Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସତ୍ୟପାଲ୍ ମଲିକଙ୍କ ପରିବର୍ତ୍ତିତ ସ୍ଵର: ମୋଦୀ-ଶାହାଙ୍କୁ ବିରୋଧ, କହିଲେ- ଆନ୍ଦୋଳନକାରୀ କୃଷକଙ୍କୁ ମୁଁ ସମର୍ଥନ କରୁଛି

24/04/2021 at 6:43 PM

ଚଣ୍ଡିଗଡ ୨୪।୦୪: ମେଘାଳୟର ରାଜ୍ୟପାଳ ସତ୍ୟପାଲ୍ ମଲିକ ପୁଣି ଥରେ କୃଷି ଆଇନ୍ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନ କରିଛନ୍ତି। ମଲିକ ପୂର୍ବରୁ ମଧ୍ୟ କୃଷକ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରି ଆସିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହା ଭୁଲ୍ ମାର୍ଗରେ ଯାଉଛନ୍ତି। କେନ୍ଦ୍ର ସରକାରଙ୍କୁ କୃଷକଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ୟମ କରିବା ଉଚିତ୍ ନୁହେଁ।

କୃଷକ ଆନ୍ଦୋଳନ ଉପରେ ହରିୟାଣାର ବିଜେପି-ଜେଜେପି ମେଣ୍ଟ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିଥିବା ନିର୍ଦ୍ଦଳୀୟ ବିଧାୟକ ସୋମବୀର ସାଙ୍ଗଓ୍ଵାନ ସତ୍ୟପାଲ ମଲିକଙ୍କୁ ସର୍ବ ପ୍ରଥମେ ଚିଠି ଲେଖିଥିଲେ। ସାଙ୍ଗଓ୍ଵାନଙ୍କ ଚିଠିର ଉତ୍ତରରେ ମଲିକ କହିଛନ୍ତି , ସେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହାଙ୍କୁ ଜଣାଇ ଦେଇଛନ୍ତି ଯେ, ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ଖାଲି ହାତରେ ଘରକୁ ପଠାଇବା ଉଚିତ୍ ନୁହେଁ।

ରାଜ୍ୟପାଳ ଚିଠିରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି, କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କୁ ଭେଟିବା ସହ ପ୍ରସ୍ତାବ ଦେଇଛନ୍ତି ଯେ, କୃଷକଙ୍କୁ ନ୍ୟାୟ ଦେବା ସହ ସେମାନଙ୍କର ଯୁକ୍ତିସଙ୍ଗତ ଦାବିକୁ ମାନି ନେବା ଉଚିତ୍। ମୁଁ ବୈଠକରେ ଏହା ମଧ୍ୟ ସ୍ପଷ୍ଟ କରି ଦେଇଛି ଯେ, କୃଷକଙ୍କ ସ୍ଵର କେବେ ବି ଦବିବ ନାହିଁ। ଏହା ଭବିଷ୍ୟତରେ ବି ଜାରି ରହିବ।

   Related Posts