋଟି ଡଲାର ସଞ୍ଚୟ କରିବାକୁ ଚିନ୍ତା କରୁଛନ୍ତି କିନ୍ତୁ କରୋନା ଓ ତୈଳ ଦର ହ୍ରାସ ଯୋଗୁଁ ଯେଉଁ କ୍ଷତି ହୋଇଛି, ତାହା କେବଳ ମାର୍ଚ୍ଚ ମାସରେ ହୋଇଥିବା କ୍ଷତି ସହ ସମାନ | ଚଳିତ ବର୍ଷର ପ୍ରଥମ ୩ ମାସରେ ୯୦ କୋଟି ଡଲାର ବଜେଟ କ୍ଷତି ହୋଇଛି |

ସାଉଦି କ୍ରାଉନ ପ୍ରିନ୍ସ ସଲମାନଙ୍କ ମହତ୍ୱକାଂକ୍ଷା ପରିଯୋଜନା ‘ଭିଜନ ୨୦୩୦’ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି | ଏହି ଯୋଜନା ଅନୁଯାୟୀ, ତୈଳରୁ ମିଳୁଥିବା ରାଜସ୍ବ ଏବଂ ପ୍ରବାସୀ ଶ୍ରମିକଙ୍କ ଉପରୁ ସହଜରେ ନିଜର ଐତିହାସିକ ନିର୍ଭରତା ସମାପ୍ତ କରିବା ସାଉଦି ଆରବର ମୂଳ ଲକ୍ଷ୍ୟ | ତା’ଛଡା ୫୦୦୦ କୋଟି ଡଲାରରେ ମରୁଭୂମିରେ ଏକ ଅତ୍ୟନ୍ତ ଆଧୁନିକ ସହର ପ୍ରସ୍ତୁତ କରିବା | ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ଋଷ ରାଷ୍ଟ୍ରପତି ବ୍ଲା଼ଦିମିର ପୁଟିନଙ୍କ ସମ୍ପର୍କ କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହଯୋଗୀଙ୍କ ସହ ବହୁତ ଭଲ | ସେଥିପାଇଁ ସେମାନଙ୍କୁ ସିଧା ସଳଖ ସାଉଦିରୁ ଲାଭ ମିଳିଥାଏ |

   Related Posts