Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

‘ମୋ କାର୍ଯ୍ୟକାଳରେ ୫୦-୧୦୦ କି.ମି. ସୀମାରେ ପଶି ପାରୁନଥିଲେ ଆତଙ୍କବାଦୀ’

18/10/2021 at 4:06 PM

ନୂଆଦିଲ୍ଲୀ ୧୮।୧୦: କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ଵାରା ସାଧାରଣ ଜନତାଙ୍କ ଉପରେ ଲଗାତାର ହମଲା ଜାରି ରହିଛି। ଏହାକୁ ନେଇ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବଡ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଜାମ୍ମୁ-କାଶ୍ମୀରର ରାଜ୍ୟପାଳ ଭାବେ ମୋ କାର୍ଯ୍ୟକାଳରେ ଆତଙ୍କବାଦୀ ଶ୍ରୀନଗର ୫୦-୧୦୦ କିଲୋମିଟର ସୀମାରେ ପ୍ରବେଶ କରି ପାରୁନଥିଲେ। ମାତ୍ର ଏବେ ଶ୍ରୀନଗରରେ ଆତଙ୍କବାଦୀ ନରସଂହାର ଚଳାଇଛନ୍ତି। ଗରିବ ଲୋକଙ୍କୁ ହତ୍ୟା କରୁଛନ୍ତି। ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ଆହୁରି କଠୋର ପଦକ୍ଷେପ ଉଠାଇବାକୁ ପଡିବ। ଏଥିପାଇଁ ଗଳି ଗଳିରେ କଡା ନଜର ରଖାଯିବାର ଆବଶ୍ୟକତା ରହିଥିବା ସେ କହିଛନ୍ତି।

ଏହି ମାମଲାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମର ସୈନିକ ଏବଂ ନିର୍ଦ୍ଦୋଷ ନାଗରିକଙ୍କ ପ୍ରାଣହାନୀ ଘଟିବା ବହୁତ ଦୁଃଖଦ ବିଷୟ। ସରକାରଙ୍କ ଆଭିମୁଖ୍ୟ କଣ ଆମକୁ ଜଣାଇବା ଦରକାର। ସରକାର ଲୋକଙ୍କୁ କଣ ପାଇଁ ଆଶ୍ଵାସନା ଦେଇଥିଲେ ଯେ, ୩୫ଏ ଓ ୩୭୦  ଅନୁଚ୍ଛେଦ  ଉଚ୍ଛେଦ ପରେ କାଶ୍ମୀରରେ ଆତଙ୍କବାଦୀ ମୂଳପୋଛ ହେବ।

ବିହାରର ଦୁଇ ଜଣ ଶ୍ରମିକଙ୍କ ହତ୍ୟା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ଆମେ ଏହାକୁ ନେଇ ଘାଟି ଲୋକଙ୍କୁ ଏଥିପାଇଁ  ସତର୍କ ରହିବାକୁ କହୁଛୁ, କାରଣ ଦେଶର କୌଣସି ବି ଅଞ୍ଚଳରେ ସେମାନେ କାମ କରିବାକୁ ସ୍ଵତନ୍ତ୍ର। ଆଶା କରୁଛୁ ଯେ, ଲୋକେ ଯେଉଁଠି ରୁହନ୍ତୁ କି କାମ କରନ୍ତୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ରବିବାର ଆତଙ୍କବାଦୀ ଦୁଇ ବିହାରୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେଠାରେ ଏ ପର୍ଯ୍ୟନ୍ତ ଗତ ୧୫ ଦିନରେ ଆତଙ୍କବାଦୀ ୧୩ ସାଧାରଣ ଜନତାଙ୍କୁ ହତ୍ୟା କଲେଣି। ଫଳରେ ଘାଟିରୁ ଅଣ ସ୍ଥାନୀୟ ଲୋକଙ୍କ ପଳାୟନ ଆରମ୍ଭ ହୋଇ ଯାଇଛି।

   Related Posts